ଅନେକ ବର୍ଷ ତଳର କଥା |ଥରେ ସମ୍ରାଟ ଲାଲବେଗ ତାଙ୍କର ସାମ୍ରାଜ୍ୟ ବଢାଇବାକୁ ସ୍ଥିର କଲେ। ପାଖ ରାଜ୍ୟ ଗୁଡିକ ତାଙ୍କର ବଶ୍ୟତା ସ୍ଵିକାର କଲେ। ଯେଉଁ ରାଜ୍ୟ ଗୁଡିକ ବଶ୍ୟତା ସ୍ଵିକାର ନ କଲେ ତାଙ୍କ ସହ ଯୁଦ୍ଧ କରି ରାଜ୍ୟ ଗୁଡିକ ନିଜ ଅଧିନକୁ ଆଣୁଥିଲେ । ଏହିପରି ଉତ୍କଳ ଆକ୍ରମଣ ର ଯୋଜନା କରି ଉତ୍କଳ ଆକ୍ରମଣ କରି ବାହାରନ୍ତେ ସୋଇ ସମୟର ରାଜା ଥିଲେ ରାମଚନ୍ଦ୍ର ଦେବ । ସେ ଚତୁରତାର ସହଯୁଦ୍ଧ ନ କରି ସବୁ ଘରତାଟି କବାଟ ପକାଇ ରହିଲେ। ଲାଲ ବେଗ ପିପିଲି ଠାରୁ ସାକ୍ଷି ଗୋପାଳ ମଧ୍ୟରେ କାହାକୁ ରାସ୍ତାରେ ନ ପାଇ ଫେରୁଛନ୍ତି । ଏହି ସମୟରେ ଯୁଦ୍ଧ କଥା ଶୁଣି ଲାଲବେଗ ଆସୁଛି ଜାଣି ଯିଏ ଯୁଆଡ଼େ ଥିଲେ ସମସ୍ତେ ଘରକୁ ଦରଡ଼ୁଥିଲେ । ଏହି ସମୟରେ ଏକ ବିଧବା ବ୍ରାହ୍ମଣି ନଦୀରେ ସ୍ନାନ ସାରି ଫେରୁଥିବା ସମୟରେ ଲାଲ ବେଗର ଅଖି ତା ଉପରେ ପଡିଲା । ଓଦା ଲୁଗା ରେ ଜାନୁ ଯୌବନ ଫୁଟି ଦିଶୁଥିଲା । ସେ କାମାସକ୍ତ ହେଇ ତାକୁ ଘୋଡ଼ା ରେ ଯବରଦସ୍ତ ବସାଇ ନେଇଗଲା। ହେଲେ ତାକୁ ବଳାତ୍କାର କରିନଥିଲା । ତାକୁ ନାନା ଚାଟୁ କଥା କହି ବହୁମୁଲ୍ୟ ରତ୍ନ ଅଳଙ୍କାର ଦେଇ ବହୁଦିନ ଅପେକ୍ଷା ପରେ ତାକୁ ରାଜି କରି ବିବାହ କରିଥିଲେ ।ତାଙ୍କର ଗୋଟିଏ ପୁଅ ହେଲା ତା ନା ଥିଲା ସାଲ ବେଗ । ଏହି ସାଲବେଗ ବଙ୍ଗ ଆକ୍ରମଣରେ ପ୍ରତିନିଧିତ୍ୱ କରିଥିଲେ ଘମା ଘୋଟ ଲଢେଇ ମଧ୍ୟରେ ଶତୃ ସୈନ୍ୟ ର ଖଣ୍ଡା ଆସି ସାଲ ବେଗଙ୍କୁ କ୍ଷତ ବିକ୍ଷତ କରି ପକାଇଥିଲା ।
ବିଚରା କୁ ଅଚେତ ଅବସ୍ଥାରେ ତାଙ୍କ ଘୋଡ଼ା ନେଇ ଆସିଥିଲା କଟକ କୁ ସେଠାରେ ଚିକିତ୍ସା କରାଗଲା ବଡ ବଡ ବଇଦ ବିଦେଶରୁ ଆସି ଚିକିତ୍ସା କରୁଥାନ୍ତି । ହେଲେ କିଛି ଲାଭ ହେଲାନି। ଯନ୍ତ୍ରଣା ପ୍ରବଳ ସାଲବେଗ ମୃତ୍ୟୁ ସଂଗ୍ରାମ କରୁଥିଲେ । ଶେଷରେ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ବସିଥିଲେ ।ମା ର ପରାମର୍ଶ ରେ ସେ ୭ ଦିନ ଜଗନ୍ନାଥଙ୍କୁ ନିଷ୍ଠାରେ ଆରାଧନା କରିଥିଲେ ।ମା ଠାରୁ ତାଙ୍କର ରୁପ ଲାବଣ୍ୟ ଶୁଣି ତାଙ୍କ ରୁପ ଧ୍ଯାନ କରି ୬ ଦିନ ଅତି କ୍ରାନ୍ତ ହୁଅନ୍ତେ କିଛି ଭନ୍ନତି ନ ଦେଖି ହତାଶ ହୋଇ ଆତ୍ମ ହତ୍ୟା କରିବାକୁ ବାହାରନ୍ତେ ମା ବାରଣ କଲେ କହିଲେ ୭ ଦିନ ହୋଇ ନି । ଆଉ ୧ ଦିନ ଅଛି ଅପେକ୍ଷା କର ନିଷ୍ଠାରେ ପ୍ରଭୁଙ୍କୁ ଡାକ ସେ ଭଲ କରିବେ ।ଶେଷ ଦିନ ରାତ୍ର ଅର୍ଦ୍ଧରେ ଏକ ସାଧୁବାବାଜୀ କିଛି ବିଭୁତି ତାକୁ ଦେଲେ। କହିଲେ ଏ ବିଭୁତିକୁ କ୍ଷତ ଯାଗାରେ ମାରି ଦେ। ବାବା ଉଭା ନ ହେଇଗଲେ। ସେ ସେହିପରି କରନ୍ତେ ତାର କ୍ଷତ ଆଉ ନ ଥିଲା ପୁର୍ବ ଶରୀର ଫେରିପାଇଲା ରାତି ରାତି ଆନନ୍ଦରେ ଜଗନ୍ନାଥଙ୍କ ନାମକୁ ଗାଇ ଗାଇ ପହଞ୍ଚିଲେ ମା ପାଖରେ ।ମା କୁ ସବୁ କହି ଚାଲିଲେ ପ୍ରଭୁ ନାମ ଗାଇ ଅବଶିଷ୍ଟ ସମୟ କାଟି ଦେବେ।
Thursday, 19 July 2018
ଶ୍ରଦ୍ଧା ଓ ବିଶ୍ୱାସ ଭକ୍ତକୁ ଭଗବାନଙ୍କ ନିକଟରେ ପହଞ୍ଚାଇଥାଏ
Wednesday, 18 July 2018
ଦୀକ୍ଷାର ବର୍ଣ୍ଣନା
ଦୀକ୍ଷା ୮ ପ୍ରକାର ୧ -ସ୍ପର୍ଶ ଦୀକ୍ଷା
୨ - ଦୃଶ୍ୟ ଦୀକ୍ଷା
୩ - ବେଧ ଦୀକ୍ଷା
୪ - କ୍ରିୟା ଦୀକ୍ଷା
୫- ବର୍ଣ୍ଣ ଦୀକ୍ଷା
୬ - କଳା ଦୀକ୍ଷା
୭ - ଶାମ୍ଭବୀ ଦୀକ୍ଷା
୮ - ବାଗ ଦୀକ୍ଷା
ସ୍ପର୍ଶ ଦୀକ୍ଷାରେ ଗୁରୁ ନିଜ ହାତକୁ ଶିଷ୍ୟ ମୁଣ୍ଡରେ ରଖି ତାର ଜ୍ଞାନବିକାଶ କରନ୍ତି ।
୨ - ଦୃଶ୍ୟ ଦୀକ୍ଷାରେ ଗୁରୁ ଶିଷ୍ୟ ର ଆକ୍ଷିରେ ଆଖି ମିଳାଇ ତାକୁ ଦିବ୍ୟ ଦୃଷ୍ଟି ରେ ଶିଷ୍ୟ ଶରୀରେ ଜ୍ଞାନ ସଞ୍ଚାର କରନ୍ତି ।
୩ - ବେଧ ଦୀକ୍ଷାରେ ଗୁରୁ ତାର ଶିଷ୍ୟ କୁ ସ୍ମରଣ କରି ତା ଉପରେ ଶକ୍ତି ରସଂଞ୍ଚାର କରେ ।
୪ - କ୍ରୀୟା ଦୀକ୍ଷାରେ ଗୁରୁଦେବ ଶିଷ୍ୟ ର ବିକାର ଶୋଧନ କରନ୍ତି । ତାପରେ ନିଜର ବ୍ରହ୍ମ ରନ୍ଧ୍ରରେ ସ୍ଥିତ ଚିତ୍ତଶକ୍ତିକୁ ଶିଷ୍ୟ ର ହୃଦୟ ରେ ପ୍ରବିଷ୍ଟ କରାନ୍ତି ।
୫ - ବର୍ଣ୍ଣ ଦୀକ୍ଷା ରେ ଗୁରୁ ମାତୃକା ରୁପିଣି ଭଗବତୀଙ୍କ ୬୨ ଭୁତଲିପି ଦ୍ବାରା ନ୍ୟାସ କରି ତା ଠାରେ ଦେବତା ଭାବ ଉତ୍ପନ୍ନ କରେନ୍ତି ।
୬- କଳା ଦୀକ୍ଷାରେ ଶିଷ୍ୟ ଶରୀରେ ଥିବା କଳା ଶକ୍ତିର ବିକାଶ କରାଯାଇଥାଏ । ଏହିଶକ୍ତି ଗୁଡିକ 6ହଲେ ୧.ନିବୃତି ୨ - ପ୍ରତିଷ୍ଠା ୩ - ବିଦ୍ୟା ୪ - ଶାନ୍ତି ୫ - କଳା
ଏହି ଶକ୍ତି ଗୁଡିକ ନାଭି, ଗଳା, ମସ୍ତିସ୍କ ଆଦି ରେ ବାସ କରେ ।ଗୁରୁ ଏହି ଶକ୍ତିର ବିକାଶ କରି ଶିଷ୍ୟ କୁ ଶିକ୍ଷା ଦିଏ। ତା ଠାରେ ଆଧ୍ୟାତ୍ମଜ୍ଞାନବିକାଶ କରାଇଥାଏ ।
୭ - ଶାମ୍ଭଵୀ ଦୀକ୍ଷାରେ ଶିବ ଶକ୍ତିର ସ୍ଵରୁପ ଏବଂ ମନ୍ତ୍ର ର ଉପଦେଶ କରାଯାଏ ।
୮-ବାଗ ଦୀକ୍ଷାରେ ଗୁରୁ ଶିଷ୍ୟ ଠାରୁ ବଚନ ନିଅନ୍ତି । ତାପରେ ତାକୁ ଗୁପ୍ତ ମନ୍ତ୍ରରେ ଦୀକ୍ଷିତ ବାଗ ମାଧ୍ୟମରେ ଦେଇଥାନ୍ତି।
Tuesday, 17 July 2018
ଉତ୍ତମ ଗୁରୁ ଦୀକ୍ଷା
ଅନେକ ଦିନ ତଳର କଥା କଲିକତା ସହରର ନରେନ୍ଦ୍ର ନାଥ ଥିଲେ ଜଣେ ଉଚ୍ଚ ଶିକ୍ଷିତ ଓ ପ୍ରତୀଭାବାନ ଯୁବକ | ସେ କୌଣସି କଥାକୁ ଅନ୍ଧଭାବରେ ସ୍ଵିକାର କରୁନଥିଲେ । ଥରେ ସେ ଗୁରୁ ରାମକୃଷ୍ଣ ଙ୍କୁ ଭେଟିଥିଲେ ଓ କହିଲେ ତୁମେ ମୋତେ ମା କାଳିଙ୍କୁ ଦର୍ଶନ କରାଇ ପାରିବେ କି? ଯଦି ନାଁ ତେବେ ମୁଁ ତୁମ ପ୍ରବଚନ କୁ ମିଥ୍ୟା ବୋଲି ଗ୍ରହଣ କରିବି।
ଏହି ପ୍ରଶ୍ନରେ ଗୁରୁଉତ୍ତର ଦେଲେ ହିଁ ବାପା ତୁମେ କାଲିକୁ ଆସ ।
ତା ପର ଦିନ ନରେନ୍ଦ୍ର ନାଥ ତରବର ହୋଇ ଆସିଲେ ଗୁରୁଙ୍କ ନିକଟକୁ ଓ ଗୁରୁ ତାଙ୍କ ମୁଣ୍ଡରେ ହସ୍ତ ଷ୍ପର୍ଶ କଲେ। ତାପରେ ସେ ବନି ଗଲେ ସାରା ଦୁନିଆ ର ସ୍ଵାମୀ ବିବେକାନନ୍ଦ । ଏହିଷ୍ପର୍ଶ ବଳରେ ସେ ମା କୃପାମୟୀ କାଳୀଙ୍କୁ ଦର୍ଶନ କଲେ। ଏହା ଥିଲା ସ୍ପର୍ଶ ଦୀକ୍ଷା ।ଗୁରୁ ସବୁକିଛି ଆୟତ କରିଥିବା ଦରକାର ଯାହା ଶିଷ୍ଯ କୁ ଅସାଧାରଣ ବ୍ୟକ୍ତିତ୍ଵ କରାଇ ପାରିବ । ଖାଲି ପାଠ ପଢି କେହି କେବେ ଗୁରୁ ହେଇଯାଏ ନି।
Thursday, 12 July 2018
ରଥଯାତ୍ରା
ଆଗ କାଳରେ ଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ମଧ୍ୟରେ ଏକ ଶ୍ରଦ୍ଧା ନାମକ ନଇ ବହୁଥିଲା। ରଥ ଯାତ୍ରା ବେଳେ ଏ ପଟେ ୩ଟି ରଥ ଓ ନଦୀର ଆର ପଟେ ୩ଟି ରଥ ଥାଏ ଠାକୁର ଡଙ୍ଗାରେ ନଦୀ ପାର ହୋଇ ଆରପାରିକୁ ଗଲେ ରଥରେ ବସନ୍ତି ଗୁଣ୍ଡିଚା ଘରକୁ ଯାତ୍ରା କରନ୍ତି। ଲୋକମାନେ ରଥ ଟାଣୁ ନଥିଲେ ।ରଥ ଟାଣୁଥିଲେ ହାତି ମାନେ। ବହୁ ଅସୁବିଧା ଭକ୍ତମାନେ ଅନୁଭବ କରୁଥିବା ରୁ ଠାକୁର ଜଣେ ଦେବୀ ଅର୍ଦ୍ଧ ଶନି ଙ୍କୁ କହିଲେ ତୁମେ ମୋର ମାଉସୀ ହେବ ରଥଯାତ୍ରା ରେ ଆଗ ତୁମ ହାତରୁ ପୋଡ଼ ପିଠା ଖାଇ କି ଗୁଣ୍ଡିଚା ମା ଘରକୁ ଯିବି। ଯଦି ତୁମେ ଏ ନଦିର ଜଳକୁ ଶୋଷି ଦେବ ଓ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ବାଟ ହେବ । ତାହା ଶୁଣି ଦେବୀ ନଦୀ ଜଳକୁ ଶୋଷି ଦେବାରୁ ସେ ଜଗନ୍ନାଥଙ୍କ ମାଉସୀ ହେଲେ । ରଥଯାତ୍ରା ରେ ଠାକୁର ପୋଡ଼ ପିଠାମାଉସିହାତରୁ ଖାଇ ଯାନ୍ତି । ନଦୀର ନାମ ଶ୍ରଦ୍ଧା ଥିବାରୁ ତାର ନାମାନୁସା ରେ ଶରଧା ବାଲି ହେଲା । ଏ ବାଲି ରେ ଯେଉଁ ଭକ୍ତ ଗଡିବ କିମ୍ବା ବାଲିକୁ ଘରର ଶୁଭ କାମରେ ଲଗାଏ ତାର ସମସ୍ତ ରିଷ୍ଟଖଣ୍ଡ ନ ହୁଏ । ଗୁଣ୍ଡିଚା ରାଣିଙ୍କୁ କଥା ଦେଇଥିଲେ ସେ ବର୍ଷ କରେ ଥରେ ଜନ୍ମ ସ୍ଥାନ କୁ ୯ ଦିନ ପାଇଁ ଆସିବେ ରଥରେ ବସି । ଗୁଣ୍ଡିଚା ତାଙ୍କର ମା
Tuesday, 10 July 2018
ଝୁଲିଆ କବିର
ଅନେକ ଦିନ ତଳର କଥା ଏକ ବସ୍ତିରେ ଗରିବ ମୁସଲମାନ ପରିବାର ଟିଏ ବାସ କରୁଥିଲା । ପରିବାର ବୋଲି ୨ ଜଣ ମାଆଟିଏ ଓ ପୁଅଟିଏ । ସେମାନେ ନିଇତି ଲୁଗା ବୁଣି ଗାଁ ଗଣ୍ଡାରେ ବୁଲି ବିକି ଯାହା ଦୁଇ ପଇସା ହେଲା ଗୁଜୁରାଣ ମେଣ୍ଟାନ୍ତି । ପିଲାଟି ବହୁ ଧାର୍ମିକ ,ଦାନୀ ଓ ଇଶ୍ଵର ବିଶ୍ଵାସି । ବିଶେଷ କରି ସେ ଶ୍ରୀକ୍ଷେତ୍ରାଧିଶ୍ଵର ଶ୍ରୀଜଗନ୍ନାଥଙ୍କୁ ଭକ୍ତିପୁତ ଆରଧନା କରେ। ଯେଉଁ ଦିନ ଯାହା ମିଳେ ସେଥିରେ ଖୁସି ହୁଅନ୍ତି । ନ ମିଳିଲେ ମଧ୍ୟ ଇଶ୍ଵରଙ୍କ ଦାନଭାବି ଖୁସି ହୁଅନ୍ତି । ତା ଘରକୁ ଯିଏ ବି ଆସେ ସେକେବେ ଖାଲି ହାତରେ ଫେରେନି ।ଦିନକର କଥା ସେ ଭକ୍ତି ଜଗନ୍ନାଥଙ୍କ କଥା ଧ୍ୟାନ କରୁ କରୁ,ପ୍ରଭୃଙ୍କ ସୁନ୍ଦର ରୂପରେ ଆତ୍ମହରା ହୋଇଥିଲା ଓ ଶ୍ରୀକ୍ଷେତ୍ର ପୁରୀକୁ ଯାଇ ଦର୍ଶନ କରିବାକୁ ମନସ୍ତ କଲା,ଏକ ରେ ଅଭାବ ପଇସା ନାହିଁ,ପ୍ରଭୃଙ୍କ ଯେତେବେଳେ ଡୋରି ଲାଗିବ ସେ ଯିବ ବୋଲି ମନସ୍ଥ କଲା ଓ ନିଜ କର୍ତ୍ତବ୍ୟ କଲା।ବର୍ଷାଦିନ ଆସିଛି ଝଡବର୍ଷା ଲାଗି ରହିଛି । ଘରେ ୭ ଦିନ ଚୁଲି ଅଜଳା ଖାଇବେକଣ କିଛି ଉପାୟ ନପାଇ ଘରେ ଥିବା ଲୁଗା ଦୁଇଟି ନେଇ ଗାଁକୁ ଯାଇଛି । ଭାବୁଛି କାହାକୁ ଦେଲେ ସେ ଆଜିର ଗୁଜୁରାଣ ମେଣ୍ଟାଇବ । ଗାଁ ମୁଣ୍ଡ ବରଗଛ ମୁଳେ ବସିଛି । ଏହି ସମୟରେ ଜଣେ ଗରିବ ବ୍ରାହ୍ମଣ ଆସି ପହଞ୍ଚିଲା ଓ କହିଲା ବାପ ମୋର ଲୁଗାପଟା ନାହିଁ ଚିରାଲୁଗା ପିନ୍ଧୁଛି ମତେ ଖଣ୍ଡେ ଲୁଗା ଦିଅନ୍ତୁନି । ଗରିବ ବ୍ରାହ୍ମଣକୁ ଦେଲେ ବହୁ ପୁଣ୍ୟ ହେବ । ଏହା ଶୁଣି ବିଚରା କବିର କଣ କରିବ ଯାହା କଷ୍ଟ ହେଉପଛକେ ସେ ଖଣ୍ଡେଲୁଗା ବ୍ରାହ୍ମଣକୁ ଦେଲା । ଅନ୍ୟ ଲୁଗା ଖଣ୍ଡିକ ରଖିଛି, ତାକୁ ବିକି ଯାହା ହେବ ଜିନିଷପତ୍ର କଣି ଘରକୁ ନେବ। ଏହି ସମୟରେ ବ୍ରାହ୍ମଣ ସେ ଲୁଗା କୁପିନ୍ଧି ସାରି କହିଲା ବାପ ପିନ୍ଧିବାକୁ ଦେଲୁ ହେଲେ କାନ୍ଧରେ ପକାଇବାକୁ ନ ଦେଲେ ଶୁଭ ନାହିଁ । ଆଉ ଖଣ୍ଡେ ଯଦି ଅଛି ଦେ । ବ୍ରାହ୍ମଣ ରକଥା ଶୁଣି କବିର ଆଉ ଖଣ୍ଡେ ଲୁଗା ଦେଇ ଦେଲେ। ତାପରେ ବ୍ରାହ୍ମଣ ଚା ଲିଗଲା । ବଚରା କବିର ଭାବୁଛି ଆଜି କିପରି କିଛି ନ ନେଇ ଘରକୁ ଯିବ । କଣ ଖାଇବେ | ଏହି ସମୟରେ କବିରଙ୍କ ଘରକୁ ଏକ ଗୌଡ ପିଲା ଭାର ଆଣି କବାଟ ବାଡାଇ ଡାକୁଛି ।ଏହି ସମୟରେ କବିର ମା କବାଟ ଖୋଲି ଦେଲେ ।ତକ୍ଷଣାତ୍ ପିଲାଟି କହିଲା ଏ ଭାର ରଖେ ମୋତେ ଆପଣଙ୍କ ପୁଅଏ ଭାର ଦେଇପଠାଇଛନ୍ତି । ସେ ଗାଁରେ ଅଛନ୍ତି | ଶିଘ୍ର ରଖନ୍ତୁ ମୋର ତେଣେ ଅନେକ କାମ ଅଛି । ମୁଁ ଯାଉଛି।ସେ କହିଲେ ବାପା କ'ଣ ଖାଇକି ଯାଉନ,ମୋର ଅନେକ କାମ ଅଛି,ମୋର କେହି ନାହାଁନ୍ତି,ଭାର ବୋହି ମୁଁ ଗୁଜୁରାଣ ମେଣ୍ଟାଏ କହି ଚାଲିଗଲେ।ବୁଢି ସବୁ ଜିନିଷ ରଖିଲା ଘରପୂର୍ଣ୍ଣ ହୋଇଗଲା ଚାଉଳ,ଡାଲି,ପରିବା , ଘିଅ ନ ବାତ ଇତ୍ୟାଦି।ବୁଢି ରୋଷେଇ କଲା ପୁଅ ଆସି ଖାଇବ । ଏହି ସମୟରେ ପୁଅ ଆସି ପହଞ୍ଚିଲା ଦୁଃଖ ମନ ବୁଢି କହିଲ ଆ ଖାଇବୁ ଆ ସାତ ଆଠ ପ୍ରକାର ଖାଇବା ବାଢିଦେଲା,ପୁଅ ଦେଖି ଚମକି ପଡିଲା,କହିଲା ଜିନିଷ କେଉଁଠି ଥିଲା।ବୁଢି କହିଲା ତୁ ପଠେଇଥିଲୁ ପରା ଗୋଟେ ଗଉଡ ପିଲା ଭାର କାନ୍ଧେଇ ତୋ ନାଁ କହିଲା ତୁ ପଠାଇଛୁ ବୋଲି।ମୁଁ ରଖିଲି ଘର ଦ୍ଵାର ସବୁ ପୂର୍ଣ୍ଣ। ପୁଅ ବୁଲି ଦେଖୁଛି ଓ କହିଲା ମା ମୁଁ ଏ ଜିନିଷ କିଛି ପଠେଇନି,ଆଜି ମୁଁ ନେଇଥିବା ଲୁଗା ଗୋଟେ ଦରିଦ୍ର ବ୍ରାହ୍ମଣକୁ ଦାନ ଦେଇଛି।ପଇସା ଟିଏ ରୋଜଗାର ନାହିଁ।ଏ ଜିନିଷ ପ୍ରଭୃ ଜଗନ୍ନାଥଙ୍କ ଦାନ ଚାଲ ପ୍ରଭୃ ଜଗନ୍ନାଥଙ୍କ ପାଖକୁ ଯିବା। ଭାବଗଦଗଦ୍ ହୋଇ ଦଉଡ଼ିଲେ ଓ ଗରୁଡ଼ ସ୍ତମ୍ଭ ନିକଟରେ ପହଞ୍ଚି ଲମ୍ବ ହୋଇ ହାତ ଯୋଡ଼ି ଶୋଇ ପଡ଼ିଲେ । କାନ୍ଦି କାନ୍ଦି କହୁଛନ୍ତି ଧନ୍ୟରେ କାଳିଆ ତୋ ଲିଳା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ତୁ ସମସ୍ତଙ୍କର । ଜୟ ବିଶ୍ଵର ଠାକୁର ଶ୍ରୀଜଗନ୍ନାଥ ।
Saturday, 7 July 2018
ବିନୟୀ ଓ ନମ୍ର କିପରି ବିଜୟ ଆଣେ
ଥରେ ହିମାଳୟରେ ଏକ ଋଷି ସମ୍ମିଳନୀ ଚାଲିଥାଏ। ସେଠାକୁ ଦେଶ ଦେଶାନ୍ତରୁ ବହୁ ସାଧୁ ସନ୍ଥ ଆସିଥାନ୍ତି। ଏହି ମହାସଭା କୁ ଏକ ୠଷି ଆସିଥାନ୍ତି ତାଙ୍କର କୌଣସି ସନ୍ତାନ ସନ୍ତତି ନଥାଏ । ଅନ୍ୟ ୠଷି ମାନେ ତାଙ୍କୁ ସମ୍ମିଳନୀକୁ ଆସିବାକୁ ବାସନ୍ଦ କଲେ । ତାଙ୍କୁ ଅପୁତ୍ରିକ ବା ଆଣ୍ଠୁକୁଡ଼ା କହି ବିଦା କରିଦେଲେ।ନାନା କଟୁ କଥା ମଧ୍ୟ କହିଲେ ତାଙ୍କ ମୁହଁକୁ ଦେଖିଲେ ପାପ ହେବ । ୠଷି ବହୁ ଦୁଃଖରେ ଫେରିଲେ ସ୍ତ୍ରୀଙ୍କୁ ସବୁ କଥା କହିଲେ । ସ୍ତ୍ରୀଙ୍କ ପରାମର୍ଶ ରେ ଭଗବାନ ଶଙ୍କରଙ୍କୁ ଆରାଧନା କଲେ। ବହୁ ଦିନ ଅଧିଆ ପଡ଼ିଆନ୍ତି, ମହାଦେବ କିଛି ବର ଦେଉ ନ ଥାନ୍ତି । ଏହି ସମୟରେ ନାରଦ ମହର୍ଷି ଆସି ଶିବାଳୟରେ ପହଞ୍ଚିଥାନ୍ତି । ଋଷିଙ୍କର ତପସ୍ୟା ଦେଖି ମହାଦେବଙ୍କୁ କହିଲେ ପ୍ରଭୃ ଋଷିଙ୍କୁ ଏକ ବରଦେଉନାହାନ୍ତି ମହାଦେବ କହିଲେ ତାର କପାଳରେ ପୁଅ ନାହିଁ । ନାରଦ
କହିଲେ ପ୍ରଭୃ ଆପଣ ଅକର୍ମ କର୍ମଦାୟକ ଆପଣଙ୍କ ଭକ୍ତ ଆପଣଙ୍କ ଦୁଆ ରୁ ଫେରିଗଲେ ଆପଣଙ୍କ ନାମରେ କଳଙ୍କ ଲାଗିବ ତେଣୁ ଆପଣ ପୁଅଟିଏ ଦିଅନ୍ତୁ ତାର ଅଳ୍ପ ବୟସ ହେଇଥିବ । ଆପଣଙ୍କ ବାନା ନିନ୍ଦା ହେବନି ତାର ଅପୁତ୍ରିକ ଦୋଷରୁ ମୁକ୍ତ ହେବ । ନାରଦଙ୍କ କଥାରେ ରାଜି ହୋଇ ମହଦେବ ରୁସିଙ୍କୁ ଏକ ବର ଦେଲେ ଯେ ତାଙ୍କର ଏକ ଅଳ୍ପାୟୁ ପୁତ୍ର ଜନ୍ମ ହେଉ। ତାର ବୟସ ୩ ବର୍ଷ। ଋଷିଙ୍କୁ ବର ଦେବାପରେ ୠଷି ଖୁସିରେ ଘରକୁ ଫେରି ସ୍ତ୍ରୀଙ୍କୁ ସବୁ କହିଲେ ।ଉଭୟ ଖୁସି ହେଲେ କିଛି ଦିନ ପରେ ଋଷିଙ୍କର ପୁତ୍ର ଟିଏ ଜନ୍ମ ହେଲା ଉଭୟତାକୁ ଖୁସିରେ ଲାଳନ ପାଳନ କଲେ ନମ୍ର, ବିନୟୀ, ଗୁରଜନ ମାନଙ୍କୁ ଦଣ୍ଡ ପ୍ରଣାମ ଆଦି ଶିକ୍ଷା ଋଷି ତାଙ୍କୁ ଦେଲେ । ଥରେ ପିଲାଟି ଜଙ୍ଗଲରେ ଖେଳୁଥିବା ସମୟରେ ୠଷି ନାରଦ ସେହି ବାଟ ଦେଇ ଯାଉଥିଲେ।ପିଲାଟି ତାଙ୍କୁ ଦେଖିବା ମାତ୍ରେ ଦଣ୍ଡ ପ୍ରଣାମ କଲା। ନାରଦ ପିଲାଟିକୁ ଆଣିବାଦ ଦେଲେ ଦିର୍ଘାୟୁ ଭବ। କହି ସାରିବା ପରେ ମନେ ପଡ଼ିଲା ଆରେ ଏପିଲାଟା ଅଳ୍ପାୟୁ ମୁଁ ତ ଭୂଲ କରିଦେଲି ।ସେଠୁ ଗଲେ ବ୍ରହ୍ମାଙ୍କ ପାଖକୁ । ବ୍ରହ୍ମାଙ୍କୁ କହିଲେ ପିତା ଚାଲ ବିଷ୍ଣୁଙ୍କୁ ନେଇ ମର୍ତ୍ତପୁର ବୁଲିବାକୁ ଯିବା କାହିଁକି ଏପରି ନିଷ୍ପତି ନେଲ ପୁତ୍ର ମର୍ତ୍ତ ଲୋକ କିପରି ଇଶ୍ଵର ଭକ୍ତି କରୁଛନ୍ତି । ତାହା ଦେଖିବା ତାପରେ ବ୍ରହ୍ମା ନାରଦ ବିଷ୍ଣୁଙ୍କ ପାଖକୁ ଗଲେ ବିଷ୍ଣୁଙ୍କୁ ମର୍ତ୍ତ୍ୟ କୁ ବୁଲିବାକୁ ଯିବାକୁ ନିବେଦନ କଲେ | ବିଷ୍ଣୁ ରାଜି ହେଲେ । ସେମାନେ ମର୍ତ୍ତା ଭିମୁଖେ ଯାତ୍ରା କଲେ। ନାରଦ କହିଲେ ପ୍ରଭୂ ଏବେଷରେନ ନୂହେଁ, ଛଦ୍ମ ବେଷ ରେ ଆପଣ ବୁଢ଼ା ବ୍ରାହ୍ମଣ ବେଷ ରେ ଯିବା । ସେଇ ଅନୁସାରେ ସେମାନେ ଗଲେ। ବ୍ରହ୍ମା ଅନ୍ୟବାଟରେ ଗଲାବେଳେ ନାରଦ କହିଲେ ଏ ପଟେ ଆସନ୍ତୁ ହିମାଳୟପଟେ ଯିବା । ତାଙ୍କ କଥା ଅନୁଶାରେ ସେମାନେ ହିମାଳୟ ବାଟେ ଗଲେ ସେହି ଜଙ୍ଗଲ ରେ ପ୍ରବେଶ କରନ୍ତେ ପିଲାଟା ସାଧୁ ବ୍ରାହ୍ମଣମାନଙ୍କୁ ଦେଖି ଧାଇଁ ଆସି ପ୍ରଣାମ କଲା ବ୍ରହ୍ମା କହିଲେ ଦୀର୍ଘାୟୁ ହୁଅ। ବିଷ୍ଣୁ କହିଲେ ଦିର୍ଘାୟୁ ହୁଅ, ' ନାରଦଙ୍କ ପାଖରେ ପହଞ୍ଚିବାରୁ ନାରଦ କହିଲେ ବାପା ରହ ରହ ମୁଁ ଆଗରୁ ଦେଇଛି।ନାରଦ ବ୍ରହ୍ମା ଓ ବିଷ୍ଣୁଙ୍କୁ କହିଲେ ଏ ପିଲାଟିର ଆୟୁ ଆଉ ନାହିଁ, ଆପଣ ତାକୁ ଦିର୍ଘାୟୁ ବରଦାନ ଦେଲେ କଣ ହେବ ଆପଣଙ୍କବରଦାନ କାମରେ ନ ଲାଗିଲେ ଲୋକେ ଆପଣଙ୍କୁ ପୁଜାକରିବେନି । ବାନା ନିନ୍ଦା ହେବ ।କଣ ବିଚାର କରନ୍ତୁ । ଏଣେ ଯମ ଆସିବା ସମୟ ଉପସ୍ଥିତ ବିଚାର ତୁରନ୍ତ କରନ୍ତୁ । ବିଷ୍ଣୁ ନାରଦଙ୍କୁ ପଠାଇଲେ ମହାଦେବଙ୍କୁ ଆଣିବାକୁ ସେ କିଛି ବାଟ ବାହାର କରିବେ ।ନାରଦ ଯାଇଛନ୍ତି ଶିବଙ୍କ ନିକଟକୁ ଶିବଙ୍କୁ ଭେଟି ବ୍ରହ୍ମା ଓ ବିଷ୍ଣତାକ ଥିବା କଥା କହିଛନ୍ତି ' ଶିବ ନାରଦଙ୍କ ସହ ଆସୁଛନ୍ତି ।ଏଣେ ଜମ ଆସୁଛନ୍ତି ପିଲାଟି ଯମଙ୍କୁ ଦେଖି ବିକ ଟାଳ ମୁର୍ତ୍ତି ଦେଖି ଦଉଡୁଛି ଶିବ ଏଣେ ଆସୁଛନ୍ତି ପିଲାଟା ଶିବଙ୍କ ପାଦ ଧରି ମୁଣ୍ଡିଆ ମାରୁଛି ରକ୍ଷା କରନ୍ତୁ ଭଗବାନ।ଭଗବାନ ଶିବ ତାକୁ ଦିର୍ଘାୟୁ ହୁଅ କହି ଦେଲେ। ଯମ ମନା କରୁଛନ୍ତି ପ୍ରଭୃ ଏ ପିଲା ଟି ର ଆୟୁ ଆପଣ୩ ବର୍ଷ ଦେଇଥିଲେ ସରିଯାଇଛି । ମୁଁ ନବାକୁ ଆସିଛି, ଆପଣ ଏକଣକଲେ
ତାପରେ ବ୍ରହ୍ମା ବିଷ୍ଣୁ ଶିବ ନାରଦଙ୍କୁ ପଚାରିଲେ ଏ କାମ କା ହାର ତମେ ନିଶ୍ଚୟ ବର ଦେଇଥିବ, ନାରଦ କହିଲେ ହଁ ପ୍ରଭୁ । ନାଟ ଲଗେ ଇଛ ତୁମେ ଦୋଷ ଦେଲ ଆମ୍ଭଙ୍କୁ ହଊ ଯାହାହେଲାଣି ହେଉ ଆମ୍ଭର ନାମରେ କଳଙ୍କ ନଲାଗୁ ସୁର୍ଯ୍ୟଙ୍କୁ ଡାକ ଏ ପିଲା ର ଘର ଉପରେ ଲାଲ ରଙ୍ଗ ର ସୂର୍ଯ୍ୟ କରଣ ପତୁ ରାତି ନ ହେଉ ପିଲାଟି ବଞ୍ଚିବ । ତାହା କରାଗଲା ରାତ୍ର ହେଲା ନି ପିଲାଟି ଦିର୍ଘାୟୁ ହେଲେ। ତେଣୁ ବାଳ ସୂର୍ଯ୍ୟର କିରଣ ଯାହା ଉପରେ ପଡ଼େ ସେ ଦିର୍ଘାୟୁ ହୁଏ । ସ୍କର୍ଯ୍ୟଙ୍କୁ ଦେବତାମାନେ ବର ମଧ୍ୟ ଦେଲେ,
Thursday, 5 July 2018
ଇଶ୍ଵର ନିକଟତ୍ତର ଓ ଦୂର ଭକ୍ତଙ୍କ ମଧ୍ୟରେ ପାର୍ଥକ୍ଯ
ମନୁଷ୍ୟ ମରଣ ଶିଳ । ଜନ୍ମ ହେବା ମାତ୍ରେ ତାର ଆୟୁ ସରିବାକୁ ଲାଗେ । ଏହି ସମୟ ମଧ୍ୟରେ ତାର ଜୀବନ ର ସାର୍ଥକତା ପାଇଁ ସେ ଧର୍ମ ଅର୍ଜନ କରିବା ଉଚିତ । ତା ମଧ୍ୟରେ ଭାଗବତ ଆରାଧନା କରିବା ସହ ଭଗବାନଙ୍କ ନିକଟତ୍ତର ହେବାକୁ ଚେଷ୍ଟାକରିବା ଉଚିତ । ଭଗବାନଙ୍କ ନିକଟରେ ଥିଲେ କୌଣସି ଦୁଷ୍ଟ ଶକ୍ତି ବା କାଳ କିଛି କ୍ଷତି କରି ପାରନ୍ତି ନି। ଆୟୁଶେଷ ପର୍ଯ୍ୟନ୍ତ ଭଲରେ ବଞ୍ଚି ରୁହେ । ଯେ ଦୂରରେ ଥାଏ ଅର୍ଥାତ ଭଗବାନଙ୍କ ବିରୁଦ୍ଧରେ ବା ଇଛା ବିରୁଦ୍ଧରେ କାର୍ଯ୍ୟ କରେ ସେ ଆଗମୃତ୍ୟୁମୁଖ ରେ ପଡ଼େ। ଯେପରି ପେଶଣା ବା ଚକିରେ ଚୁନା ଚୁରା ହେଲା ବେଳେ ପେଶଣା ଦଣ୍ଡ ନିକଟରେ ଥିବା ପଦାର୍ଥ ଚୁରି ହୁଏ ନି ଦୂରରେ ଥିବା ପଦାର୍ଥ ଶିଘ୍ର ଚୁନାହୋଇଯାଏ । ତେଣୁ ସତ୍ କାର୍ଯ୍ୟ ସାହାର୍ଯ୍ୟରେ ଆମେ ସୁସ୍ଥ ସମାଜ ଗଢ଼ିପାରିବା କାଳ ଦ୍ଵାରା କ୍ଷୟ ହେବାକୁ ରୋକିପାରିବ ।
Tuesday, 3 July 2018
ବିଷମ ବାହୁ କିମ୍ବା ବହୁ ଭୁଜାକାର କ୍ଷେତ୍ରରେ କିପରି ଗୃହ ନିର୍ମାଣ କରିବେ
ଯଦି କ୍ଷେତ୍ରଟି ଆପଣଙ୍କର ବହୁ ଭୁଜାକାର । ତେବେ ଆପଣ ପ୍ରଥମେ ବୃହତ୍ତମକର୍ଣ୍ଣ ନିର୍ଣ୍ଣାୟ କରନ୍ତୁ ,କର୍ଣ୍ଣଇ ମଧ୍ୟ ବିନ୍ଦୁ ସ୍ଥିର କରନ୍ତୁ । ମଧ୍ୟ ବିନ୍ଦୁରୁ ଉଭୟ ବିପରିତ ବାହୁ ପ୍ରତିଲମ୍ବ ଅଂକନ କରନ୍ତୁ, ଲମ୍ବ ଓ ବାହୁର ଛେଦ ବିନ୍ଦୁଠାରୁ ସମ ଦୈର୍ଘ୍ୟ ବିଶିଷ୍ଟ ଘର ଉଭୟ ପାର୍ଶ୍ଵରେ କରନ୍ତୁ । ୪ ବଖରା ଘରହେବ, ଆପଣ ଦକ୍ଷିଣ ପଶ୍ଚିମ କୋଣରେ ଥିବା ଘରଟିକୁ ୧ଇଞ୍ଚ ବଡରଖିବେ ଘର ଗୁଡିକ ଯଦି ୧୦ ଫୁଟ ରୁ ୧୨ ଫୁଟ ମଧ୍ୟରେ ରୁହେ ତେବେ ସେଠାରେ ଜଣେ ଦେବୀଙ୍କର ଆଶ୍ରିବାଦରୁହେ । ପ୍ରତିଷ୍ଠା ସମୟରେ ଅଷ୍ଟଚଣ୍ଡି ସ୍ଥାପନ କରି ସାମବେଦ ଅନୁଶାରେ ପ୍ରତିଷ୍ଠା କର୍ମ ହେବ । କେଉଁ ଦିଗରେ କେଉଁ ଚଣ୍ଡିଙ୍କୁ ତାଙ୍କ ଯନ୍ତ୍ର ଅନୁଶାରେ ଯନ୍ତ୍ର ତିଆରି କରି ଜିବନ୍ୟାସ କରି ସ୍ଥାପନ କରିବେ ତାହା ବାସ୍ତୁ ବିସାରଦ ମାନେ କହିବେ କିମ୍ବା କରିପାରିବେ ମଧ୍ୟ, ଯଦି ବାସ୍ତୁ ବିତ୍ ନକରନ୍ତି ତେବେ ବ୍ରାହ୍ମଣ କରିବ କିନ୍ତୁ କାମଟି ନିର୍ଭୁଲ ହେଲେ ଗୃହକର୍ତ୍ତାର ମଙ୍ଗଳ ହୋଇଥାଏ । ଯଦି ଘରର ବାହୁ ୧୩ ଫୁଟ ରୁ ୧୫ ଫୁଟ ମଧ୍ୟରେ ହୁଏ, ସେ ଘରେ ବିଷ୍ଣୁଙ୍କ ସହ ଲକ୍ଷ୍ମୀ ମିଶି କି ଆଶ୍ରିବାଦ କରନ୍ତି ସେଠି ବିଷ୍ଣୁ ଙ୍କର ୯ଟି ଯନ୍ତ୍ର ତିଆରି କରି ଜିବନ୍ୟାସ କରି ଘର ର୧୦ ଦିଗରେ ସ୍ଥାପନ ସହ ଯର୍ଯୁବେଦ ମନ୍ତ୍ର କାଣ୍ଡି ଅନୁଶାରେ ପ୍ରତିଷ୍ଠା କରିବେ ଘରର ମଙ୍ଗଳ ସହ ଗୃହକର୍ତ୍ତାର ମଙ୍ଗଳ ହେବ ।