ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଦିନଠାରୁ ଅମାବା ସ୍ୟା ପର୍ଯ୍ୟନ୍ତ କୁ ପିତୃ ପକ୍ଷ କୁହାଯାଏ । ଆଉ ମଧ୍ୟ ଶାସ୍ତ୍ର ମତ ଅନୁଶାରେ କାର୍ତ୍ତିକ ଅମାବାସ୍ୟା ବା ଦିପାବଳୀପର୍ଯ୍ୟନ୍ତ ମଧ୍ୟପିତୃପକ୍ଷ ଶ୍ରାଦ୍ଧ ଦିଆଯାଏ । ପ୍ରତ୍ୟେକ ଜିବ ଦେହତ୍ୟାଗ କରୁଛନ୍ତି । ପୁନରପି ଜନ୍ମ ଗ୍ରହଣ କରୁଛି । ମଲାପରେ ଜିବର ଜନ୍ମ କେଉଁ ଯାଗାରେ ହେବ ତାହାକୁ ବିଶ୍ଵ ଦେବତା ସ୍ଥିର କରନ୍ତି । ତାଙ୍କ ସହ ଅଦିତ୍ୟ ଦେବତାଓ ରୁଦ୍ର ଦେବତାଙ୍କର ଭୂମିକା ମଧ୍ୟ ଅଛି । ଶ୍ରାଦ୍ଧ ରେ ଏହି ୩ ଦେବତାଙ୍କୁ ମୁଖ୍ୟ ପୁଜାରେ ନିମନ୍ତ୍ରଣ କରାଯାଏ । ତାପରେ ପିଣ୍ଡଦାନ କରାଯାଏ । ପିଣ୍ଡଦାନ ପାଇଁ ଅକ୍ଷତ, ରାଶି, କଞ୍ଚା କ୍ଷୀର, କୁଶ ଦରକାର ହୁଏ ସଂକଳ୍ପ ପାଇଁ । ଆମେ ଦେଉଥିବା ପିଣ୍ଡକୁ ଆଦିତ୍ୟ ଦେବତା ନିଅନ୍ତି ରୁଦ୍ର ଦେବତା ପୋଲିସ ପରି ସୁରକ୍ଷା ଦିଅନ୍ତି । ବିଶ୍ଵ ଦେବା ଜୀବ ଜନ୍ମିଥିବା ଯାଗାକୁ ସୁଚନା ଦେଇଥାନ୍ତି । ଅର୍ଥାତ୍ ଯେଉଁ ଠିକ୍ ପିଣ୍ଡଯିବ । ଆମେ ଅଣୁ ଆକାରରେ ଦେଲେ ତାହା ପର୍ବତ ଆକାରରେ ପହଞ୍ଚେ ଜନ୍ମିତ ବ୍ୟକ୍ତି ପାଖରେ । ତାହାର ଉନ୍ନତି ହୋଇଥାଏ । ଏଥିରେ ଶ୍ରଦ୍ଧା ଓ ଭକ୍ତି ରହିବା ଦରକାର । ଆଚାର୍ଯ୍ୟଙ୍କୁ ଉପଯୁକ୍ତ ଦକ୍ଷିଣା ଦେବା ଦରକାର । ଆମେ ପିଣ୍ଡଦାନ କଲେ ଆମକୁ ମଧ୍ୟ କିଏ ପିଣ୍ଡଦାନ କରୁଥିବ । ଯାହାର ବଂଶ ରେ କେହି ନ ଥିବେ ତାଙ୍କ ପାଇଁ ମଧ୍ୟ ଆମେ ଏକ ଅନାମିକା ପିଣ୍ଡ ଦେଇଥାଏ । ପରିଶେଷରେ ବସ୍ତ୍ର ତାମ୍ବୁଳ ଦହି ଛେନା ଆଦି ଦିଆଯାଏ । ରନ୍ଧାଦ୍ରବ୍ୟ ରେ ପିଣ୍ଡଦାନ କଲେ ଶୁଭ ହୁଏ ।
Tuesday, 25 September 2018
Friday, 21 September 2018
ବଳଦେବ ଙ୍କର କିଛି ନାମ
ରେବତୀରମଣୋ ରାମଃ କାମପାଳୋହଳାୟୁଧ
ନୀଳାମ୍ବର ରୌହିଣେୟସ୍ତାଳାଙ୍କୋ ମୁଷଳି ହଳୀ
ସଙ୍କର୍ଷଣ ସୀରପାଣିଃକାଳିନ୍ଦିଭେଦନୋ ବଳଃ ।
ବଳଭଦ୍ର, ବଳଦେବ , ପ୍ରଳମ୍ବଘ୍ନ, ଅଚ୍ୟୁତାଗ୍ରଜ , ରେବତୀରମଣ, ରାମ, କାମ ପାଳ, ହଳାୟୁଧ,ନୀଳାମ୍ବର ରୋହିଣେୟ, ତାଳାଙ୍କ, ମୁଷଳିନ୍, ହଳିନ୍, ସଙ୍କର୍ଷଣ, ସୀର ପାଣି ଏହି ନାମଗୁଡିକ ବଳଦେବ ଠାକୁରଙ୍କର ଏହି ନାମକୁ ପ୍ରତିଦିନ ଭକ୍ତି ର ସହ ଉଚ୍ଚାରଣ କଲେ ଧନ ଐଶ୍ଵର୍ଯ୍ୟ ପରି ପୁର୍ଣ୍ଣ ହୋଇଥାଏ । ମନୁଷ୍ୟ ଜିବନ ରେ ସମସ୍ତ କଷ୍ଠ ହଟିଯାଏ । ଜୟ ବଡ ଠାକୁର ବଳଦେବ ଜୀ ଅନନ୍ତ କୋଟି ପ୍ରଣାମ ପ୍ରଭୁ ।........
Sunday, 16 September 2018
କ୍ଷୁଦ୍ରଗଳ୍ପ ପଳାତଙ୍କ
ବ୍ୟାଙ୍କ ମ୍ୟାନଜର ସାହେବ ଚାଲିଛନ୍ତି ଗାଡ଼ି ତାଙ୍କର ମନ୍ଥର ଗତିରେ ଚାଲିଥାଏ । ବାଟରେ ବହୁ ନଦନଦୀ ଅତିକ୍ରମ କରି ସହରାଭିମୁଖେ ସାଥିରେ ତାଙ୍କର ପୁଲିସ ବାବୁଓ ଅନ୍ୟ ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ।ବହୁ ଦୁଃର୍ଗମ ପଥ ଅତିକ୍ରମ କରି ଶେଷରେ ପହଞ୍ଚିଲେ ସହରର ସେଇ ରାଜପ୍ରାସାଦ ରେ ।ପହଞ୍ଚିବା ମାତ୍ରେ ଫାଟକ ଖୋଲିଗଲା ଜଣେ ଜରା ଜିନ୍ନ ବୃଦ୍ଧ ଆସି ସ୍ଵାଗତ କଲେ ଏମାନଙ୍କୁ । ଏହି ରାଜପ୍ରାସାଦରେ ରଙ୍ଗବେରଙ୍ଗର ଆଲୋକ ମାଳା କୃତ୍ରିମ ବର୍ଷା ପ୍ରକୋଷ୍ଟ ଗାଧୁଆ ଘରର ଜଳାଶୟ ଏକ ପୁଷ୍କରିଣୀ ଏହା ଏକ ସୁନ୍ଦର ମନୋରମ ଦୃଷ୍ଯ ଏଥିରେ ପଦ୍ମ ପୁଷ୍ପ ସଦ୍ୟ ପ୍ରସ୍ପୁଟିତ ହଂସ ହସରାଳିଙ୍କ ସହ ଅନ୍ୟାନ୍ୟ ପକ୍ଷୀମାନଙ୍କର ଖେଳ ଇନ୍ଦ୍ର ଭୂବନ ଠାରୁ ଶତ ଗୁଣରେ ଅଧିକ । ଅତିଥିମାନଙ୍କର ଗୃହ ଠାରୁ ଆରମ୍ଭ କରି କୁକୁର ରହିବା ପର୍ଯ୍ୟନ୍ତ ସମସ୍ତ ଗୃହ ଐଶ୍ଵର୍ଯ୍ୟରେ ଭରପୁର ।ହଜାର ହଜାର କୋଟି ଟଙ୍କାର ଏହି ପ୍ରାସାଦରେ ରହିବାକୁ ମାତ୍ର ୨ ଜଣ । ଜରା ଜିନ୍ନ ରଘୁଆ ଓ କୁକୁର ଟିପୁ । ବର୍ଷେ ତଳେ ଘର ମାଲିକ ମଦନ ବାବୁ ଚାଙ୍କର ରଘୁକୁ କହିଲେ ମୁଁ ବାହାରକୁ ଯାଉଛି । ଘର କବାଟ ଦେଇ ଦେ । ସେହିଦିନଠୁ ଆଉ ଫେରି ନାହାନ୍ତି। ଘରେ ଯାହା ଥିଲାକଷ୍ଟେ ମଷ୍ଟେ କିଛି ଦିନ ଚଳିଲା | ଟିପୁର ଦିନକୁ ଖର୍ଚ୍ଚ ଏକ ହଜାର ଟଙ୍କା ରୁ ଉର୍ଦ୍ଧ । ମୁଁହ ଶୁଖାଇ କାନ୍ଦୁଛି । ମୁଁ ଘର ଛାଡ଼ି ଗାଁକୁ ଯିବି ଭାରି ବୋଲି ବାହାରୁଛି ହେଲେ ଗାଁରେ କିଛି ନାହିଁ । କୋଉମନ୍ଦିର କିମ୍ବା ଘର ବାରଣ୍ଡାରେ ଜିବନ ଟା କଟି ଯିବ ଭୋକ ଉପାସରେ ଟିପୁ କୁ ଛାଡ଼ି ଯାଇପାରୁନି । ବାହାରକୁ ଯାଇ ମଜୁରୀଲାଗି କିଛି ରୋଜଗାର କରିବାକୁ ବିଚ ରାଟିପୁ ଛାଡ଼ି ଦେଉ ନି। ଯାହା ଦେଲେ କିଛି ଖାଉ ନି। ତାକୁ ବାହାରକୁ ଛାଡ଼ି ଦେଲେ ସେ କୁଆଡ଼େ କଣ ଖାଇବଞ୍ଚି ଯାନ୍ତାହେଲେ ବୁଲା କୁକୁରମାନେ ତାକୁ କାମୁଡ଼ି ମାରି ଦେବେ। କିଛି କରି ହେଉନି । ବ୍ୟାଙ୍କ ଋଣ ଆଣି ମାଲିକ ଘର କଲା ସୁଝି ନ ପାରୀ ବିଦେଶରେ ଆତ୍ମଗୋପନକରିଛି ।ଏବେ ବ୍ୟାଙ୍କ ବାଲାଘରକୁ ପୋଲିସ ସହାୟତାରେ କବ୍ଜା କଲେ। ମୁଁ ଆଉ ଅସହାୟଟିପୁ ଘର ଛାଡ଼ିଲୁ
Tuesday, 11 September 2018
ଅନ୍ଧବିଶ୍ଵାସ
ସମାଜରେ କୁସଂସ୍କାରର ମୁଳଦୁଆ ବ୍ରାହ୍ମଣମାନଙ୍କ ମାଧ୍ୟମରେ ପ୍ରଚଳିତ ସେମାନେ ଲୋକମାନଙ୍କୁ ଭୂଅାଁ ବୁଲାଇ ଶୋଷଣ କରି ନିଜକୁ ମହାନ ବୋଲାଉଛନ୍ତି । ମନ୍ଦିର ମାନଙ୍କରେ ଉତ୍ପାତ ଶୃଷ୍ଟି କରୁଛନ୍ତି । ଏମାନଙ୍କ ଚାଲବାଜି ବୁଦ୍ଧଦେବ କିପରି ଧରିଥିଲେ ତାହା ଏଠାରେ ବର୍ଣ୍ଣିତ । ବ୍ରାହ୍ମଣ ଓ ବୁଦ୍ଧଦେବଙ୍କ କଥପୋକଥନ ପଢନ୍ତୁ।
ବ୍ରାହ୍ମଣ -- ମୁଁ ଜନ୍ମଜାତ ଶ୍ରେଷ୍ଠ ଅଟେ
ବୁଦ୍ଧ -- କେମିତି ?
ବ୍ରାହ୍ମଣ-- କାହିଁକିନା ମୁଁ ବ୍ରାହ୍ମଣ ଅଟେ।
ବୁଦ୍ଧ-- ଠିକ୍ ଅଛି, ଆଚ୍ଛା ଗୋଟିଏ କଥା କୁହନ୍ତୁ ,.......ଆପଣଂକ ଘର ର ମହିଳାମାନେ କ'ଣ ଗର୍ଭବତୀ ହୁଅନ୍ତି?
ବ୍ରାହ୍ମଣ-- ହଁ.. ହୁଅନ୍ତି।
ବୁଦ୍ଧ-- ସେମିତି ହିଁ ହୁଅନ୍ତିନା ଯେମିତି ଅନ୍ୟ ମହିଳାମାନେ ହୁଅନ୍ତି......ନା ପୁଣି ....?
ବ୍ରାହ୍ମଣ-- ହଁ... ସେମିତି ହିଁ ହୁଅନ୍ତି।
ବୁଦ୍ଧ- ଆପଣଂକ ମହିଳାଂକ ଗର୍ଭାବସ୍ଥାର ସମୟ ସେତିକି ହିଁ ସମୟର ହୋଇଥାଏ ନା ଯେତିକି ଅନ୍ୟ ମହିଳାଂକର ହୋଇଥାଏ?
ବ୍ରାହ୍ମଣ -- ହଁ... ସେତିକି ସମୟର ହିଁ ହୋଇଥାଏ।
ବୁଦ୍ଧ -- ଛୁଆ ଜନ୍ମ କରିବା ବା ପ୍ରସୂତି ବି ସେମିତି ହିଁ ହୋଇଥାଏ ନା ଯେମିତି ଅନ୍ୟ ମହିଳାଂକର ହୋଇଥାଏ ?
ବ୍ରାହ୍ମଣ-- ହଁ... ସେମିତି ହିଁ ହୋଇଥାଏ।
ବୁଦ୍ଧ -- ଯେବେ ଗର୍ଭବତୀ ହେବାର ତରିକା, ଗର୍ଭାବସ୍ଥାର ସମୟ ଆଉ ଛୁଆ ଜନ୍ମ ହେବାର ତରିକା ....ଏହି ସବୁ ପ୍ରକ୍ରିୟା ଏକ ସମାନ ଅଟେ ତ ଆପଣ ବ୍ରାହ୍ମଣମାନେ କେଉଁ ଆଧାରରେ ନିଜକୁ ଅନ୍ୟମାନଂକ ଠାରୁ ଜନ୍ମଜାତ ଶ୍ରେଷ୍ଠ ବୋଲି କହିଥାଅ.....?? ?
ବୁଦ୍ଧଂକ ଏହି ପ୍ରଶ୍ନର ଉତ୍ତର ବ୍ରାହ୍ମଣ ପାଖରେ ନ ଥିଲା .....
ବୁଦ୍ଧ- ଏହାର ମାନେ ଏହା ଯେ ମନୁଷ୍ୟ ନିଜ କର୍ମରୁ ଶ୍ରେଷ୍ଠ ହୋଇଥାଏ ... ନିଜ କର୍ମରୁ ହିଁ ମହାନ ହୋଇଥାଏ ନା କି ଜନ୍ମରୁ .....
ବ୍ରାହ୍ମଣର ଶାସନ ତାର ଜ୍ଞାନ ଉପରେ ନୁହଁ ଆମର ଅଜ୍ଞାନତା ଉପରେ ଠିଆ ହୋଇଅଛି।
ବ୍ରାହ୍ମଣ ଆମକୁ ଗଛ ପୂଜେଇ ଥାଏ,
ପଥର ପୂଜେଇ ଥାଏ, ପୃଥିବୀ, ଆକାଶ, ଜଳ, ଅଗ୍ନି, ବାୟୁ, ଫୋଟ, ଲୁହା, ଇଟା, ପଶୁ, ପକ୍ଷୀ ବା ଯାହା ବି ଦୃଶ୍ୟମାନ ହେଉଛି ତାହାସବୁ କୁ ଖୋଲାଖୋଲି ଭାବେ ଆମଦ୍ୱାରା ପୂଜନ କରାଉଛି।
ଆଉ ଏହି ସବୁ ଏକ ଅପାଠୁଆ ବ୍ରାହ୍ମଣ ଆମର ପାଠଶାଠ ପଢିଥିବା IAS, IPS, ଓକିଲ, ମାଜିଷ୍ଟ୍ରେଟ, ଇଂଜିନିୟର, ଡାକ୍ତର ଦ୍ୱାରା କରାଇ ପାରିଥାଏ।
ତଥାପି ବି ଆମେ କେମିତି କହୁ କି ଆମେ ବ୍ରାହ୍ମଣଂକ ଗୁଲାମ ନୋହୁଁ ବୋଲି??
ବ୍ରାହ୍ମଣଂକ କାହାଣୀ
ଯେବେ ଭୂମିକମ୍ପ ଆସିବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ ,
ଯେବେ ହୁଡ ହୁଡ ତୋଫାନ୍ ଆସିବାର ଥିବ ତ ଏମାନଂକୁ ଜଣା ନ ଥିବ
ଯେବେ ଟ୍ରେନ୍ ଓଲଟିବା ଥିବ ତ ଏହା ସେମାନଂକୁ ଜଣା ନ ଥିବ,
ଯେବେ ନୋଟ୍ ବଦଳିବା ଥିବ ତ ଏହା ସେମାନଂକୁ ଜଣା ନ ଥିବ,
ଯେବେ ଦେଶ ଉପରେ ଆକ୍ରମଣ ହେବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ ,
ଯେବେ ଦେଶରେ ବୋମା ବିଷ୍ଫୋରଣ ହେବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ,
ଯେବେ କେଦାରନାଥ ବନ୍ୟାରେ ଭାସି ଯିବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ,
ଯେବେ ଭାରତର ରାଜଧାନୀରେ ଏକ ବସ୍ ରେ କୌଣସି ଝିଅର ବଳାତ୍କାର ହେବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ ,
ଯେବେ ଦେଶ ଭିତରେ ଆତଂକବାଦୀ ନିର୍ଦ୍ୱନ୍ଦରେ ବୁଲୁ ଥିବେ ତ ଏହା ସେମାନଂକୁ ଜଣା ନ ଥିବ ,
ଯେବେ ସୀମାରେ ସୈନ୍ୟଂକ ଗଳା କଟିବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ ,
ଯେବେ ଚାରିଧାମ ଯାଉଥିବା ବସ୍ ଦର୍ଘଟଣା ହୋଇ ଘାଇରେ ପଡିବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ,
ଯେବେ କୌଣସି ପ୍ଲେନ୍ ନିଖୋଜ ହେବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ,
ଯେବେ ବର୍ଷା ହେଲେ ବିଜୁଳି ପଡିବାର ସଂଭାବନା ଥିବ ତ କାହା ଉପରେ ବିଜୁଳି ପଡିବାର ଥିବ ତ ଏହା ସେମାନଂକୁ ଜଣା ନ ଥିବ।
ଏମାନଂକୁ ସେୟା ହିଁ ଜଣାଥାଏ ଯାହା ଅସମ୍ଭବ।
ଯେପରିକି
କାହା ଉପରେ ଗ୍ରହ ନକ୍ଷତ୍ର
-ଦୋଷ ,ଗତ ଜନ୍ମର ପାପ,
ମଲାପରେ ସ୍ୱର୍ଗ ମିଳିବା,
ମାତାପିତାଂକ ମୃତ୍ୟୁପରେ ଶ୍ରାଦ୍ଧ ଦେଇ ସେମାନଂକୁ ଖୁଆଇବା,
ଇତ୍ୟାଦି ସବୁପ୍ରକାର ଅନ୍ଧବିସ୍ୱାସ ଓ ମନଗଢା କଥା ।
ଯାହାକୁ ଗତ ଜନ୍ମ ଓ ସ୍ୱର୍ଗ ବିଷୟରେ ଜ୍ଞାନ ଅଛି ସେମାନେ ଏସବୁ କାହିଁକି ଜାଣିପାରନ୍ତିନି ?
ଏଇଥିପାଇଁ ଜାଣନ୍ତିନି କାହିଁକିନା ଏସବୁ ଦୃଶ୍ୟମାନ ହୋଇଥାଏ,
ସତ୍ୟତା ଜାଣିହୋଇଥାଏ।
ବର୍ତ୍ତମାନ ବ୍ରାହ୍ମଣ ଭକ୍ତିଭାବକୁ ଛାଡ଼ି ସେଲଫି ଭାବକୁ ନେଇ ପୁଜା ନାମ ରେ ଠକୁଛି । ବ୍ରାହ୍ମଣ ଅଛି ଯେ ବ୍ରାହ୍ମଣ କର୍ମ କରୁଛି । ସେ ଯେଉଁ ଜାତି ହେଉ ଯଦି ବ୍ରହ୍ମ କାର୍ଯ୍ୟ କରୁଥିବ ସେ ବ୍ରାହ୍ମଣ । ବ୍ରହ୍ମକୁ ଜାଣିଥିବ ।
Saturday, 8 September 2018
ଆଠ ଦିଗର ହସ୍ତୀ ସମ୍ବନ୍ଧରେ
ପୂର୍ବ ଦିଗ ରେ ଐରାବତ । ଅଗ୍ନି କୋଣେ ପୁଣ୍ଡରିକ । ବାମନ ଦକ୍ଷୀଣ ଦୀଗ ଗଜ, କୁମୁଦ ନୈରୁତ କୋଣସ୍ଥ ଦିଗ୍ଗଜ, ଅଞ୍ଜନ ପଶ୍ଚିମ ଦିଗ୍ଗଜ, ପୁଷ୍ପବନ୍ତ ବାୟୁ କୋଣସ୍ଥ ଦିଗ୍ ଗଜ, ସାର୍ବଭୌମ ଉତ୍ତର ଦିଗସ୍ଥ ଦିଗ୍ ଗଜ, ସ୍ୱ ପ୍ରତୀକ, ଐଶାନ୍ୟ କୋଣସ୍ଥ ଦିଗ୍ଗଜ ଏହି ୮ ଗଜ ୮ଦିଗର
,
Tuesday, 4 September 2018
ଶିଷ୍ଯ ଚୟନ ଓ ଦୀକ୍ଷାର ସ୍ଥାନ
ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନଞ୍ଜନ ଶଲାକୟା,
ଚକ୍ଷୁ ରୁନ୍ମୀଳିତଂ ଯେନ୍ ତସ୍ମୈ ଶ୍ରୀ ଗୁରବେ ନମଃ।
ନମସ୍ତେ ଗୁରବେ ତସ୍ମୈ ଇଷ୍ଟଦେବ ସ୍ଵରୂପିଣେ,
ଯସ୍ୟ ବାଗମୃତଂ ହନ୍ତି ବିଷଂ ସଂସାର ସଞ୍ଜକମ୍ ।
ଭବପାଶ ବିନାଶାୟ ଜ୍ଞାନ ଦୃଷ୍ଟି ପ୍ରଦର୍ଶିନେ,।
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର,
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ
ଶିଷ୍ୟ ର ଯୋଗ୍ୟତା-
ଶାନ୍ତ ବିନୀତ, ଶୁଦ୍ଧ ଆତ୍ମା, ଶ୍ରଦ୍ଧାଳୁ, ମେଧାବୀ, କାର୍ଯ୍ୟ କୁଶଳ, ଗୁଣବନ୍ତ, ଧାର୍ମିକ, ଗୁରୁ ଭକ୍ତ ହେବା ଉଚିତ ।
ବର୍ଜନୀୟ ଶିଷ୍ୟ - ପାପି, କ୍ରୁର କର୍ମୀ ,ଦୁଷ୍ଟ, କଞ୍ଜୁସ୍, ଆଚାର ବିହିନ , ନିନ୍ଦୁକ' ମୁର୍ଖ, ଆଳସ୍ୟପରାୟଣ, ଦାମ୍ଭିକ, ରୋଗି, ଭୋଗି, ଅନ୍ୟାୟ ଭାବରେ ଧନ ସଂଗ୍ରହକାରୀ, ସ୍ଵଜ୍ଞାନରେ ଅଭିମାନ, ଅଶୁଦ୍ଧ ଭୋଜନକାରୀ, ସଂସୟୀ ,ଦେବତା ଓ ତୀର୍ଥରେ ଆସ୍ଥା ନଥିବା ଶିଷ୍ୟ,
ଦୀକ୍ଷା ର ସ୍ଥାନ - ଗୋଶାଳା, ଗୁରୁ ଗୃହ, ଦେବ ମନ୍ଦିର, ବଣ,ଉଦ୍ୟାନ, ନଦୀତଟ, ପୁଣ୍ୟ କ୍ଷେତ୍ର, ଅଁଳା ଓ ବେଲଗଛ ମୁଳ , ପର୍ବତ ଶିଖର , ଗଙ୍ଗାତଟ, ଗୟାତ ତୀର୍ଥ, କୋଣାର୍କ ତିର୍ଥ ମଧ୍ୟ ଦୀକ୍ଷାର ଉପଯୁକ୍ତ ସ୍ଥାନ।
ଗୁରୁ ଚୟନ
ଗୁରୁ ସମର୍ଥ ଓ ସର୍ବୋତ୍କୃଷ୍ଟ ହେବା ବିଧେୟ ।ଗୁରୁ ଶାନ୍ତ, ଦୟା ବାନ, କୁଳୀନ, ବିନମ୍ର, ଶୁଦ୍ଧ ଆଚାରଯୁକ୍ତ, ପ୍ରତିଷ୍ଠିତ , ଉଲସ୍ଵଭାବ ଯୁକ୍ତ, କାର୍ଯ୍ୟ କୁଶଳ, ବୁଦ୍ଧିମାନ, ଧ୍ଯାନରେ ନିପୁଣତା, ମନ୍ତ୍ର ଓ ତନ୍ତ୍ର ଶକ୍ତିର ଅଧିକାରୀ, ସମର୍ଥ, ତପସ୍ୱୀ, ସତ୍ୟବାଦୀ, ଯଥାସମ୍ଭବ ଗୃହସ୍ଥି ହୋଇ ଥିବେ । ବର୍ଜନୀୟ ରୋଗି, ପୁତ୍ର ହିନ, ଧୁର୍ତ୍ତ, କ୍ରିୟା ହିନ, ଗୁରୁ ନିନ୍ଦୁକ ଓ ଇର୍ଷାଳୁ ହୋଇ ନ ଥିବେ।
