Friday, 19 October 2018

କି କାକରଣେ ଜଳୁଛି ମୁଁ

ଦୀର୍ଘ ୧୪ ବର୍ଷ ବଣରେ ବୁଲୁଥିବା ରାମ ଆଜି ପାଉଛି ପୁଜା। ତାର ରାଜ୍ୟ ଥିଲା ରାମ ରାଜ୍ୟ । ତାର ପ୍ରଜାମାନେ ଶୁଖରେ ଥିଲେ। ହେଲେ ଯିଏ ୧୪ ବର୍ଷ ବଣରେ ଜଟାବଳକଳ ଧାରଣ କରି ରାଜନିତୀର ର ଅକ୍ଷର ମଧ୍ୟ ଜାଣି ନ ଥିଲା। ତାକୁ ରାଜନିତି ଶିଖାଇଲି ମୁଁ । ମୋର ରାଜ୍ୟ ସୁବର୍ଣ୍ଣଲଙ୍କା ଥିଲା । ମୋର ପ୍ରଜା ମାନେ ସୁଖରେ କାଳାତିପାତ କରୁଥିଲେ। ମୋର ଭଉଣୀ ବିବାହ କରିବାକୁ କହିବାରୁ ତାର ନାକ କାଟିଥିଲେ ସେହି ରାମ । ସେଥିପାଇଁ ତାଙ୍କ ସ୍ତ୍ରୀ କୁ ମୁଁ ନେଇ ଥିଲି ସସମ୍ମାନେ ରଖିଥିଲି। କଣ ଦୋଷ କଲି ମୁଁ । ତାଙ୍କର ସେତୁ କୁ ପ୍ରତିଷ୍ଠା କଲି ମୁଁ । ତାଙ୍କୁ ଆଶ୍ରିବାଦ ଦେଲି ଜଜମାନ ର ମନ ସ୍କାମପୁର୍ଣ୍ଣ ହେଉ। ସେତେବେଳେ ମୁଁଥିଲି ବ୍ରାହ୍ମଣ | ମୁଁ କଣ ଭୁଲ କରିଥିଲି। ମୋତେ ରାମ ମାରିଛନ୍ତି ମୋର ଶେଷ ସମୟରେ ମୋତେ ଗୁରୁ କରି ରାଜନିତି ଶିକ୍ଷା ମାଗିଲେ ମୁଁ ଦେଲି। ଏହା ମୋର ଭୂଲ ଥିଲା । ସେଥିପାଇଁ ମୋତେ ଜାଳି ଲୋକେ ମଜା ନେଉଛନ୍ତି । ଲୋକେ ନିଜକୁ ଥରେ ପଚାରନ୍ତୁ ମୋ ତୁଳନାରେ ସେ କଣ। ଦୋଷ ଥିଲେ କ୍ଷମା ଦେବେ ସୁଧିଜନେ

Tuesday, 25 September 2018

ପିତୃ ପକ୍ଷର ଶ୍ରାଦ୍ଧ

ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଦିନଠାରୁ ଅମାବା ସ୍ୟା ପର୍ଯ୍ୟନ୍ତ କୁ ପିତୃ ପକ୍ଷ କୁହାଯାଏ । ଆଉ ମଧ୍ୟ ଶାସ୍ତ୍ର ମତ ଅନୁଶାରେ କାର୍ତ୍ତିକ ଅମାବାସ୍ୟା ବା ଦିପାବଳୀପର୍ଯ୍ୟନ୍ତ ମଧ୍ୟପିତୃପକ୍ଷ ଶ୍ରାଦ୍ଧ ଦିଆଯାଏ । ପ୍ରତ୍ୟେକ ଜିବ ଦେହତ୍ୟାଗ କରୁଛନ୍ତି । ପୁନରପି ଜନ୍ମ ଗ୍ରହଣ କରୁଛି । ମଲାପରେ ଜିବର ଜନ୍ମ କେଉଁ ଯାଗାରେ ହେବ ତାହାକୁ ବିଶ୍ଵ ଦେବତା ସ୍ଥିର କରନ୍ତି । ତାଙ୍କ ସହ ଅଦିତ୍ୟ ଦେବତାଓ ରୁଦ୍ର ଦେବତାଙ୍କର ଭୂମିକା ମଧ୍ୟ ଅଛି । ଶ୍ରାଦ୍ଧ ରେ ଏହି ୩ ଦେବତାଙ୍କୁ ମୁଖ୍ୟ ପୁଜାରେ ନିମନ୍ତ୍ରଣ କରାଯାଏ । ତାପରେ ପିଣ୍ଡଦାନ କରାଯାଏ । ପିଣ୍ଡଦାନ ପାଇଁ ଅକ୍ଷତ, ରାଶି, କଞ୍ଚା କ୍ଷୀର, କୁଶ ଦରକାର ହୁଏ ସଂକଳ୍ପ ପାଇଁ । ଆମେ ଦେଉଥିବା ପିଣ୍ଡକୁ ଆଦିତ୍ୟ ଦେବତା ନିଅନ୍ତି ରୁଦ୍ର ଦେବତା ପୋଲିସ ପରି ସୁରକ୍ଷା ଦିଅନ୍ତି । ବିଶ୍ଵ ଦେବା ଜୀବ ଜନ୍ମିଥିବା ଯାଗାକୁ ସୁଚନା ଦେଇଥାନ୍ତି । ଅର୍ଥାତ୍ ଯେଉଁ ଠିକ୍ ପିଣ୍ଡଯିବ । ଆମେ ଅଣୁ ଆକାରରେ ଦେଲେ ତାହା ପର୍ବତ ଆକାରରେ ପହଞ୍ଚେ ଜନ୍ମିତ ବ୍ୟକ୍ତି ପାଖରେ । ତାହାର ଉନ୍ନତି ହୋଇଥାଏ । ଏଥିରେ ଶ୍ରଦ୍ଧା ଓ ଭକ୍ତି ରହିବା ଦରକାର । ଆଚାର୍ଯ୍ୟଙ୍କୁ ଉପଯୁକ୍ତ ଦକ୍ଷିଣା ଦେବା ଦରକାର । ଆମେ ପିଣ୍ଡଦାନ କଲେ ଆମକୁ ମଧ୍ୟ କିଏ ପିଣ୍ଡଦାନ କରୁଥିବ । ଯାହାର ବଂଶ ରେ କେହି ନ ଥିବେ ତାଙ୍କ ପାଇଁ ମଧ୍ୟ ଆମେ ଏକ ଅନାମିକା ପିଣ୍ଡ ଦେଇଥାଏ । ପରିଶେଷରେ ବସ୍ତ୍ର ତାମ୍ବୁଳ ଦହି ଛେନା ଆଦି ଦିଆଯାଏ । ରନ୍ଧାଦ୍ରବ୍ୟ ରେ ପିଣ୍ଡଦାନ କଲେ ଶୁଭ ହୁଏ ।

Friday, 21 September 2018

ବଳଦେବ ଙ୍କର କିଛି ନାମ

ବଳଭଦ୍ର ପ୍ରଳମ୍ବଘ୍ନ ଚ ବଳଦେବ ଅଚୁତାଗ୍ରଜମ
ରେବତୀରମଣୋ ରାମଃ କାମପାଳୋହଳାୟୁଧ
ନୀଳାମ୍ବର ରୌହିଣେୟସ୍ତାଳାଙ୍କୋ ମୁଷଳି ହଳୀ
ସଙ୍କର୍ଷଣ ସୀରପାଣିଃକାଳିନ୍ଦିଭେଦନୋ ବଳଃ ।
ବଳଭଦ୍ର, ବଳଦେବ , ପ୍ରଳମ୍ବଘ୍ନ, ଅଚ୍ୟୁତାଗ୍ରଜ , ରେବତୀରମଣ, ରାମ, କାମ ପାଳ, ହଳାୟୁଧ,ନୀଳାମ୍ବର ରୋହିଣେୟ, ତାଳାଙ୍କ, ମୁଷଳିନ୍, ହଳିନ୍, ସଙ୍କର୍ଷଣ, ସୀର ପାଣି ଏହି ନାମଗୁଡିକ ବଳଦେବ ଠାକୁରଙ୍କର ଏହି ନାମକୁ ପ୍ରତିଦିନ ଭକ୍ତି ର ସହ ଉଚ୍ଚାରଣ କଲେ ଧନ ଐଶ୍ଵର୍ଯ୍ୟ ପରି ପୁର୍ଣ୍ଣ ହୋଇଥାଏ । ମନୁଷ୍ୟ ଜିବନ ରେ ସମସ୍ତ କଷ୍ଠ ହଟିଯାଏ । ଜୟ ବଡ ଠାକୁର ବଳଦେବ ଜୀ ଅନନ୍ତ କୋଟି ପ୍ରଣାମ ପ୍ରଭୁ ।........

Sunday, 16 September 2018

କ୍ଷୁଦ୍ରଗଳ୍ପ ପଳାତଙ୍କ

ବ୍ୟାଙ୍କ ମ୍ୟାନଜର ସାହେବ ଚାଲିଛନ୍ତି ଗାଡ଼ି ତାଙ୍କର ମନ୍ଥର ଗତିରେ ଚାଲିଥାଏ । ବାଟରେ ବହୁ ନଦନଦୀ ଅତିକ୍ରମ କରି  ସହରାଭିମୁଖେ ସାଥିରେ ତାଙ୍କର ପୁଲିସ ବାବୁଓ ଅନ୍ୟ ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ।ବହୁ ଦୁଃର୍ଗମ ପଥ ଅତିକ୍ରମ କରି ଶେଷରେ ପହଞ୍ଚିଲେ ସହରର ସେଇ ରାଜପ୍ରାସାଦ ରେ ।ପହଞ୍ଚିବା ମାତ୍ରେ ଫାଟକ ଖୋଲିଗଲା ଜଣେ ଜରା ଜିନ୍ନ ବୃଦ୍ଧ ଆସି ସ୍ଵାଗତ କଲେ ଏମାନଙ୍କୁ । ଏହି ରାଜପ୍ରାସାଦରେ ରଙ୍ଗବେରଙ୍ଗର ଆଲୋକ ମାଳା କୃତ୍ରିମ ବର୍ଷା ପ୍ରକୋଷ୍ଟ ଗାଧୁଆ ଘରର ଜଳାଶୟ ଏକ ପୁଷ୍କରିଣୀ ଏହା ଏକ ସୁନ୍ଦର ମନୋରମ ଦୃଷ୍ଯ ଏଥିରେ ପଦ୍ମ ପୁଷ୍ପ ସଦ୍ୟ ପ୍ରସ୍ପୁଟିତ ହଂସ ହସରାଳିଙ୍କ ସହ ଅନ୍ୟାନ୍ୟ ପକ୍ଷୀମାନଙ୍କର ଖେଳ ଇନ୍ଦ୍ର ଭୂବନ ଠାରୁ ଶତ ଗୁଣରେ ଅଧିକ । ଅତିଥିମାନଙ୍କର ଗୃହ ଠାରୁ ଆରମ୍ଭ କରି କୁକୁର ରହିବା ପର୍ଯ୍ୟନ୍ତ ସମସ୍ତ ଗୃହ ଐଶ୍ଵର୍ଯ୍ୟରେ ଭରପୁର ।ହଜାର ହଜାର କୋଟି ଟଙ୍କାର ଏହି ପ୍ରାସାଦରେ ରହିବାକୁ ମାତ୍ର ୨ ଜଣ । ଜରା ଜିନ୍ନ ରଘୁଆ ଓ କୁକୁର ଟିପୁ । ବର୍ଷେ ତଳେ ଘର ମାଲିକ ମଦନ ବାବୁ ଚାଙ୍କର ରଘୁକୁ କହିଲେ ମୁଁ ବାହାରକୁ ଯାଉଛି । ଘର କବାଟ ଦେଇ ଦେ । ସେହିଦିନଠୁ ଆଉ ଫେରି ନାହାନ୍ତି। ଘରେ ଯାହା ଥିଲାକଷ୍ଟେ ମଷ୍ଟେ କିଛି ଦିନ ଚଳିଲା | ଟିପୁର ଦିନକୁ ଖର୍ଚ୍ଚ ଏକ ହଜାର ଟଙ୍କା ରୁ ଉର୍ଦ୍ଧ । ମୁଁହ ଶୁଖାଇ କାନ୍ଦୁଛି । ମୁଁ ଘର ଛାଡ଼ି ଗାଁକୁ ଯିବି ଭାରି ବୋଲି ବାହାରୁଛି ହେଲେ ଗାଁରେ କିଛି ନାହିଁ । କୋଉମନ୍ଦିର କିମ୍ବା ଘର ବାରଣ୍ଡାରେ ଜିବନ ଟା କଟି ଯିବ ଭୋକ ଉପାସରେ ଟିପୁ କୁ ଛାଡ଼ି ଯାଇପାରୁନି । ବାହାରକୁ ଯାଇ ମଜୁରୀଲାଗି କିଛି ରୋଜଗାର କରିବାକୁ ବିଚ ରାଟିପୁ ଛାଡ଼ି ଦେଉ ନି। ଯାହା ଦେଲେ କିଛି ଖାଉ ନି। ତାକୁ ବାହାରକୁ ଛାଡ଼ି ଦେଲେ ସେ କୁଆଡ଼େ କଣ ଖାଇବଞ୍ଚି ଯାନ୍ତାହେଲେ ବୁଲା କୁକୁରମାନେ ତାକୁ କାମୁଡ଼ି ମାରି ଦେବେ କିଛି କରି ହେଉନି । ବ୍ୟାଙ୍କ ଋଣ ଆଣି ମାଲିକ ଘର କଲା ସୁଝି ନ ପାରୀ ବିଦେଶରେ ଆତ୍ମଗୋପନକରିଛି ।ଏବେ ବ୍ୟାଙ୍କ ବାଲାଘରକୁ ପୋଲିସ ସହାୟତାରେ କବ୍ଜା କଲେ। ମୁଁ ଆଉ ଅସହାୟଟିପୁ ଘର ଛାଡ଼ିଲୁ

Tuesday, 11 September 2018

ଅନ୍ଧବିଶ୍ଵାସ


ସମାଜରେ କୁସଂସ୍କାରର ମୁଳଦୁଆ ବ୍ରାହ୍ମଣମାନଙ୍କ ମାଧ୍ୟମରେ ପ୍ରଚଳିତ ସେମାନେ ଲୋକମାନଙ୍କୁ ଭୂଅାଁ ବୁଲାଇ ଶୋଷଣ କରି ନିଜକୁ ମହାନ ବୋଲାଉଛନ୍ତି । ମନ୍ଦିର ମାନଙ୍କରେ ଉତ୍ପାତ ଶୃଷ୍ଟି କରୁଛନ୍ତି । ଏମାନଙ୍କ ଚାଲବାଜି ବୁଦ୍ଧଦେବ କିପରି ଧରିଥିଲେ ତାହା ଏଠାରେ ବର୍ଣ୍ଣିତ । ବ୍ରାହ୍ମଣ ଓ ବୁଦ୍ଧଦେବଙ୍କ କଥପୋକଥନ ପଢନ୍ତୁ।
ବ୍ରାହ୍ମଣ -- ମୁଁ ଜନ୍ମଜାତ ଶ୍ରେଷ୍ଠ ଅଟେ

ବୁଦ୍ଧ -- କେମିତି  ?

ବ୍ରାହ୍ମଣ-- କାହିଁକିନା ମୁଁ ବ୍ରାହ୍ମଣ ଅଟେ।

ବୁଦ୍ଧ-- ଠିକ୍ ଅଛି, ଆଚ୍ଛା ଗୋଟିଏ କଥା କୁହନ୍ତୁ ,.......ଆପଣଂକ ଘର ର ମହିଳାମାନେ କ'ଣ ଗର୍ଭବତୀ ହୁଅନ୍ତି?

ବ୍ରାହ୍ମଣ-- ହଁ.. ହୁଅନ୍ତି।

ବୁଦ୍ଧ-- ସେମିତି ହିଁ ହୁଅନ୍ତିନା ଯେମିତି ଅନ୍ୟ ମହିଳାମାନେ ହୁଅନ୍ତି......ନା ପୁଣି ....?

ବ୍ରାହ୍ମଣ-- ହଁ... ସେମିତି ହିଁ ହୁଅନ୍ତି।

ବୁଦ୍ଧ- ଆପଣଂକ ମହିଳାଂକ ଗର୍ଭାବସ୍ଥାର ସମୟ ସେତିକି ହିଁ ସମୟର ହୋଇଥାଏ ନା ଯେତିକି ଅନ୍ୟ ମହିଳାଂକର ହୋଇଥାଏ?

ବ୍ରାହ୍ମଣ -- ହଁ... ସେତିକି ସମୟର ହିଁ ହୋଇଥାଏ।

ବୁଦ୍ଧ -- ଛୁଆ ଜନ୍ମ କରିବା ବା ପ୍ରସୂତି ବି ସେମିତି ହିଁ ହୋଇଥାଏ ନା ଯେମିତି ଅନ୍ୟ ମହିଳାଂକର ହୋଇଥାଏ ?

ବ୍ରାହ୍ମଣ-- ହଁ... ସେମିତି ହିଁ ହୋଇଥାଏ।

ବୁଦ୍ଧ -- ଯେବେ ଗର୍ଭବତୀ ହେବାର ତରିକା, ଗର୍ଭାବସ୍ଥାର ସମୟ ଆଉ ଛୁଆ ଜନ୍ମ ହେବାର ତରିକା ....ଏହି ସବୁ ପ୍ରକ୍ରିୟା ଏକ ସମାନ ଅଟେ ତ ଆପଣ ବ୍ରାହ୍ମଣମାନେ କେଉଁ ଆଧାରରେ ନିଜକୁ ଅନ୍ୟମାନଂକ ଠାରୁ ଜନ୍ମଜାତ ଶ୍ରେଷ୍ଠ ବୋଲି କହିଥାଅ.....?? ?

ବୁଦ୍ଧଂକ ଏହି ପ୍ରଶ୍ନର ଉତ୍ତର ବ୍ରାହ୍ମଣ ପାଖରେ ନ ଥିଲା .....

ବୁଦ୍ଧ-  ଏହାର ମାନେ ଏହା ଯେ ମନୁଷ୍ୟ ନିଜ କର୍ମରୁ ଶ୍ରେଷ୍ଠ ହୋଇଥାଏ ... ନିଜ କର୍ମରୁ ହିଁ ମହାନ ହୋଇଥାଏ ନା କି ଜନ୍ମରୁ .....
ବ୍ରାହ୍ମଣର ଶାସନ ତାର ଜ୍ଞାନ ଉପରେ ନୁହଁ ଆମର ଅଜ୍ଞାନତା ଉପରେ ଠିଆ ହୋଇଅଛି।
ବ୍ରାହ୍ମଣ ଆମକୁ ଗଛ ପୂଜେଇ ଥାଏ,
ପଥର ପୂଜେଇ ଥାଏ, ପୃଥିବୀ, ଆକାଶ, ଜଳ, ଅଗ୍ନି, ବାୟୁ, ଫୋଟ, ଲୁହା, ଇଟା, ପଶୁ, ପକ୍ଷୀ ବା ଯାହା ବି ଦୃଶ୍ୟମାନ ହେଉଛି ତାହାସବୁ କୁ ଖୋଲାଖୋଲି ଭାବେ ଆମଦ୍ୱାରା ପୂଜନ କରାଉଛି।

ଆଉ ଏହି ସବୁ ଏକ ଅପାଠୁଆ ବ୍ରାହ୍ମଣ ଆମର ପାଠଶାଠ ପଢିଥିବା IAS, IPS, ଓକିଲ, ମାଜିଷ୍ଟ୍ରେଟ, ଇଂଜିନିୟର, ଡାକ୍ତର ଦ୍ୱାରା କରାଇ ପାରିଥାଏ।
ତଥାପି ବି ଆମେ କେମିତି କହୁ କି ଆମେ ବ୍ରାହ୍ମଣଂକ ଗୁଲାମ ନୋହୁଁ ବୋଲି??
                                                         ବ୍ରାହ୍ମଣଂକ କାହାଣୀ

ଯେବେ ଭୂମିକମ୍ପ ଆସିବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ ,

ଯେବେ ହୁଡ ହୁଡ ତୋଫାନ୍ ଆସିବାର ଥିବ ତ ଏମାନଂକୁ ଜଣା ନ ଥିବ

ଯେବେ ଟ୍ରେନ୍ ଓଲଟିବା ଥିବ  ତ ଏହା ସେମାନଂକୁ ଜଣା ନ ଥିବ,

ଯେବେ ନୋଟ୍ ବଦଳିବା ଥିବ ତ ଏହା ସେମାନଂକୁ ଜଣା ନ ଥିବ,

ଯେବେ ଦେଶ ଉପରେ ଆକ୍ରମଣ ହେବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ ,

ଯେବେ ଦେଶରେ ବୋମା ବିଷ୍ଫୋରଣ ହେବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ,

ଯେବେ କେଦାରନାଥ ବନ୍ୟାରେ ଭାସି ଯିବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ,

ଯେବେ ଭାରତର ରାଜଧାନୀରେ ଏକ ବସ୍ ରେ କୌଣସି ଝିଅର ବଳାତ୍କାର ହେବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ  ,

ଯେବେ ଦେଶ ଭିତରେ ଆତଂକବାଦୀ ନିର୍ଦ୍ୱନ୍ଦରେ ବୁଲୁ ଥିବେ ତ ଏହା ସେମାନଂକୁ ଜଣା ନ ଥିବ ,

ଯେବେ ସୀମାରେ ସୈନ୍ୟଂକ ଗଳା କଟିବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ ,

ଯେବେ ଚାରିଧାମ ଯାଉଥିବା ବସ୍ ଦର୍ଘଟଣା ହୋଇ ଘାଇରେ ପଡିବାର  ଥିବ ତ ଏହା ସେମାନଂକୁ ଜଣା ନ ଥିବ,

ଯେବେ କୌଣସି ପ୍ଲେନ୍ ନିଖୋଜ ହେବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ,

ଯେବେ ବର୍ଷା ହେଲେ ବିଜୁଳି ପଡିବାର ସଂଭାବନା ଥିବ ତ କାହା ଉପରେ ବିଜୁଳି ପଡିବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ।

ଏମାନଂକୁ ସେୟା ହିଁ ଜଣାଥାଏ ଯାହା ଅସମ୍ଭବ।

ଯେପରିକି
କାହା ଉପରେ ଗ୍ରହ ନକ୍ଷତ୍ର

-ଦୋଷ ,ଗତ ଜନ୍ମର ପାପ,

ମଲାପରେ ସ୍ୱର୍ଗ ମିଳିବା,

ମାତାପିତାଂକ ମୃତ୍ୟୁପରେ ଶ୍ରାଦ୍ଧ ଦେଇ ସେମାନଂକୁ ଖୁଆଇବା,

ଇତ୍ୟାଦି ସବୁପ୍ରକାର ଅନ୍ଧବିସ୍ୱାସ ଓ ମନଗଢା କଥା ।

ଯାହାକୁ ଗତ ଜନ୍ମ ଓ ସ୍ୱର୍ଗ ବିଷୟରେ ଜ୍ଞାନ ଅଛି ସେମାନେ ଏସବୁ କାହିଁକି ଜାଣିପାରନ୍ତିନି ?

ଏଇଥିପାଇଁ ଜାଣନ୍ତିନି କାହିଁକିନା ଏସବୁ ଦୃଶ୍ୟମାନ ହୋଇଥାଏ,
ସତ୍ୟତା ଜାଣିହୋଇଥାଏ।

ବର୍ତ୍ତମାନ ବ୍ରାହ୍ମଣ ଭକ୍ତିଭାବକୁ ଛାଡ଼ି ସେଲଫି ଭାବକୁ ନେଇ ପୁଜା ନାମ ରେ ଠକୁଛି । ବ୍ରାହ୍ମଣ ଅଛି ଯେ ବ୍ରାହ୍ମଣ କର୍ମ କରୁଛି । ସେ ଯେଉଁ ଜାତି ହେଉ ଯଦି ବ୍ରହ୍ମ କାର୍ଯ୍ୟ କରୁଥିବ ସେ ବ୍ରାହ୍ମଣ । ବ୍ରହ୍ମକୁ ଜାଣିଥିବ

Saturday, 8 September 2018

ଆଠ ଦିଗର ହସ୍ତୀ ସମ୍ବନ୍ଧରେ

ପୂର୍ବ ଦିଗ ରେ ଐରାବତ । ଅଗ୍ନି କୋଣେ ପୁଣ୍ଡରିକ । ବାମନ ଦକ୍ଷୀଣ ଦୀଗ ଗଜ, କୁମୁଦ ନୈରୁତ କୋଣସ୍ଥ ଦିଗ୍ଗଜ, ଅଞ୍ଜନ ପଶ୍ଚିମ ଦିଗ୍ଗଜ, ପୁଷ୍ପବନ୍ତ ବାୟୁ କୋଣସ୍ଥ ଦିଗ୍ ଗଜ, ସାର୍ବଭୌମ ଉତ୍ତର ଦିଗସ୍ଥ ଦିଗ୍ ଗଜ, ସ୍ୱ ପ୍ରତୀକ, ଐଶାନ୍ୟ କୋଣସ୍ଥ ଦିଗ୍ଗଜ ଏହି ୮ ଗଜ ୮ଦି
,

Tuesday, 4 September 2018

ଶିଷ୍ଯ ଚୟନ ଓ ଦୀକ୍ଷାର ସ୍ଥାନ

ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନଞ୍ଜନ ଶଲାକୟା,
ଚକ୍ଷୁ ରୁନ୍ମୀଳିତଂ ଯେନ୍ ତସ୍ମୈ ଶ୍ରୀ ଗୁରବେ ନମଃ।
ନମସ୍ତେ ଗୁରବେ ତସ୍ମୈ ଇଷ୍ଟଦେବ ସ୍ଵରୂପିଣେ,
ଯସ୍ୟ ବାଗମୃତଂ ହନ୍ତି ବିଷଂ ସଂସାର ସଞ୍ଜକମ୍
ଭବପାଶ ବିନାଶାୟ ଜ୍ଞାନ ଦୃଷ୍ଟି ପ୍ରଦର୍ଶିନେ,।
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର,
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ

ଶିଷ୍ୟ ର ଯୋଗ୍ୟତା-
ଶାନ୍ତ ବିନୀତ, ଶୁଦ୍ଧ ଆତ୍ମା, ଶ୍ରଦ୍ଧାଳୁ, ମେଧାବୀ, କାର୍ଯ୍ୟ କୁଶଳ, ଗୁଣବନ୍ତ, ଧାର୍ମିକ, ଗୁରୁ ଭକ୍ତ ହେବା ଉଚିତ ।

ବର୍ଜନୀୟ ଶିଷ୍ୟ - ପାପି, କ୍ରୁର କର୍ମୀ ,ଦୁଷ୍ଟ, କଞ୍ଜୁସ୍, ଆଚାର ବିହିନ , ନିନ୍ଦୁକ' ମୁର୍ଖ, ଆଳସ୍ୟପରାୟଣ, ଦାମ୍ଭିକ, ରୋଗି, ଭୋଗି, ଅନ୍ୟାୟ ଭାବରେ ଧନ ସଂଗ୍ରହକାରୀ, ସ୍ଵଜ୍ଞାନରେ ଅଭିମାନ, ଅଶୁଦ୍ଧ ଭୋଜନକାରୀ, ସଂସୟୀ ,ଦେବତା ଓ ତୀର୍ଥରେ ଆସ୍ଥା ନଥିବା ଶିଷ୍ୟ,

ଦୀକ୍ଷା ର ସ୍ଥାନ - ଗୋଶାଳା, ଗୁରୁ ଗୃହ, ଦେବ ମନ୍ଦିର, ବଣ,ଉଦ୍ୟାନ, ନଦୀତଟ, ପୁଣ୍ୟ କ୍ଷେତ୍ର, ଅଁଳା ଓ ବେଲଗଛ ମୁଳ , ପର୍ବତ ଶିଖର , ଗଙ୍ଗାତଟ, ଗୟାତ ତୀର୍ଥ, କୋଣାର୍କ ତିର୍ଥ ମଧ୍ୟ ଦୀକ୍ଷାର ଉପଯୁକ୍ତ ସ୍ଥାନ।

ଗୁରୁ ଚୟନ

ଗୁରୁ ସମର୍ଥ ଓ ସର୍ବୋତ୍କୃଷ୍ଟ ହେବା ବିଧେୟ ।ଗୁରୁ ଶାନ୍ତ, ଦୟା ବାନ, କୁଳୀନ, ବିନମ୍ର, ଶୁଦ୍ଧ ଆଚାରଯୁକ୍ତ, ପ୍ରତିଷ୍ଠିତ , ଉଲସ୍ଵଭାବ ଯୁକ୍ତ, କାର୍ଯ୍ୟ କୁଶଳ, ବୁଦ୍ଧିମାନ, ଧ୍ଯାନରେ ନିପୁଣତା, ମନ୍ତ୍ର ଓ ତନ୍ତ୍ର ଶକ୍ତିର ଅଧିକାରୀ, ସମର୍ଥ, ତପସ୍ୱୀ, ସତ୍ୟବାଦୀ, ଯଥାସମ୍ଭବ ଗୃହସ୍ଥି ହୋଇ ଥିବେ । ବର୍ଜନୀୟ ରୋଗି, ପୁତ୍ର ହିନ, ଧୁର୍ତ୍ତ, କ୍ରିୟା ହିନ, ଗୁରୁ ନିନ୍ଦୁକ ଓ ଇର୍ଷାଳୁ ହୋଇ ନ ଥିବେ।

Tuesday, 28 August 2018

ଗୀତା ପଣ୍ଡା କାହାଣୀ

ପ୍ରତିଦିନ ସକାଳୁ ଗିତା ପଣ୍ଡା ଗୀତା ବହିର ୧୮ଅଧ୍ୟାୟପଢି ସାରି, ଗାଁକୁ ଭିକ୍ଷା କରିବାକୁ ବାହାରେ । ଭିକ୍ଷାରେ ଯାହା ମିଳେ ତାହା ପରିବାର ଭରଣ ପୋଷଣ ହୁଏ । ସେଇ ବର୍ଷ ଦୁର୍ଭିକ୍ଷ ପଡିଥାଏ ।୩ ଦିନ ହେଲାଭିକ୍ଷାରେ କିଛି ରୋଜଗାର ନାହିଁ । ପିଲାମାନେ ଭୋକରେ ଆଉଟୁ ପାଉଟୁ। ସକାଳୁ ସକାଳୁ ଠାକୁର ଘର ବନ୍ଦ କରି ଗୀତା ପାଠଆରମ୍ଭ ଚାଲିଥାଏ ପଣ୍ଡାଙ୍କର । ଏଣେ ପଣ୍ଡଉଣୀ ରାଗିକି ନିଆଁ। ପିଲାମାନେ ଖାଇବାକୁ ମା ପାଖରେ କାନ୍ଦୁଛନ୍ତି । ପଣ୍ଡାଙ୍କ ସ୍ତ୍ରୀଯାଇ ପଣ୍ଡାଙ୍କୁ କହିଲେ ହଇଏ ତୁମ ଗିତା ପାଠ ସେତିକିଥାଉ । ଗାଁକୁ ଯlଅ ଯାହା କିଛି ଭିକ୍ଷା ମିଳିବ ପିଲାଏ ଖାଇବେ | ପଣ୍ଡାଏ ତାଙ୍କ କଥା ଶୁଣି କହିଲେ ମୋର ସମ୍ପୁର୍ଣ୍ଣ ଗିତା ପାଠ ନ ସରିବା ଯାକେ ମୁଁଯିବିନି । ପଣ୍ଡଉଣୀ ରାଗିଗଲେ ଓ ତାଙ୍କୁ ଗାଳି ଗୁଲଜ କଲେ ।ଏଣେ ଭୋକରେ ଛୁଆ କାନ୍ଦି ଘରେ ଗଡ଼ୁଛନ୍ତି । ୟାଙ୍କର ଗୀତା ଜ୍ଞାନ ଚାଲିଛି । ଲଜ୍ୟାମାଡ଼ୁନି ବେଲଜ୍ୟା। ପଣ୍ଡାଏ ନ ରାଗିକରି କହିଲେ ତାଙ୍କ ଉପରେ ଯିଏ ବିଶ୍ଵାସ ରଖେ ସେ ତାର ଭାର ବହନ କରନ୍ତି ।ଏ ପଦଟିକୁ ତୁ କାଟି ଦବୁ । ପଣ୍ଡଉଣୀ ହାଁ କହି ଲେଖନ ଆଣି ତାଳପତ୍ର ପୋଥିକୁ କାଟି ଦେଲା। ପଣ୍ଡା ଘରୁ ରାଗ ଅଭିମାନ ରେ ଯାଇ ଗାଁ ମୁଣ୍ଡ ବରଗଛ ମୁଳେ ଶୋଇଲା
ଏଣେ ଜଣେ ଗଉଡପିଲା ସରୁ ଚାଉଳ, ମୁଗ , ଘିଅ , ପନିପରିବା ଆଦି ଭାରରେ ଆଣି ପହଞ୍ଚି ଗଲା । ପଣ୍ଡଉଣୀକୁ କହିଲା ୟାକୁ ରଖ ପଣ୍ଡା ଏ ମୋ ହାତରେ ପଠାଇଛନ୍ତି । ପଣ୍ଡଉଣୀ ସବୁ ରଖିଲା ତାର ଘର ଦ୍ଵାରସବୁପରିପୁର୍ଣ୍ଣ ହୋଇଗଲା ।ପିଲାଟି କହିଲା ମୁଁ ଯାଉଛି । ପଣ୍ଡଉଣୀ କହିଲା କଣ ପଖାଳ ପାଣି ଟୋପେ ପିଇକିଯା, ପିଲାଟି କହିଲା ମୋ ଜିଭକଟିଯାଇଛି ମୁଁ ଖାଇ ପାରିବିନି କହି ପଳାଇଲା,| ତା ପରେ ପଣ୍ଡଉଣୀ ରୋଷେଇ ସାରି ପିଲାଙ୍କୁ ଖାଇବାକୁ ଦେଇ ନିଜେ ବସିଛି ପଣ୍ଡା ଆସିଲେ ଦୁହେଁଖାଇବେ ।କିଛି ସମୟ ପରେ ପଣ୍ଡା ଆସିଲେ ଦୁଃଖରେ ଠାକୁର ଘରେ ବସିଲେ। ସ୍ତ୍ରୀ ତାଙ୍କୁ ଯାଇ କହିଲେ ଖାଇବାକୁ ଆସ। ପଣ୍ଡା ପଚାରିଲେ କଣ ଖାଇବି ତମେ ଯୋଉ ପିଲା ହାତରେ ଭାର ଦେଇଥିଲ ମୁଁ ତାକୁ ୭ତିଅଣ ଆO ଭଜା କରି କ୍ଷିରି ପୁରୀ ଅନ୍ନ ବ୍ୟଞ୍ଜନ ସବୁ କରିଛି । ପଣ୍ଡାଏ କିଛି ବୁଝି ପାରିଲେ ନାହିଁ । ଏ ସବୁ କିଏ ଦେଲା, ମୁଁ ଜାଣିନି ।ସ୍ତ୍ରୀ କହିଲେ ଜଣେ ଗଉଡପିଲା ଏ ସବୁ ଦେଲା ଘର ସବୁ ପରିପୁର୍ଣ୍ଣ । ତୁମ ନାଁ କହିଲା ତୁମେ ଏ ସବୁ ଜିନିଷ ଦେଇଛ ମୁଁ କହିଲି ତୋରାଣି ମୁଣ୍ଡେ ପିକି ଯାଆ, ସେ କହିଲା ମୋ ଜିଭ ତିନି ଗାର କାଟି ହୋଇ ରକ୍ତ ବାହାରୁଛି। ପଣ୍ଡା କହିଲେ ଚାଣ୍ଡାଳି ବୁଝିଲୁ ସେ ସେଇ ଜଗନ୍ନାଥ ତୁ ଯାହା ଜିଭ କାଟିଛୁ । ତାପରେ ଦୁହେଁ ଶ୍ରୀମନ୍ଦିର ଯାଇ ପ୍ରଭୂଙ୍କ ଶରଣ ପଶିଲେ । ପଣ୍ଡା କହିଲେ ପ୍ରଭୁ ଙ୍କ ଉପରେ ଭରଷା କଲେ ସେ ଭକ୍ତର ସମସ୍ତ ଭାର ବହନ କରିବେ ।

Sunday, 26 August 2018

ରାକ୍ଷି ଭାଇ

ସବୁ ବର୍ଷ ଭଳି ମାନି ଯାଇଛି ଘରକୁ । ଶାଶୁ ଶଶୁରଙ୍କୁ ବୁଝାସୁଝା କରି ବସନ୍ତ ଦୋକାନରୁ ରାକ୍ଷି ଟି କିଣି ମଧୁ ଦୋକାନରୁ ମିଠା କିଣି ଚାଲିଛି । ଘରେ ପହଞ୍ଚି ଲଥ କିନି ବସିଗଲା ଘରେ କାନ୍ଦ ବୋ ବାଳି | କୁଆଡେ ଗଲା ଏତେ ବଡ ଶୁଖ । ପାଣି ଫୋଟକା ଭଳି କ୍ଷଣକେ ମିଳାଇଗଲା। ଅଚାନକ ଘୁର୍ଣ୍ଣିଝଡ ପାଣିରେ ଭସାଇ ନେଇଗଲା ସବୁ ଶୁଖ । ସେ ଦିନ ଭଳି ଆଉ କାହା ମନରେନାହିଁ ଖୁସି, ମାଛ ଧରି ଫେରୁଥାଏ ଲିଟୁ ସବୁଦିନ ଭଳି ବଜାରରେବିକି ଗୁଜୁରାଣ ମେଣ୍ଟାଇବାକୁ କିନ୍ତୁ । ଏ କଣ ଡଙ୍ଗାଓଲିଟୁ ଆଉ ଫେରିଲେନି ପ୍ରକୃତିର କରାଳ ବିଭିଭିଷିକା ତାକୁ କୋଳେଇ ନେଲା ଚିଲିକା ଗର୍ଭକୁ । ବନ୍ଦ ରହିଲା ରାକ୍ଷି ବନ୍ଧା ପର୍ବ । ମାନି କାନ୍ଦି କାନ୍ଦି ଫେରିଛି ଶାଶୁ ଘରକୁ

Saturday, 18 August 2018

ଯୁଗେ ଯୁଗେ ଭଗବାନ ଭକ୍ତର

ଯାଇବଳରାମ ଦାଶ ପଞ୍ଚଶଖାମାନଙ୍କ ମଧ୍ୟରୁ ଅନ୍ୟତମ । ଥରେ ସେ ବେଶ୍ୟାଳୟକୁ ଯାଇଥିଲେ ।ରାତ୍ରୀ ପାହି ଗଲାଣି ତାଙ୍କୁ ଜଣା ନାହିଁ । ମନ୍ଦିରରେ ଘଣ୍ଟା ଘଣ୍ଟକାହାଳି ର ଶବ୍ଦ ଶୁଣୀ ଚମକି ପଡ଼ିଲେ। ନିଜକୁ ଧିକାର କଲେ । ଆଜି ପବିତ୍ର ରଥଯାତ୍ରା ରେ ମୁଁ ଚାଣ୍ଡଳ ବେଶ୍ୟାଳୟରେ | କାନ୍ଦିପକାଇଲେ ଭକ୍ତି ର ଅଶୃ ବହି ଯାଉଥାଏ । ଦୌଡିଲେ ପ୍ରଭୁଙ୍କ ରଥଯାତ୍ରା ରେ ଦର୍ଶନ କରିବା ପାଇଁ ପ୍ରଭୃ ଶ୍ରୀ କାଳିଆ ସାଆନ୍ତ ଚକା ଆଖିକୁ । କେଶ ବସନ ଅସମ୍ଭାଳ ଶରୀରରୁ ଶ୍ରମ ଝାଳ ବହି ଯାଉଛି । ଏହି ସମୟରେ ଚଢି ଗଲେ ନନ୍ଦିଘୋସ ରଥ ଉପରକୁ । ୟାଙ୍କୁ ଦେଖି ପଣ୍ଡାମାନେ ଧକା ଦେଇ ତଡି ଦେଉଛନ୍ତି କାନ୍ଦି କାନ୍ଦି ଅନୁରୋଧ କରୁଛି ମୋତେ ତଡ଼ନାହିଁ, ମୋର ଦୋଷକଣ । ମୁଁ କଣ ଦର୍ଶନ ରୁ ବଞ୍ଚିତ ହେଇ ଯିବି। ପଣ୍ଡାମାନେ ତାକୁ ସ୍ନାନ ସୌଚ ନକରି ବେଶ୍ୟାଳୟରୁ ଆସିଛୁ ଗଣ୍ଡଦେଶରେ ତାମ୍ବୁଳର ଛିଟା ଅଶଭ୍ୟ ବହୁ କଟୁ କଥା କହି, ଜୋର କରି ମାଡ଼ ମାରି ତଡ଼ି ଦେଲେ। ଯଦି ମୁଁ ତୋର ଭକ୍ତ ହୋଇଥାଏ ମୋର ମାନରଖିବୁ କହି ଚାଲିଗଲେ ବାଙ୍କି ମୁହାଣ ନିକଟକୁ, ସେଠାରେ ବାଲି ରଥ ନିର୍ମାଣ କଲେ ଓ ଧ୍ଯାନ ମୁଦ୍ରା ରେ ବସିଲେ ମୋ ରଥରେ ବିଜେ କର ନନ୍ଦିଘୋସ ରଥରୁ ଓହ୍ଲାଇ ଆସ।ସତ କୁ ସତ ଠାକୁର ଉକ୍ତ ର ମାନ ରକ୍ଷା ପାଇଁ ବାଲି ରଥରେ ବିଜେ କଲେ । ନନ୍ଦିଘୋସ ପାଦେ ବି ଆଗକୁ ଗଡ଼ିଲାନି ଭାଳେଣି ପଡ଼ିଲା ପଣ୍ଡା ମାନଙ୍କର 'ରାଜାଙ୍କୁ ଜଣାଇଲେ ସେମାନେ ରାଜା ବିବ୍ରତ ହୋଇ ତିରଣ ସଜ୍ୟାରେ ଶୋଇ ରହିଲେ ।ରାଜାଙ୍କୁ ସ୍ଵପ୍ନରେ ପ୍ରଭୃ କହିଲେ ମୁଁ ମୋ ଭକ୍ତ ବାଲିରଥରେ ବିଜେ କରିଛି । ସେବକମାନେ ତାକୁ ଅପମାନ ଦେଇ ବିଦା କରିଦେଲେ ସେ ଅଭିମାନ ରେ ବାଲି ରଥ କରି ଯୋଗାସନ ରେ ବସିଛି । ବାଙ୍କି ମୁହାଣକୁ ଯାଇ ତାକୁ ଆଣ ତେବେ ରଥଚାଲିବ । ରାଜା ତାଙ୍କର ପାଦତଳେ ପଡ଼ି କ୍ଷମା ମାଗି ସସମ୍ମାନେ ଆଣି ରଥରେ ଚଢାଇ ଲେ। ତାପରେ ରଥ ଚାଲିଲା ।
ନାହ୍ୟଂ ତିଷ୍ଠାମି ବୈକୁଣ୍ଠ ଯୋଗିନାଂ ହୃଦୟେ ନେ ଚ
ଯତ୍ର ତିଷ୍ଠାମି ମମଭକ୍ତ ତତ୍ର ତିଷ୍ଠାମି ନାରଦ

Friday, 10 August 2018

ଯାତ୍ରା କାଳରେ କିଛି ପକ୍ଷୀ ଦେଖିଲେ ଶୁଭ

ଯାତ୍ରା ସମୟରେ ଶଙ୍ଖଚିଲଦେଖିଲେ ଶୁଭ ।
୨ - ଗଙ୍ଗେଇ ଚଢେଇ ଦେଖିଲେ ଶୁଭ ।
୩ - ହଳଦୀ ବସନ୍ତ ଦେଖିଲେ ଶୁଭା
୪ - ମହୁମାଛି ଶରୀରରେ ବସିଲେ ଶୁଭ
୫- ପ୍ରଜାପତି ବସିଗଲେ ଶୁଭ
୬ - ମନ୍ଦିରର ଘଣ୍ଟ ପଖଜ ଶବ୍ଦ ଶୁଣିଲେ ଶୁଭ
୭ - ପୁଜା ପାଇଁ ପାଣି ଉଠାଇବା ଦୃଶ୍ୟ ଦେଖିଲେ ଶୁଭ
୮-ମା ତା ଛୁଆକୁ ସ୍ତନ୍ୟପାନ କରାଉଥିବାର ଦୃଶ୍ୟ ଦେଖିଲେ ଶୁଭ
୯- ଗାଇ ତା ଛୁଆକୁ ସ୍ନେହଁ ରେ ଚାଟୁଥିବାର ଦୃଶ୍ୟ ଦେଖିଲେ ଶୁଭ ।
୧୦ - ମଙ୍ଗଳ ରାତି ବୁଧ ପାହାନ୍ତି
ଯେଣେ ଯାଆନ୍ତି ତେଣେ ଜିତନ୍ତି ।
ତା ଅର୍ଥ ମଙ୍ଗଳବାର ରାତି ପାହି ନ ଥିବ ବୁଧବାର ସକାଳ ହେଇ ନ ଥିବ ସେ ସମୟରେ ଯେ ଯାତ୍ରା କରିବ ଶୁଭ ଫଳ ପାଇବହିଁ ପାଇବେ

Thursday, 9 August 2018

ଯାତ୍ରାର ଶୁଭାଶୁଭ ଜାଣନ୍ତୁ ।

ଘରୁ ବାହାରିଲା ବେଳେ ଯଦି ମା ପଛରୁ ଡାକନ୍ତି ତେବେ ଶୁଭ ଫଳ ନିଶ୍ଚୟ ପାଇବେ |
୨ - ଘରୁ ବାହାରିବା ସମୟରେ ସଧବା ସ୍ତ୍ରୀ ମୁଣ୍ଡ କୁଣ୍ଡାଉଥିବାର ଦେଖିଲେ ଶୁଭ ।
୩ - ଗୋରୁ ଗାଇଙ୍କ ଉପରେ କାଉ ବସି ଖୁମ୍ପୁଥିବାର ଦେଖିଲେ ଯାତ୍ରା ଶୁଭ
୪ - ନେହୁଳ ବା ନକୁଳ ଦେଖିଲେ ଶୁଭ ।
୫-ସଧବା ସ୍ତ୍ରୀ ପାଣି ମାଠିଆ କାଖେଇ ଯାଉଥିବାର ଦୃଶ୍ୟ ଦେଖିଲେ ଶୁଭ ।
୬- କେଉଟୁଣି ସଦ୍ୟ ମାଛବିକୁଥିବା ଦୃଶ୍ୟ ଦେଖି ଗଲେ ଶୁଭ ।
୭ - ଦଳେ ଲୋକ ଧ୍ବଜା ଧରୀ ନାମ କିର୍ତ୍ତନ କରି ଯାଉଥିବାର ଦୃଶ୍ୟ ଦେଖିେ6ଲ ଶୁଭ ।
୮-ହସ୍ତୀ ଦେଖିଲେ ଶୁଭ ।
୯- ବୃଶଭ ଦେଖିଲେ ଶୁଭ ।
୧୦- ନାକ ପୁଡ଼ା ରେ ହାତ ଦେବ ଯେଉଁ ପୁଡା ରୁ ଆଗପବନ ବାହାରିବ ସେଇ ଗୋଡ ଆଗ ବାହାର କରି ଯାତ୍ରା କରିବାଶୁଭ ।୧୧ - ତିଳକ ଲଗା ଗୋରା ବ୍ରାହ୍ମଣ କୁ ଦେଖିଲେ ଶୁଭ ।
୧୨ - କସରା ଘୋଡା ଦେଖିଲେ ଶୁଭ ।
୧୩ - ଶଙ୍ଖ ହୁଳହୁଳି ପଡୁଥିବା ସମୟରେ ଯାତ୍ରା ଶୁଭ।
୧୪- ଦକ୍ଷୀଣ ପଟେ ଶବ ଦେଖିଲେ ଶୁଭ ।

Wednesday, 8 August 2018

ସନ୍ଥ କବି ଭୀମ ଭୋଇ

ସନ୍ଥ କବି ଭୀମ ଭୋଇ ଆଜନ୍ମ ଅନ୍ଧ। ଅନ୍ଧ ହେଲେ ମଧ୍ୟ ସରଳ ନିସ୍କପଟ ସାନ୍ତ ଶୁଷିଳ ଭକ୍ତ ଟିଏ ପ୍ରଭୃଙ୍କର ସିଏ । ଥରେ ଘଞ୍ଚ ବିପିନ ମଧ୍ୟରେ ଯାତ୍ରା କରୁଥାନ୍ତି । ଏହି ସମୟରେ ତାଙ୍କର ଇଛା ହେଲା, ପ୍ରଭୁଙ୍କର ସୁନ୍ଦର ସୃଷ୍ଟି କୁ ଥରେ ଦେଖିବାକୁ । ବସିଲା ସେଠାରେ ନିଶ୍ଚଳ ଯୋଗଧ୍ୟାନ ରେ । କାୟମନ ବାକ୍ଯ ରେ କଲା ଆରଧନା । ପ୍ରଭୁଙ୍କ ଆସନ ଥରିଲା । ଦେଇ ଦେଲେ ତାକୁ ଚକ୍ଷୁ । ଠିକ ଏହି ସମୟରେ ଚକ୍ଷୁ ଖୋଲନ୍ତେ ଦେଖିଲା ସୁନ୍ଦର ଅରଣ୍ୟ ମଧ୍ୟରେ ବାଘମାଡ଼ି ବସିଛି ନିରିହ ହରିଣୀଟିକୁ । ପିଇ ଯାଉଛି ତାର ରକ୍ତ । ନିରିହ ପ୍ରାଣି କୁ ବଳଶାଳି ଖାଇ ଯାଉଛି । ମଣିଷ ମଣିଷକୁ ସ୍ଵାର୍ଥ ପାଇଁ ହାଣି ପକାଉଛି । ଅନ୍ୟାୟ ଅତ୍ୟାଚାର ବଢି ଚାଲିଛି । ତକ୍ଷଣାତ୍ ଚକ୍ଷୁ ବୁଜିଦେଲେ ପ୍ରଭୁଙ୍କୁ କହିଲେ ମୋ ଆଖି ନେଇଯାଅ ପ୍ରଭୁ । ମୋତେ ଅନ୍ଧ କରିଦିଅ ମୁଁ ଏ ଅନ୍ୟାୟ ଦେଖିପାରିବି ନାହିଁ । ଠାକୁର ତାକୁ ଅନ୍ଧ କରିଦେଲେ।
ସେହି ସମୟରେ ସେ ଲେଖିଲେ
ମୋ ଜିବନ ପଛେ ନର୍କେ ପଡ଼ିଥାଉ
ଡଗତ ଉଦ୍ଧାର ହେଉ।

Sunday, 5 August 2018

ବନ୍ଧୁତ୍ଵ ର ବର୍ଣ୍ଣନା

ଉତ୍ସବେ ବ୍ୟସନେଚୈବ ଦୁଃର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ
ରାଜଦ୍ଵାରେ ଶ୍ମଶାନେଚ ଯଃ ତିଷ୍ଟତି ସଃବାନ୍ଧବାଃ
ଊତ୍ସବ ସମୟରେ, ବିଳାଶ ବ୍ଯସନ ସମୟରେ, ଦୁର୍ଭିକ୍ଷ ସମୟରେ ଶବଶ୍ମସାନ କୁ ଯିବା ସମୟରେ ,ରାଷ୍ଟ୍ର ବିପ୍ଳବ ରେ ଏକ ଘରିଆ ସମୟରେ ଯେଉଁ ମଙ୍ଗଳାକାଙ୍ଖି ଉପସ୍ଥିତ ରହି ସାହାର୍ଯ୍ୟ କରନ୍ତି ସେହି ବନ୍ଧୁ

Thursday, 19 July 2018

ଶ୍ରଦ୍ଧା ଓ ବିଶ୍ୱାସ ଭକ୍ତକୁ ଭଗବାନଙ୍କ ନିକଟରେ ପହଞ୍ଚାଇଥାଏ

ଅନେକ ବର୍ଷ ତଳର କଥା |ଥରେ ସମ୍ରାଟ ଲାଲବେଗ ତାଙ୍କର ସାମ୍ରାଜ୍ୟ ବଢାଇବାକୁ ସ୍ଥିର କଲେ। ପାଖ ରାଜ୍ୟ ଗୁଡିକ ତାଙ୍କର ବଶ୍ୟତା ସ୍ଵିକାର କଲେ। ଯେଉଁ ରାଜ୍ୟ ଗୁଡିକ ବଶ୍ୟତା ସ୍ଵିକାର ନ କଲେ ତାଙ୍କ ସହ ଯୁଦ୍ଧ କରି ରାଜ୍ୟ ଗୁଡିକ ନିଜ ଅଧିନକୁ ଆଣୁଥିଲେ । ଏହିପରି ଉତ୍କଳ  ଆକ୍ରମଣ ର ଯୋଜନା କରି ଉତ୍କଳ ଆକ୍ରମଣ କରି ବାହାରନ୍ତେ ସୋଇ ସମୟର ରାଜା ଥିଲେ ରାମଚନ୍ଦ୍ର ଦେବ । ସେ ଚତୁରତାର ସହଯୁଦ୍ଧ ନ କରି  ସବୁ ଘରତାଟି କବାଟ ପକାଇ ରହିଲେ। ଲାଲ ବେଗ ପିପିଲି ଠାରୁ ସାକ୍ଷି ଗୋପାଳ ମଧ୍ୟରେ କାହାକୁ ରାସ୍ତାରେ ନ ପାଇ ଫେରୁଛନ୍ତି । ଏହି ସମୟରେ ଯୁଦ୍ଧ କଥା ଶୁଣି ଲାଲବେଗ ଆସୁଛି ଜାଣି ଯିଏ ଯୁଆଡ଼େ ଥିଲେ ସମସ୍ତେ ଘରକୁ ଦରଡ଼ୁଥିଲେ । ଏହି ସମୟରେ ଏକ ବିଧବା ବ୍ରାହ୍ମଣି ନଦୀରେ ସ୍ନାନ ସାରି ଫେରୁଥିବା ସମୟରେ ଲାଲ ବେଗର ଅଖି ତା ଉପରେ ପଡିଲା । ଓଦା ଲୁଗା ରେ ଜାନୁ ଯୌବନ ଫୁଟି ଦିଶୁଥିଲା । ସେ କାମାସକ୍ତ ହେଇ ତାକୁ ଘୋଡ଼ା ରେ ଯବରଦସ୍ତ ବସାଇ ନେଇଗଲା। ହେଲେ ତାକୁ ବଳାତ୍କାର କରିନଥିଲା । ତାକୁ ନାନା ଚାଟୁ କଥା କହି ବହୁମୁଲ୍ୟ ରତ୍ନ ଅଳଙ୍କାର ଦେଇ ବହୁଦିନ ଅପେକ୍ଷା ପରେ ତାକୁ ରାଜି କରି ବିବାହ କରିଥିଲେ ।ତାଙ୍କର ଗୋଟିଏ ପୁଅ ହେଲା ତା ନା ଥିଲା ସାଲ ବେଗ । ଏହି ସାଲବେଗ ବଙ୍ଗ ଆକ୍ରମଣରେ ପ୍ରତିନିଧିତ୍ୱ କରିଥିଲେ ଘମା ଘୋଟ ଲଢେଇ ମଧ୍ୟରେ ଶତୃ ସୈନ୍ୟ ର ଖଣ୍ଡା ଆସି ସାଲ ବେଗଙ୍କୁ କ୍ଷତ ବିକ୍ଷତ କରି ପକାଇଥିଲା ।
ବିଚରା କୁ ଅଚେତ ଅବସ୍ଥାରେ ତାଙ୍କ ଘୋଡ଼ା ନେଇ ଆସିଥିଲା କଟକ କୁ ସେଠାରେ ଚିକିତ୍ସା କରାଗଲା ବଡ ବଡ ବଇଦ ବିଦେଶରୁ ଆସି ଚିକିତ୍ସା କରୁଥାନ୍ତି । ହେଲେ କିଛି ଲାଭ ହେଲାନି। ଯନ୍ତ୍ରଣା ପ୍ରବଳ ସାଲବେଗ ମୃତ୍ୟୁ ସଂଗ୍ରାମ କରୁଥିଲେ । ଶେଷରେ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ବସିଥିଲେ ।ମା ର ପରାମର୍ଶ ରେ ସେ ୭ ଦିନ ଜଗନ୍ନାଥଙ୍କୁ ନିଷ୍ଠାରେ ଆରାଧନା କରିଥିଲେ ।ମା ଠାରୁ ତାଙ୍କର ରୁପ ଲାବଣ୍ୟ ଶୁଣି ତାଙ୍କ ରୁପ ଧ୍ଯାନ କରି ୬ ଦିନ ଅତି କ୍ରାନ୍ତ ହୁଅନ୍ତେ କିଛି ଭନ୍ନତି ନ ଦେଖି ହତାଶ ହୋଇ ଆତ୍ମ ହତ୍ୟା କରିବାକୁ ବାହାରନ୍ତେ ମା ବାରଣ କଲେ କହିଲେ ୭ ଦିନ ହୋଇ ନି । ଆଉ ୧ ଦିନ ଅଛି ଅପେକ୍ଷା କର ନିଷ୍ଠାରେ ପ୍ରଭୁଙ୍କୁ ଡାକ ସେ ଭଲ କରିବେ ।ଶେଷ ଦିନ ରାତ୍ର ଅର୍ଦ୍ଧରେ ଏକ ସାଧୁବାବାଜୀ କିଛି ବିଭୁତି ତାକୁ ଦେଲେ। କହିଲେ ଏ ବିଭୁତିକୁ କ୍ଷତ ଯାଗାରେ ମାରି ଦେ। ବାବା ଉଭା ନ ହେଇଗଲେ। ସେ ସେହିପରି କରନ୍ତେ ତାର କ୍ଷତ ଆଉ ନ ଥିଲା ପୁର୍ବ ଶରୀର ଫେରିପାଇଲା ରାତି ରାତି ଆନନ୍ଦରେ ଜଗନ୍ନାଥଙ୍କ ନାମକୁ ଗାଇ ଗାଇ ପହଞ୍ଚିଲେ ମା ପାଖରେ ।ମା କୁ ସବୁ କହି ଚାଲିଲେ ପ୍ରଭୁ ନାମ ଗାଇ ଅବଶିଷ୍ଟ ସମୟ କାଟି ଦେବେ

Wednesday, 18 July 2018

ଦୀକ୍ଷାର ବର୍ଣ୍ଣନା

ଦୀକ୍ଷା ୮ ପ୍ରକାର ୧ -ସ୍ପର୍ଶ ଦୀକ୍ଷା
୨ - ଦୃଶ୍ୟ ଦୀକ୍ଷା
୩ - ବେଧ ଦୀକ୍ଷା
୪ - କ୍ରିୟା ଦୀକ୍ଷା
୫- ବର୍ଣ୍ଣ ଦୀକ୍ଷା
୬ - କଳା ଦୀକ୍ଷା
୭ - ଶାମ୍ଭବୀ ଦୀକ୍ଷା
୮ - ବାଗ ଦୀକ୍ଷା
ସ୍ପର୍ଶ ଦୀକ୍ଷାରେ ଗୁରୁ ନିଜ ହାତକୁ ଶିଷ୍ୟ ମୁଣ୍ଡରେ ରଖି ତାର ଜ୍ଞାନବିକାଶ କରନ୍ତି ।
୨ - ଦୃଶ୍ୟ ଦୀକ୍ଷାରେ ଗୁରୁ ଶିଷ୍ୟ ର ଆକ୍ଷିରେ ଆଖି ମିଳାଇ ତାକୁ ଦିବ୍ୟ ଦୃଷ୍ଟି ରେ ଶିଷ୍ୟ ଶରୀରେ ଜ୍ଞାନ ସଞ୍ଚାର କରନ୍ତି ।
୩ - ବେଧ ଦୀକ୍ଷାରେ ଗୁରୁ ତାର ଶିଷ୍ୟ କୁ ସ୍ମରଣ କରି ତା ଉପରେ ଶକ୍ତି ରସଂଞ୍ଚାର କରେ ।
୪ - କ୍ରୀୟା ଦୀକ୍ଷାରେ ଗୁରୁଦେବ ଶିଷ୍ୟ ର ବିକାର ଶୋଧନ କରନ୍ତି । ତାପରେ ନିଜର ବ୍ରହ୍ମ ରନ୍ଧ୍ରରେ ସ୍ଥିତ ଚିତ୍ତଶକ୍ତିକୁ ଶିଷ୍ୟ ର ହୃଦୟ ରେ ପ୍ରବିଷ୍ଟ କରାନ୍ତି ।
୫ - ବର୍ଣ୍ଣ ଦୀକ୍ଷା ରେ ଗୁରୁ ମାତୃକା ରୁପିଣି ଭଗବତୀଙ୍କ ୬୨ ଭୁତଲିପି ଦ୍ବାରା ନ୍ୟାସ କରି ତା ଠାରେ ଦେବତା ଭାବ ଉତ୍ପନ୍ନ କରେନ୍ତି ।
୬- କଳା ଦୀକ୍ଷାରେ ଶିଷ୍ୟ ଶରୀରେ ଥିବା କଳା ଶକ୍ତିର ବିକାଶ କରାଯାଇଥାଏ । ଏହିଶକ୍ତି ଗୁଡିକ 6ହଲେ ୧.ନିବୃତି ୨ - ପ୍ରତିଷ୍ଠା ୩ - ବିଦ୍ୟା ୪ - ଶାନ୍ତି ୫ - କଳା
ଏହି ଶକ୍ତି ଗୁଡିକ ନାଭି, ଗଳା, ମସ୍ତିସ୍କ ଆଦି ରେ ବାସ କରେ ।ଗୁରୁ ଏହି ଶକ୍ତିର ବିକାଶ କରି ଶିଷ୍ୟ କୁ ଶିକ୍ଷା ଦିଏ। ତା ଠାରେ ଆଧ୍ୟାତ୍ମଜ୍ଞାନବିକାଶ କରାଇଥାଏ ।
୭ - ଶାମ୍ଭଵୀ ଦୀକ୍ଷାରେ ଶିବ ଶକ୍ତିର ସ୍ଵରୁପ ଏବଂ ମନ୍ତ୍ର ର ଉପଦେଶ କରାଯାଏ ।
୮-ବାଗ ଦୀକ୍ଷାରେ ଗୁରୁ ଶିଷ୍ୟ ଠାରୁ ବଚନ ନିଅନ୍ତି । ତାପରେ ତାକୁ ଗୁପ୍ତ ମନ୍ତ୍ରରେ ଦୀକ୍ଷିତ ବାଗ ମାଧ୍ୟମରେ ଦେଇଥାନ୍ତି।

Tuesday, 17 July 2018

ଉତ୍ତମ ଗୁରୁ ଦୀକ୍ଷା

ଅନେକ ଦିନ ତଳର କଥା କଲିକତା ସହରର ନରେନ୍ଦ୍ର ନାଥ ଥିଲେ ଜଣେ ଉଚ୍ଚ ଶିକ୍ଷିତ ଓ ପ୍ରତୀଭାବାନ ଯୁବକ | ସେ କୌଣସି କଥାକୁ ଅନ୍ଧଭାବରେ ସ୍ଵିକାର କରୁନଥିଲେ । ଥରେ ସେ ଗୁରୁ ରାମକୃଷ୍ଣ ଙ୍କୁ ଭେଟିଥିଲେ ଓ କହିଲେ ତୁମେ ମୋତେ ମା କାଳିଙ୍କୁ ଦର୍ଶନ କରାଇ ପାରିବେ କି? ଯଦି ନାଁ ତେବେ ମୁଁ ତୁମ ପ୍ରବଚନ କୁ ମିଥ୍ୟା ବୋଲି ଗ୍ରହଣ କରିବି।
ଏହି ପ୍ରଶ୍ନରେ ଗୁରୁଉତ୍ତର ଦେଲେ ହିଁ ବାପା ତୁମେ କାଲିକୁ ଆସ ।
ତା ପର ଦିନ ନରେନ୍ଦ୍ର ନାଥ ତରବର ହୋଇ ଆସିଲେ ଗୁରୁଙ୍କ ନିକଟକୁ ଓ ଗୁରୁ ତାଙ୍କ ମୁଣ୍ଡରେ ହସ୍ତ ଷ୍ପର୍ଶ କଲେ। ତାପରେ ସେ ବନି ଗଲେ ସାରା ଦୁନିଆ ର ସ୍ଵାମୀ ବିବେକାନନ୍ଦ । ଏହିଷ୍ପର୍ଶ ବଳରେ ସେ ମା କୃପାମୟୀ କାଳୀଙ୍କୁ ଦର୍ଶନ କଲେ। ଏହା ଥିଲା ସ୍ପର୍ଶ ଦୀକ୍ଷା ।ଗୁରୁ ସବୁକିଛି ଆୟତ କରିଥିବା ଦରକାର ଯାହା ଶିଷ୍ଯ କୁ ଅସାଧାରଣ ବ୍ୟକ୍ତିତ୍ଵ କରାଇ ପାରିବ । ଖାଲି ପାଠ ପଢି କେହି କେବେ ଗୁରୁ ହେଇଯାଏ ନି।

Thursday, 12 July 2018

ରଥଯାତ୍ରା

ଆଗ କାଳରେ ଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ମଧ୍ୟରେ ଏକ ଶ୍ରଦ୍ଧା ନାମକ ନଇ ବହୁଥିଲା। ରଥ ଯାତ୍ରା ବେଳେ ଏ ପଟେ ୩ଟି ରଥ ଓ ନଦୀର ଆର ପଟେ ୩ଟି ରଥ ଥାଏ ଠାକୁର ଡଙ୍ଗାରେ ନଦୀ ପାର ହୋଇ ଆରପାରିକୁ ଗଲେ ରଥରେ ବସନ୍ତି ଗୁଣ୍ଡିଚା ଘରକୁ ଯାତ୍ରା କରନ୍ତି। ଲୋକମାନେ ରଥ ଟାଣୁ ନଥିଲେ ।ରଥ ଟାଣୁଥିଲେ ହାତି ମାନେ। ବହୁ ଅସୁବିଧା ଭକ୍ତମାନେ ଅନୁଭବ କରୁଥିବା ରୁ ଠାକୁର ଜଣେ ଦେବୀ ଅର୍ଦ୍ଧ ଶନି ଙ୍କୁ କହିଲେ ତୁମେ ମୋର ମାଉସୀ ହେବ ରଥଯାତ୍ରା ରେ ଆଗ ତୁମ ହାତରୁ ପୋଡ଼ ପିଠା ଖାଇ କି ଗୁଣ୍ଡିଚା ମା ଘରକୁ ଯିବି। ଯଦି ତୁମେ ଏ ନଦିର ଜଳକୁ ଶୋଷି ଦେବ ଓ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ  ଗୋଟିଏ ବାଟ ହେବ । ତାହା ଶୁଣି ଦେବୀ ନଦୀ ଜଳକୁ ଶୋଷି ଦେବାରୁ ସେ ଜଗନ୍ନାଥଙ୍କ ମାଉସୀ ହେଲେ । ରଥଯାତ୍ରା ରେ ଠାକୁର ପୋଡ଼ ପିଠାମାଉସିହାତରୁ ଖାଇ ଯାନ୍ତି । ନଦୀର ନାମ ଶ୍ରଦ୍ଧା ଥିବାରୁ ତାର ନାମାନୁସା ରେ ଶରଧା ବାଲି ହେଲା । ଏ ବାଲି ରେ ଯେଉଁ ଭକ୍ତ ଗଡିବ କିମ୍ବା ବାଲିକୁ ଘରର ଶୁଭ କାମରେ ଲଗାଏ ତାର ସମସ୍ତ ରିଷ୍ଟଖଣ୍ଡ ନ ହୁଏ । ଗୁଣ୍ଡିଚା ରାଣିଙ୍କୁ କଥା ଦେଇଥିଲେ ସେ ବର୍ଷ କରେ ଥରେ ଜନ୍ମ ସ୍ଥାନ କୁ ୯ ଦିନ ପାଇଁ ଆସିବେ ରଥରେ ବସି । ଗୁଣ୍ଡିଚା ତାଙ୍କର ମା

Tuesday, 10 July 2018

ଝୁଲିଆ କବିର

ଅନେକ ଦିନ ତଳର କଥା ଏକ ବସ୍ତିରେ ଗରିବ ମୁସଲମାନ ପରିବାର ଟିଏ ବାସ କରୁଥିଲା । ପରିବାର ବୋଲି ୨ ଜଣ ମାଆଟିଏ ଓ ପୁଅଟିଏ । ସେମାନେ ନିଇତି ଲୁଗା ବୁଣି ଗାଁ ଗଣ୍ଡାରେ ବୁଲି ବିକି ଯାହା ଦୁଇ ପଇସା ହେଲା ଗୁଜୁରାଣ ମେଣ୍ଟାନ୍ତି । ପିଲାଟି ବହୁ ଧାର୍ମିକ ,ଦାନୀ ଓ ଇଶ୍ଵର ବିଶ୍ଵାସି । ବିଶେଷ କରି ସେ ଶ୍ରୀକ୍ଷେତ୍ରାଧିଶ୍ଵର ଶ୍ରୀଜଗନ୍ନାଥଙ୍କୁ ଭକ୍ତିପୁତ ଆରଧନା କରେ। ଯେଉଁ ଦିନ ଯାହା ମିଳେ ସେଥିରେ ଖୁସି ହୁଅନ୍ତି । ନ ମିଳିଲେ ମଧ୍ୟ ଇଶ୍ଵରଙ୍କ ଦାନଭାବି ଖୁସି ହୁଅନ୍ତି । ତା ଘରକୁ ଯିଏ ବି ଆସେ ସେକେବେ ଖାଲି ହାତରେ ଫେରେନି ।ଦିନକର କଥା ସେ ଭକ୍ତି ଜଗନ୍ନାଥଙ୍କ କଥା ଧ୍ୟାନ କରୁ କରୁ,ପ୍ରଭୃଙ୍କ ସୁନ୍ଦର ରୂପରେ ଆତ୍ମହରା ହୋଇଥିଲା ଓ ଶ୍ରୀକ୍ଷେତ୍ର ପୁରୀକୁ ଯାଇ ଦର୍ଶନ କରିବାକୁ ମନସ୍ତ କଲା,ଏକ ରେ ଅଭାବ ପଇସା ନାହିଁ,ପ୍ରଭୃଙ୍କ ଯେତେବେଳେ ଡୋରି ଲାଗିବ ସେ ଯିବ ବୋଲି ମନସ୍ଥ କଲା ଓ ନିଜ କର୍ତ୍ତବ୍ୟ କଲା।ବର୍ଷାଦିନ ଆସିଛି ଝଡବର୍ଷା ଲାଗି ରହିଛି । ଘରେ ୭ ଦିନ ଚୁଲି ଅଜଳା ଖାଇବେକଣ କିଛି ଉପାୟ ନପାଇ ଘରେ ଥିବା ଲୁଗା ଦୁଇଟି ନେଇ ଗାଁକୁ ଯାଇଛି । ଭାବୁଛି କାହାକୁ ଦେଲେ ସେ ଆଜିର ଗୁଜୁରାଣ ମେଣ୍ଟାଇବ । ଗାଁ ମୁଣ୍ଡ ବରଗଛ ମୁଳେ ବସିଛି । ଏହି ସମୟରେ ଜଣେ ଗରିବ ବ୍ରାହ୍ମଣ ଆସି ପହଞ୍ଚିଲା  ଓ କହିଲା ବାପ ମୋର ଲୁଗାପଟା ନାହିଁ ଚିରାଲୁଗା ପିନ୍ଧୁଛି ମତେ ଖଣ୍ଡେ ଲୁଗା ଦିଅନ୍ତୁନି । ଗରିବ ବ୍ରାହ୍ମଣକୁ ଦେଲେ ବହୁ ପୁଣ୍ୟ ହେବ । ଏହା ଶୁଣି ବିଚରା କବିର କଣ କରିବ ଯାହା କଷ୍ଟ ହେଉପଛକେ ସେ ଖଣ୍ଡେଲୁଗା ବ୍ରାହ୍ମଣକୁ ଦେଲା । ଅନ୍ୟ ଲୁଗା ଖଣ୍ଡିକ ରଖିଛି, ତାକୁ ବିକି ଯାହା ହେବ ଜିନିଷପତ୍ର କଣି ଘରକୁ ନେବ। ଏହି ସମୟରେ ବ୍ରାହ୍ମଣ ସେ ଲୁଗା କୁପିନ୍ଧି ସାରି କହିଲା ବାପ ପିନ୍ଧିବାକୁ ଦେଲୁ ହେଲେ କାନ୍ଧରେ ପକାଇବାକୁ ନ ଦେଲେ ଶୁଭ ନାହିଁ । ଆଉ ଖଣ୍ଡେ ଯଦି ଅଛି ଦେ । ବ୍ରାହ୍ମଣ ରକଥା ଶୁଣି କବିର ଆଉ ଖଣ୍ଡେ ଲୁଗା ଦେଇ ଦେଲେ। ତାପରେ ବ୍ରାହ୍ମଣ ଚା ଲିଗଲା । ବଚରା କବିର ଭାବୁଛି ଆଜି କିପରି କିଛି ନ ନେଇ ଘରକୁ ଯିବ । କଣ ଖାଇବେ | ଏହି ସମୟରେ କବିରଙ୍କ ଘରକୁ ଏକ ଗୌଡ ପିଲା ଭାର ଆଣି କବାଟ ବାଡାଇ ଡାକୁଛି ।ଏହି ସମୟରେ କବିର ମା କବାଟ ଖୋଲି ଦେଲେ ।ତକ୍ଷଣାତ୍ ପିଲାଟି କହିଲା ଏ ଭାର ରଖେ ମୋତେ ଆପଣଙ୍କ ପୁଅଏ ଭାର ଦେଇପଠାଇଛନ୍ତି । ସେ ଗାଁରେ ଅଛନ୍ତି | ଶିଘ୍ର ରଖନ୍ତୁ ମୋର ତେଣେ ଅନେକ କାମ ଅଛି । ମୁଁ ଯାଉଛି।ସେ କହିଲେ ବାପା କ'ଣ ଖାଇକି ଯାଉନ,ମୋର ଅନେକ କାମ ଅଛି,ମୋର କେହି ନାହାଁନ୍ତି,ଭାର ବୋହି ମୁଁ ଗୁଜୁରାଣ ମେଣ୍ଟାଏ କହି ଚାଲିଗଲେ।ବୁଢି ସବୁ ଜିନିଷ ରଖିଲା ଘରପୂର୍ଣ୍ଣ ହୋଇଗଲା ଚାଉଳ,ଡାଲି,ପରିବା , ଘିଅ ନ ବାତ ଇତ୍ୟାଦି।ବୁଢି ରୋଷେଇ କଲା ପୁଅ ଆସି ଖାଇବ । ଏହି ସମୟରେ ପୁଅ ଆସି ପହଞ୍ଚିଲା ଦୁଃଖ ମନ ବୁଢି କହିଲ ଆ ଖାଇବୁ ଆ ସାତ ଆଠ ପ୍ରକାର ଖାଇବା ବାଢିଦେଲା,ପୁଅ ଦେଖି ଚମକି ପଡିଲା,କହିଲା ଜିନିଷ କେଉଁଠି ଥିଲା।ବୁଢି କହିଲା ତୁ ପଠେଇଥିଲୁ ପରା ଗୋଟେ ଗଉଡ ପିଲା ଭାର କାନ୍ଧେଇ ତୋ ନାଁ କହିଲା ତୁ ପଠାଇଛୁ ବୋଲି।ମୁଁ ରଖିଲି ଘର ଦ୍ଵାର ସବୁ ପୂର୍ଣ୍ଣ। ପୁଅ ବୁଲି ଦେଖୁଛି ଓ କହିଲା ମା ମୁଁ ଏ ଜିନିଷ କିଛି ପଠେଇନି,ଆଜି ମୁଁ ନେଇଥିବା ଲୁଗା ଗୋଟେ ଦରିଦ୍ର ବ୍ରାହ୍ମଣକୁ ଦାନ ଦେଇଛି।ପଇସା ଟିଏ ରୋଜଗାର ନାହିଁ।ଏ ଜିନିଷ ପ୍ରଭୃ ଜଗନ୍ନାଥଙ୍କ ଦାନ ଚାଲ ପ୍ରଭୃ ଜଗନ୍ନାଥଙ୍କ ପାଖକୁ ଯିବା। ଭାବଗଦଗଦ୍ ହୋଇ ଦଉଡ଼ିଲେ ଓ ଗରୁଡ଼ ସ୍ତମ୍ଭ ନିକଟରେ ପହଞ୍ଚି ଲମ୍ବ ହୋଇ ହାତ ଯୋଡ଼ି ଶୋଇ ପଡ଼ିଲେ । କାନ୍ଦି କାନ୍ଦି କହୁଛନ୍ତି ଧନ୍ୟରେ କାଳିଆ ତୋ ଲିଳା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ତୁ ସମସ୍ତଙ୍କର । ଜୟ ବିଶ୍ଵର ଠାକୁର ଶ୍ରୀଜଗନ୍ନାଥ