Wednesday, 17 January 2018

ଲୋଭ ରୁ ଉଚିତ୍ ଶିକ୍ଷା

ଘନ ଅନ୍ଧକାର ରାତ୍ରୀ। ତୁହାକୁ ତୁହା କୁହୁଡି ବର୍ଷା ହେଉଥାଏ ।କିଟିମିଟି ଅନ୍ଧାର ,ଶୀତର କରାଳ ଦୃଷ୍ୟ ।ଏହି ସମୟରେ ରିବିନ୍ ଚାଲିଥାଏ ନିକାଞ୍ଚନ ଘଞ୍ଚ ଜଙ୍ଗଲ ରାସ୍ତାରେ ,ଦେହ ତାର ଥରି ଉଠୁଥାଏ ଶରୀରରେ ଶୀତ ବସ୍ତ୍ର ନଥାଏ ,ଯାଇ ଏକ ବୃକ୍ଷ ମୂଳରେ ବସିଲା ।ସେଇ ସମୟରେ ଏକ ଭୟଙ୍କର ଭାଲୁ ଦେଖାଦେଲା ବିଚରା ଭାଲୁ ମଧ୍ୟ ଶୀତରେ ଥର ଥର ହୋଇ ଆଶ୍ରୟ ଚାହୁଁଥାଏ।
ଦୁଇ ଜଣ ଉଭୟେ ବୃକ୍ଷ ମୂଳେ ଆଶ୍ରୟ ନେଲେ।କେହି କାହାକୁ ଦେଖିନାହାଁନ୍ତି  କିନ୍ତୁ ବିଚରା ଭାଲୁ ଲୋକଟିର ଏଇ ଦୁର୍ଦଷା ଦେଖି ତା ପ୍ରତି ଦୟା ଭାବ କରି କିଛି ସାହାର୍ଯ୍ୟ କଲା ।ତାର ସେବା କଲା,ତାର ସେବା କରନ୍ତେ ଭାଲୁଟି ଏକ ଦିବ୍ୟ ସୁନ୍ଦର ପୁରୁଷରେ ପରିଣତ ହେଇଗଲା,ତାହା ଏକ ଅଭିଶପ୍ତ ଯକ୍ଷ,ସେ ତା ଅଭିଶପ୍ତ ଜୀବନ ରୁ ମୁକ୍ତି ପାଇଲା ଏବଂ ସେଇ ମାନବ ସେବା ଦ୍ଵାରା  ହୋଇଥିବାରୁ ,ମାନବ ସେବା ଦ୍ଵାରା ଯକ୍ଷ ରୂପ ପାଇଥିବାରୁ ସେ ତାକୁ ବହୁ ସ୍ଵର୍ଣ୍ଣ ଅଳଙ୍କାର ଦେଲା ଲୋକଟି ଘରକୁ ଫେରିଲା,ଦରିଦ୍ର ଲୋକଟି ଘରେ କିଛି ନଥାଏ ଘର ଲୋକମାନେ ଏହାକୁ ଦେଖି ଦହୁ ଆନନ୍ଦିତ ହେଲେ।ଖୁସିର ସିମା କହିଲେ ନ ସରେ।
ତା ପର ଦିନ ତା ସ୍ତ୍ରୀ କହିଲା ହଇଏ ତମେ ଯାଉନ ଆଉ କିଛି ଜିନିଷ ଆଣିବ,ଆରେ ସିଏ କ'ଣ ଆଉ ଅଛନ୍ତି ଯେ ଦେବେ,ନା ନା ତମେ ଯାଅ ସେ ଜଙ୍ଗଲ ଭିତରକୁ ଗଲେ ଆଉ କିଛି ମିଳିବ,ଯିବା ଭିତରେ ଜଙ୍ଗଲରେ ସେଇ ଅନୁଶାରେ ସିତ ରାତିରେ ,ଭଗବାନଙ୍କୁ ପ୍ରାର୍ଥନା କରୁଥାଏ।ସେଇ ଗଛ ମୂଳେ ଆଶ୍ରୟ ନେଲା,ସେଇ ସମୟରେ ସେହି ଯକ୍ଷଙ୍କୁ ସ୍ମରଣ କଲା ଯକ୍ଷ ତାଙ୍କୁ ମନ୍ତ୍ର ଦେଇଥିଲେ,ଯକ୍ଷଙ୍କୁ ସ୍ମରଣ କରନ୍ତେ ଯକ୍ଷ ଆସିଲେ ତାକୁ ଆହୁରି କିଛି ସ୍ଵର୍ଣ୍ଣ ଅଳଙ୍କାର ସହ ବହୁ ଧନ ରତ୍ନ ଦେଲେ,ତାକୁ ଧରି ସେ ଘରକୁ ଆସିଲା,ତୃତୀୟ ଦିନ ତା ସ୍ତ୍ରୀ କହିଲା ହଇଏ ତମେ ତ ଏମିତି ଆଣୁଛ,ଆଉ ଆଣ ଆମେ ରାଜାଙ୍କ ଠାରୁ ଧନି ହୋଇଯିବା ,ତୃତୀୟ ଦିନରେ ସେ ଏମିତି କରନ୍ତେ,ଜଙ୍ଗଲ ମଧ୍ୟରେ ପହଞ୍ଚିଲ ଶୀତରେ ଥୁରୁ ଥୁରୁ ସେଇ ଗଛ ମୂଳେ ଆଶ୍ରୟ ନେଇଛି,ଆଶ୍ରୟ ନେବା ଭିତରେ ସେ ଯକ୍ଷ କୁ ଡାକୁଛି,ସେହି ସମୟରେ କାହୁଁ ଥିଲା ବିରାଟ କାୟ ମହାବଳ ବାଘ ଆସି ତା ନିକଟରେ ପହଞ୍ଚିଲା ଏବଂ ଝାମ୍ପ ପ୍ରଦାନ କରି ତାକୁ ନେଇ ଚାଲିଗଲା ,
ବାଘ ଝାମ୍ପ ପ୍ରଦାନ କରି ନିଅନ୍ତେ ଲୋକଟି ବହୁ କାକୁତି ମିନତି କଲା,ବାଘ ତାକୁ ନ ମାରିବା ପାଇଁ,ବାଘ ମନରେ ଦୟା ଆସିଲା,ବାଘ କହିଲା  ଯଦି ତୋତେ ମୁଁ ନ ମାରିବି ତୋ ପରିବାରକୁ  ଡାକେ ଯଦି ତୋ ପରିବାରରୁ କିଏ ଜୀବନ ଦେବ ତାହେଲେ,ମୁଁ ତୋତେ ଛାଡିଦେବି ,ତେଣୁ ସେଇ ଅନୁସାରେ ସତ୍ୟ କରି ବାଘଠାରୁ ପରିବାର ପାଖକୁ ଗଲା ଏବଂ ପରିବାରକୁ ଡାକିଲା,ପରିବାର ଲୋକ କେହି ତା କଥା ଶୁଣିଲେନି, କେହିହେଲେ ଆସିଲେନି,ଲୋକଟି ସତ୍ୟ କରିଥିବାରୁ ବାଘ ନିକଟକୁ  ଆସିଲା ଏବଂ ସବୁ ସତ କଥା କହିଲା ତା ପରେ ବାଘ ତାକୁ  ଛାଡିଦେଲା ଏବଂ ସିଏ ପାଇଥିବା ସବୁ ଧନ ହରଣ  କରି ନେଇଗଲା ,
 କହିଲା ତମେ ମାନେ ସମସ୍ତେ କର୍ତ୍ତବ୍ୟ କର କର୍ମକର ଓ କର୍ମରେ ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ହୋଇଚଳ ,ପରିବାରର ସମସ୍ତ  ଲୋକ ବାଘ କଥା ମାନି ନିଜର କର୍ତ୍ତବ୍ୟ କଲେ ଓ ଖୁସି ରେ ରହିଲେ।

Monday, 15 January 2018

ଭୁଲ୍ ବୁଝାମଣା

ଜଣେ ଲୋକ ଜାଲ ନେଇ ନଇକୁ ମାଛ ଧରିବାକୁ ଗଲା।ବିଚରାର ଗୋଟେ ଓଳି ପରିଶ୍ରମରେ ପାଞ୍ଚଟି ବଡ଼ ବଡ଼ ଚିଙ୍ଗୁଡି ମାଛ ଧରିଲା,ଘରକୁ ଆସିଲା ସ୍ତ୍ରୀ କୁ ଦେଲା ମାଛ ତରକାରୀ କରିବାକୁ,ସ୍ତ୍ରୀ ତା କହିବା ଅନୁସାରେ ତରକାରୀ କଲା,ଲୋକଟି ଗାଧେଇ ଆସି ଖାଇବାକୁମାଗିଲା,ସ୍ତ୍ରୀ ତାକୁ ଭାତ ତରକାରୀ ବାଢିଦେଲା,ସ୍ଵାମି ସ୍ତ୍ରୀ କୁପଚାରିଲା ମୋତେ୨ଟା ଚୁଙ୍ଗୁଡି

କିରେ ମୋତେ ୩ଟା ଚୁଙ୍ଗୁଡି ଦେଲନି?ସ୍ତ୍ରୀ କହିଲା ମୁଁ ଏତେ ପରିଶ୍ରମ କରି ରୋଷେଇ କଲି ମୋର ୩ଟା,ତୁମର ୨ଟା,ସ୍ଵାମି କିନ୍ତୁ ନଛୋଡ଼ ବନ୍ଧା ମୁଁ ପରିଶ୍ରମ କରି ଧରି ଆଣିଲି ମୋର ୩ଟା,୨ଜଣଙ୍କ ମଧ୍ୟରେ କଳି ଲାଗିଲା,ପରିଶେଷରେ ସେମାନଙ୍କ ମଧ୍ୟରେ ଗୋଟେ ସର୍ତ୍ତ ରହିଲା। ଯିଏ ଆଗ ପାଟି କରିବ ସେ ଖାଇବ ୨ଟା କିନ୍ତୁ ୨ଜଣ ଯାକ ଚୁପ୍ ରହିଲେ।

ଖିଆ ପିଆ ନାହିଁ ୨ଜଣ ଯାକ ସୋଇଲେ,ସକାଳ ଯାଇ ଦିନ ୧୦ ହେଲା,ଗାଁ ଲୋକମାନେ ଆସି ଡାକିଲେ ସେମାନେ କେହି ନ ଶୁଣିବାରୁ କବାଟ ତାଡି ଘରେ ପଶିଲେ ସେମାନେ ଭାବିଲେ ସେ ମରି ଗଲେଣି ସେଥିପାଇଁ କୋକେଇ ବାନ୍ଧିଲେ ଶ୍ମଶାନ କୁ ନେଲେ,ଆଗ କାହାକୁ ପୋଡିବେ ଭାବି ସ୍ତ୍ରୀ କୁ ଆଗ ଯୁଇରେ ଲଦିଲେ ନିଆଁ ଲଗେଇବାକୁ ଯାଆଁନ୍ତେ ସ୍ତ୍ରୀ ଛାଟି ପଟି ହୋଇ କହିଲା

ସ୍ତ୍ରୀ ଉଠି କହିଲା ମୁଁ ୨ଟା ଚୁଙ୍ଗୁଡି ଖାଇବି ମୋତେ ପୋଡ଼ନି ଲୋକ ଭୁତ ଭାବି ଦଉଡି ପଳାଇଲେ ,ତାପରେ ସ୍ବାମି ସ୍ତ୍ରୀ ଉଠିକି ଆସିଲେ