Thursday, 28 June 2018

ସାଧୁ ଓ ଗୃହି

ପୁରା କାଳରେ ସାଧୁ ମାନେ ସତ୍ୟ ଧର୍ମ ନ୍ୟାୟର ପଥିକ ଥିଲେ । ସେମାନେ ମଧ୍ୟରେ ବାବାଜି ରାମଦାସ ଙ୍କ କଥା ଏଠାରେ ଉଲ୍ଲେଖ କରୁଛି ।ସାଧୁମାନେ ଜଗତ କଲ୍ୟାଣ କାରୀ ଅଟନ୍ତି। ସେମାନେ ଦିନ କୁ ମାତ୍ର ୫ଟି ଘର ଭିକ୍ଷା କରିବେ ସେଥିରୁ ଯାହା ମିଳିବ ତାଙ୍କ ଆଶ୍ରମ ଚଳେ।ନ ମିଳିଲେ ଦୁଃଖ କରନ୍ତି ନାହିଁ। ଥରେ ବାବା ଜୀ ରାମଦାସ ସକାଳୁ ଭିକ୍ଷା ପାଇଁ ବାହାରିଛନ୍ତି ।୪ ଘର ଭିକ୍ଷା ପରେ ୫ ମ ଘରକୁ ଯାଉଛନ୍ତି ଏବଂ ୫ମ ଘରେ ଭିକ୍ଷାଂ ଦେହି ବୋଲି ଡାକିଛନ୍ତି। ଏହି ସମୟରେ ଜଣେ ସ୍ତ୍ରୀ ଲୋକ ଘର ଲିପୁ ଥିଲା | ଫୋପାଡ଼ିଲା ଗୋବର ବିଣ୍ଡା ସାଧୁଙ୍କ ଉପରକୁ ନେ ତୋ ଭିକ୍ଷା କହି। ସକାଳୁ ସକାଳୁ କିଏ ଉଠିଛିକି ନାହିଁ 'ପଳାଇ ଆସି ଲା ଭିକ ମାଗିବାକୁ । ସାଧୁଙ୍କୁ ଧିକାର କରିଛି ସାଧୁବାବାଜୀ ରାମଦାସ ହସି ହସି ସେଇ ଗୋବର ବିଣ୍ଡାଟି କୁ ଆଣି ଆସିଛନ୍ତି ଆଶ୍ରମକୁ ଯାହାକୁ ସେ ଭିକ୍ଷାରେ  ପାଇଛନ୍ତି । ସେହି ବିଣ୍ଡାଟି କୁ ଧୋଇ ସୁଖାଇ  ବତୀ କରି ଏକ ଦୀପରେ ତେଲଭରି ଶ୍ରୀମନ୍ଦିରରେ ଦୀପ ଜଳାଉଛନ୍ତି ଓ ଜଗତ କଲ୍ୟାଣ ସହ ସେଇ ଲୋକର ମଙ୍ଗଳ କାମନା କରୁଛନ୍ତି । ଏହି ସମୟରେ ସ୍ତ୍ରୀ ଲୋକଟି ମନ୍ଦିର ଯାଇଛି ଓ ମନ୍ଦିର ମଧ୍ୟରେ ସାଧୁଙ୍କର ଏତାଦୃଶ ଗୁଣ ଦେଖି ଲମ୍ବ ହୋଇ ସାଧୁଙ୍କ ପାଦତଳେ ପ୍ରଣିପାତ କରିଛି I କହିଛି ମୋ ଦ୍ଵାରା ହୋଇଥିବା ଭୁଲକୁ କ୍ଷମା ଦିଅନ୍ତୁ  ପ୍ରଭୃ ଆଉ ଏପରି ଭୁଲ କେବେ ବି ହେବନି । ସାଧୁ ମହାରାଜ କ୍ଷମାର ପୁରୁଷ ତାକୁ ଆଶ୍ରିବାଦ ଦେଇଛନ୍ତି ବହୁ ଧନଐଶ୍ଵର୍ଯ୍ୟରେ ତୋ ଘର ପୁର୍ଣ୍ଣ ହେଉ। ସେତବେଳର ସାଧୁ ବର୍ତ୍ତମାନର ସାଧୁ ଅନେକ ତଫାତ ।

Tuesday, 26 June 2018

ଇଶ୍ଵରଙ୍କ ଇଚ୍ଛା କୁ ସମ୍ମାନ

ଥରେ ଜଣେ ସାଧୁ ଜଳ ଯାତ୍ରା କରୁଥାନ୍ତି ପାଣିଜାହାଜରେ। ସମୁଦ୍ର ମଝିରେ ହଠାତ୍ ଏକ ପ୍ରଳୟଙ୍କରୀ ଝଡ଼ବର୍ଷା ହେଲା । ଜାହାଜରେ ପାଣି ପଶିବାକୁ ଲାଗିଲା ଲୋକମାନେ ଭୟ ରେ ଥରହର ହୋଇ ଇଶ୍ଵରଙ୍କୁ ଡାକୁଥାନ୍ତି । ଏହି ସମୟରେ ସାଧୁ ଡଙ୍ଗା ରୁ ପାଣିନିସ୍କାସନ ପରିବର୍ତ୍ତେ ପାଣି ଢାଳ ଢାଳ କରି ପୁରା ଉଥାନ୍ତି। ଲୋକମାନେ ସାଧୁଙ୍କୁ ଗାଳି କରୁଥାନ୍ତି । ଯେ ସେ ଜାହାଜରୁ ପାଣି କୁ ନିସ୍କାସନ ନକରି ପାଣି ଭରି କରୁଥିବା ରୁ ।କିଛି ସମୟ ପରେ ଝଡ଼ବର୍ଷା ଥମିଲା । ସାଧୁ ଡାହାଜରୁ ଜଳ ନିସ୍କାସନ କଲେ।ତାପରେ ସାଧୁଙ୍କୁ ଲୋକମାନେ ପଚାରିଲେ ଏପରି କାହିଁକି କରୁଛ। ଇଶ୍ଵର ଯଦି ଚାହୁଁଛନ୍ତି ଆମକୁ ବୁଡ଼ାଇ ମାରିବାକୁ ଆମେ ତାଙ୍କ ଇଛା କୁ ସମ୍ମାନ ଦେବା ପାଇଁ ମୁଁ ଡଙ୍ଗା ରେ ଜଳ ଭରି କଲି। ଯେତେବେଳେ ବଞ୍ଚାଇବାକୁ ଚେଷ୍ଟା କଲେ ମୁଁ ଜଳ ନିସ୍କାସନ କଲି। ତେଣୁ ତାଙ୍କ ଇଚ୍ଛା କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ

Sunday, 24 June 2018

ଉଚିତି ଶିକ୍ଷ୍ୟା

ଥରେ ରାଜା ମନ୍ତ୍ରୀଙ୍କୁ ଡାକି କହିଲେ ମହା ମନ୍ତ୍ରୀ ମୋ ରାଜ୍ୟରେ ଯେତେ ଅଳସୁଆ ଅଛନ୍ତି।ତାଙ୍କୁ ଡାକି ରହିବା ଏବଂ ଖାଇବାର ବନ୍ଦବସ୍ତ କର ।ତଦ ଅନୁସାରେ ମହାମନ୍ତ୍ରୀ ରାଜ୍ୟସାରା ବୁଲି ବୁଲି ଦୁଇଜଣ ଅଳସୁଆ ଙ୍କୁ ପାଇ ଆଣିଲେ। ରାଜାଙ୍କ କହିବା ଅନୁଶାରେ ରହିବା , ଖାଇବା ଓ ବସ୍ତ୍ର ର ସମସ୍ତ ବନ୍ଦୋବସ୍ତ କରାଗଲା । କିଛି ଦିନ ପରେ ଲୋକେ ଜାଣିଲେ ଯେ ରାଜ୍ୟରେ ଅଳସୁଆଙ୍କୁ ରହିବା ଖାଇବା ସମସ୍ତ ସମସ୍ତ ମାଗଣାରେ ରାଜା କରୁଛନ୍ତି । ସେଥିପାଇଁ ଲୋକମାନେ କହିଲେ ଆମେ କାହିଁକି? କାମ କରିବା ଚାଲ ଅଳସୁଆ ହେବା । ଦିନକୁ ଦିନ ଆଳସୁଆ ସଂଖ୍ୟା ବଢିଲା ରାଜା ସମସ୍ତଙ୍କର ଖାଦ୍ୟ ପେୟର ବନ୍ଦୋବସ୍ତ କଲେ। ଶେଷରେ ରାଜ୍ୟ ରାଜକୋଷ ଖାଲି ହେବାକୁ ଲାଗିଲା । ଲୋକମାନେ କାମକଲେନି। ରାଜାଓ ମନ୍ତ୍ରୀଙ୍କର ଭାଳେଣି ପଡିଲା ଏତେ ଲୋକଙ୍କ ପାଇଁ ଖାଦ୍ୟ ଆସିବ କେମିତି । ମନ୍ତ୍ରୀ ଏକ ବୁଦ୍ଧି ସ୍ଥିର କଲେ ରାଜାଙ୍କୁ କହିଲେ। ଆମେ ଛଦ୍ମ ବେଶରେ ଯିବା ସବୁ ଘରର କବାଟ ରାତିରେ ବନ୍ଦ କରିଦେବା ଓ ବାହାର ପଟୁ ନିଆଁ ଲଗେଇ ଦେବା। ମନ୍ତ୍ରୀଙ୍କ କଥା ରେ ରାଜା ରାଜି ହେଲେ ଓ ସେହିପରି କରିବାକୁ ନିର୍ଦ୍ଦେଶ ଦେଲେ। ବାହାର ପଟୁ ନିଆଁ ଲଗେଇ ଦିଆଗଲା । ପର ନିଆଁ ଲାଗିବା ଦେଖି ଘର ଭିତରେ ଥିବା ଲୋକମାନେ କବାଟ ଭାଙ୍ଗି ବାହାରକୁ ଆସି କୁଅ ପୋଖରୀ ରୁ ପାଣି ଆଣି ନିଆଁ ଲିଭାଉଛନ୍ତି । ଛଦ୍ମ ବେଶୀ ରାଜା ମନ୍ତ୍ରୀ ସବୁ ଘର ବୁଲି ଦେଖୁଛନ୍ତି ସବୁ ଘର ଖାଲି କେନଳ ଗୋଟିଏ ଘରେ ୨ଟିଲୋକ ଶୋଇଛନ୍ତି । ନିଆଁ ଛିଡ଼ି ପଡ଼ୁଛି ମାଧିଆ କହୁଛି ସାଧିଆ କଣ ଉସୁମ ଲାଗୁଛି କିରେ  ସା ଧିଆ କହୁଛି ଶୋଇ ପଡ଼ବେ ଯାହା ହେଉଛି ହେଉ । ଛଦ୍ମ ବେଶୀ ରାଜା କହିଲେ ତୁମ ଘର ନିଆଁ ଲାଗିଛି। ତୁମେ ଘରେ ଶୋଇଛ ନିଆଁକୁ ଲିଭାଉ ନ । ମାଧିଆ କହିଲା ଘରପୋଡ଼ି ଠୁ ବିପତ୍ତି ନାହିଁ । ପାଖ ପଡ଼ୋଶୀ ଆସି ନିଆଁ ଲିଭେଇବେ ଆମେ କାହିଁ କି କଷ୍ଠ କରିବୁ। ତେଣୁ ରାଜାଓ ମନ୍ତ୍ରୀ ବୁଝିଲେ ପ୍ରକୃତ ଅଳସୁଆ ଏଇ ଦୁଇ ଜଣ ଏମାନଙ୍କ ରହିବା ବ୍ୟବସ୍ଥା କର ଅନ୍ୟମାନଙ୍କୁ ମାଡ ଦେଇ ବିଦା କର ସେମାନେ ସେମାନେ କରନ୍ତୁ

Friday, 22 June 2018

ଭକ୍ତି ର ଶକ୍ତି

ଥରେ ରମକୃଷ୍ଣ ପରମହଂସ ତାଙ୍କ ଶିଷ୍ୟ ବିବେକାନନ୍ଦ ଙ୍କୁ ସାଥିରେ ଡାକିନେଲେ,ଏବଂ କାଳି ମନ୍ଦିରରେ ପ୍ରବେଶ କଲେ,ରାମକୃଷ୍ଣ ଭୋଗ ଧରିଥିଲେ।ମା ଙ୍କୁ ବଢାଇଦେଲେ ମା ଭୋଗ ନେ,ମା ପ୍ରତ୍ୟକ୍ଷ ହାତ ବଢାଇ ରାମକୃଷ୍ଣଙ୍କ ହାତରୁ ଭୋଗ ନେଇଗଲେ।ଗୁରୁ ସେଠି ବିବେକାନନ୍ଦଙ୍କୁ କହିଲେ ତୁମେ ଯେଉଁଦିନ ଏହି ପରି କରିପାରିବ,ସେହିଦିନ ତୁମେ ମୋର ଶିଷ୍ୟ ହେବ।ରମକୃଷ୍ଣ ସତ ଦିନ ସମୟ ଦେଲେ ବିବେକାନନ୍ଦଙ୍କୁ।ପ୍ରଥମ ଦିନ ବିବେକାନନ୍ଦ ମାଙ୍କ ମନ୍ଦିରକୁ ଆସିଲେ ମା ଙ୍କୁ ଭୋଗ ଦେଲେ ମା ଗ୍ରହଣ କଲେନି,ସେ ମନ୍ଦିରରୁ ଫେରି ଅସିବା ସମୟରେ ଜଣେ ବୃଦ୍ଧା କହିଲା ଆରେ ବାପା ମୁଁ ବହୁ ଦିନହେଲା କିଛି ଖାଇନି ମୋତେ କିଛି ଖାଇବାବୁ ଦିଅନ୍ତୁନି  ସେହି ସମୟରେ ବିବେକାନନ୍ଦ ସେଇ ଭୋଗକୁ ବୃଦ୍ଧାକୁ ବଢ଼ାଇ ଦେଲେ , ଏବଂ ଫେରିଗଲେ ଅଖିଆ ଅପିଆ ରହିଲେ। ତା ପରଦିନ ସେହିପରି ଆସି ମାଙ୍କୁ ଭୋଗ ଜାଚିଲେ ହେଲେ ମା ତାଙ୍କ ହାତରୁ ଭୋଗ ଗ୍ରହଣ କଲେ ନି ଫେରିବା ସମୟରେ ପୁଣି ଏକ ବୃଦ୍ଧା ମାଗି ଭୋଗ ନେଇଗଲା ଏହିପରି ୬ ଦିନ ଗତି କରନ୍ତେ ୭ ମ ଦିନ ବିବେକାନନ୍ଦ ପୁଣି ଆସିଦୁଃଖ ମନ ରେ ମାଙ୍କୁ ମନ୍ତ୍ର ଆରାଧନା କରି ନୈ ବିଦ୍ୟ ସମର୍ପନ୍ତେ ଦେବୀ ତାଙ୍କ ହାତରୁ ପ୍ରସାଦ ଗ୍ରହଣ କଲେ ନି ସେଥିପାଇଁ ବିବେକାନନ୍ଦ ରାଗିଯାଇ ମାଙ୍କ ହସ୍ତରୁ ଖଡ୍ଗ ଆଣି ନିଜବେକକୁହାଣିବାକୁ ଉଦ୍ୟତହୁଅନ୍ତି ସେଇ ସମୟରେ ଦେବୀ ଆସି ତାଙ୍କ ହାତକୁ ଧରିଲେ ଓ କହିଲେ ବାବୁ ତୁ ମନୁଷ୍ୟ ଶରୀରେ ଥିବା ଷଡ ରିପୁ କୁ ସମ୍ପୁର୍ଣ୍ଣ ବନ୍ଧନ କରିନୁ ୫ଟି ରିପୁ କୁ ବନ୍ଧନ କରିଛୁ ମାତ୍ର ଏଇ କ୍ରୋଧଟିକୁ ବନ୍ଧନ କରିନୁ କ୍ରୋଧ କୁ ବନ୍ଧନ କରିଦେ ମୁଁ ଭୋଗ ଗ୍ରହଣ କରିବି ସେଇ ଦିନ ଠାରୁ
ବିବେକାନନ୍ଦ ସମ୍ପୁର୍ଣ୍ଣ ଷଡରିପୁ କୁ ବନ୍ଧନ କଲେ ମା ତାଙ୍କ ହାତରୁ ଭୋଗ ଗ୍ରହଣ କଲେ ଗୁରୁଙ୍କ ପରୀକ୍ଷାରେ ସେ ସଫଳ ହେଲେ । ଜୟ ମା  ତ୍ରାହିମାମ୍

Wednesday, 20 June 2018

ନାମ ମହାତ୍ମ୍ୟ

ଥରେ ଜଣେ ଲୋକ ସାଧୁଙ୍କ ନିକଟକୁ ଯାଇ କହିଲା, ସାଧୁ ମହାରାଜା ମୁ ଜୀବନ ତମାମ ଅନେକ ପାପ କରିଛି, ଚୋରି କରିଛି,ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛି,ଯେତେ ପାପ ସବୁ କରିଛି।ଏବେ ମୁଁ ଚାହୁଁଛି ପାପରୁ ମୁକ୍ତି ପାଇବା ପାଇଁ କ'ଣ କରିବି।ଲୋକଟିର କଥା ଶୁଣିସାଧୁ ମହାରାଜା କହିଲେ ଆରେ ବାପା ତୁ ରାମ ନାମ ଉଚ୍ଚାରଣ କର,ସାଧୁଙ୍କ କଥା ଶୁଣି ଲୋକଟି କହିଲା ଆଜ୍ଞା ମୋତେ ରାମ ନାମକୁ ଛାଡି ଯାହା କହିବେ କରିବି।ଗୁରୁ କହିଲେ ରାମ ନାମକୁ ଧରିଲେ ହିଁ ଏଥିରୁ ମୁକ୍ତି ମିଳିବ, କିନ୍ତୁ ଲୋକଟି କହିଲା ମୁଁ କେତେ ବଡ଼ ଆଷା ନେଇ ଆସିଛି ଆପଣ ଚାହିଁଲେ ମୋର ପାପସବୁ ଧୋଇଯିବ କିନ୍ତୁ ରାମ ନାମ ମୋର କଣ କରିବ।ଆରେ ବାପା ରାମ ନାମ ଜପ କଲେ ହିଁ ତୋର ପାପ ସବୁ ଖଣ୍ଡନ ହେବ।ନାଁ ଆଜ୍ଞା ମୁଁ ରାମ ନାମ ଧରିବିନି କି ଆପଣଙ୍କ ଆଶ୍ରମ ରେ ରହିବିନି କହି ଚାଲିଗଲା।କଛି ଦିନ ପରେ ଲୋକଟିର ମହାପ୍ରୟାଣ ହେଲା,ଯମଗଣ ଅସି ଲୋକଟିର ଆତ୍ମାକୁ ନେଇଗଲେ,ଯମ ଦରବାରରେ ଲୋକଟିର ପାପ,ପୁଣ୍ୟ ହିସାବ ହେଲା।ସେଠାରେ ଦେଖିଲେ ପାପ ଜୀବନ ତମାମ କରିଛି,ତିନି ଥର ରାମ ନାମ ଉଚ୍ଚାରଣ କରିଛି,ଏହି ତିନି ଥର ରାମ ନାମର ଉଚ୍ଚାରଣର ପୁଣ୍ୟ କେତେ ଚିତ୍ରଗୁପ୍ତ କୁ ପଚାରିଲେ,ଚିତ୍ରଗୁପ୍ତ କହିଲା ମୁଁ କହିପାରିବିନି ଆଜ୍ଞା ଆପଣ ବ୍ରହ୍ମାଙ୍କୁ ପଚାରନ୍ତୁ।ଯମ ବ୍ରହ୍ମାଙ୍କ ପାଖକୁ ଗଲେ ଓ ତିନି ଥର ରାମ ନାମ ଉଚ୍ଚାରଣର ପୁଣ୍ୟ କେତେ ପଚାରିଲେ,ବ୍ରହ୍ମା କହିଲେ ମୁଁ ତାକୁ ବୁଝାଇପାରିବିନି ମୋ ପୁଅ ନାରବ ସବୁବେଳେ ସେ ନାମ କୁ ଘୋସୁଛି ତା ପାଖକୁ ଚାଲ।ଯମ,ବ୍ରହ୍ମା ସେ ଲୋକକୁ ସାଙ୍ଗରେ ନେଇ ନାରଦଙ୍କ ପାଖକୁ ଗଲେ, ଏ ବିଷୟରେ ନାରଦକୁ ପଚାରିଲେ,ନାରଦ କହିଲେ ମୁଁ ଆଜ୍ଞା ମୁଁ କ'ଣ ବୁଝାଇବି ନାମ ର ମାହାତ୍ମ ଚାଲ ଶିବଙ୍କ ପାଖକୁ ଯିବା ସେ କଳ୍ପ କଳ୍ପ ବର୍ଷ ଧରି ତପସ୍ୟା କରୁଛନ୍ତି।ସେ ନାମର ମହାତ୍ମ୍ୟ ଭଲ ଭାବରେ ବର୍ଣ୍ଣନା କରିପାରିବେ।ବ୍ରହ୍ମା,ନାରଦ,ଯମ ଶିବଙ୍କ ପାଖକୁ ଗଲେ,ଶିବଙ୍କୁ ଏ ସବୁ ବିଷୟରେ ପଚାରିଲେ,ଶିବ କହିଲେ ସମୁଦ୍ର ପାଣିଙ୍କୁ ବିନ୍ଦୁ ବିନ୍ଦୁ କରି ଗଣି ହେବନି କି ନାମର ମହାତ୍ମ୍ୟ ବର୍ଣ୍ଣନା କରି ହେବନି।ଚାଲ ବିଷ୍ଣୁଙ୍କ ପାଖକୁ ଯିବା ସେ ତାଙ୍କ ନାମର ମହାତ୍ମ୍ୟ କହିବେ।ତେଣୁ ସେ ବିଷ୍ଣୁଙ୍କ ପାଖକୁ ଯିବାକୁ ବାହାରନ୍ତେ ଲୋକଟି କହିଲା ମୁଁ ଚାଲିକି ଯାଇ ପାରିବିନି,ମୋତେ ବିମାନରେ ବସାଇ କାନ୍ଧେଇକି ନିଅ,ତାହାହିଁ କରାଗଲା ବ୍ରହ୍ମା,ଯମ ଗୋଟେ ପଟେ ଏବଂ ଶିବ,ନାରଦ ଗୋଟେ ପଟେ କାନ୍ଧେଇକି ବୈକୁଣ୍ଠ ପୁରକୁ ନେଲେ ବୈକୁଣ୍ଠ ପୁରେ ପହଁଚିଲା କ୍ଷଣି ବିଷ୍ଣୁ ଆସି ଲମ୍ଵ ହୋଇ ତାଙ୍କୁ ଶାଷ୍ଟାଙ୍ଗ ପ୍ରଣାମ କଲେ ଶିବ କହିଲେ ପ୍ରଭୃ ରୁହନ୍ତୁ,ଏ ହେଉଛି ମହାପାପି ମାତ୍ର ତିନିଥର ରାମ ନାମ ଧରିଛି,ରାମ ନାମର ପୁଣ୍ୟ କେତେ ଜାଣିବା ପାଇଁ ଆସିଛୁ।ବିଷ୍ଣୁ କହିଲେ ଏ ଲୋକ ମୋ ନାମ ଇଚ୍ଚାରଣ କରିଛି,ସେଇଥିପାଇଁ ତୁମଭଳି ମହାନ ଦେବତା ମାନେ ତାକୁ ହାନ୍ଦୋଳାରେ ବସେଇ ଆଣି ବୈକୁଣ୍ଠ ପୁରେ ଛାଡିଲଣୀ ।ଆପଣ ମାନେ ନାମର ମହାତ୍ମ୍ୟ ବୁଝିସାରିଲେଣି।

Saturday, 16 June 2018

ବିବାହେ ବର ଲକ୍ଷଣ

ମୁଖ୍ୟ ୮ଟି ଲକ୍ଷଣ ଦେଖି ବର ଚୟନ କରାଯାଏ ।୧.ବପୁ
୨ - ବିଦ୍ୟା
୩ - ବୟସ
୪ ରୁପ
୫-ଧନ
୬- ବଳ
୭ - ବିନୟ
୮-ସ୍ଥିରତା
କୁଳଓ ଶୀଳ କୁ ମଧ୍ୟ ବିଚାର କୁ ନିଆଯାଏ,
ଯେଉଁ ପୁରୁଷ ସର୍ବଦା ପାପ କାର୍ଯ୍ୟରେ ଲିପ୍ତ, ଅଳସ ସ୍ୱଭାବ, କଳହ ପ୍ରିୟ, ରୁପ ହୀନ ସୌଚ ହିନ, ଭିକ୍ଷା ଜିବି, ରୋଗି,
ନପୁଂସକ,ଚଞ୍ଚଳ ମତି, ସର୍ବଦା ବିଦେଶରେ ସ୍ଥିତ ' ଲମ୍ପଟ ଭାବ, ମୁର୍ଖ, ଦରିଦ୍ରକୁଳ ଜାତ, କୃପଣ, ବୃଦ୍ଧ ଓ ବଳ ହିନ
ଏପରି ପୁରୁଷ ବର ପାଇଁ ଯୋଗ୍ୟ ନୁହେଁ । ଅତି ନିକଟରେ କିମ୍ବା ଅତି ଦୂରରେ ଅତି ଧନୀ ଓ ଅତି ଗରିବ , ଅତି ବଳିଷ୍ଠ ଓ ଅତି ଦୁର୍ବଳ ପୁରଷରେ କନ୍ୟାଦାନ କରିବା କର୍ତ୍ତବ୍ୟ ନୂହେଁ।

Thursday, 14 June 2018

ବିବାହ ପାଇଁ ଉପଯୁକ୍ତ କନ୍ୟା ନିର୍ଣ୍ଣୟ

ଶ୍ୟାମା ସୁକେଶୀ ତନୁ ମଧ୍ୟଯୁକ୍ତା
ଗମ୍ଭୀର ନାଭି ସମଦନ୍ତ ପକ୍ତି
ଶୁଭ୍ରାଙ୍ଗକେଶୀ ସୁଗତି ସୁଶୀଳା
କୁଳେନ ହିନାପି ବିବାହ ନିଆ
ଯେଉଁ କନ୍ୟା ଶ୍ୟାମ ବର୍ଣ୍ଣ ଦେହ ମଧ୍ୟମ ନାଭି ଗଭୀର' ସୁନ୍ଦର ସମାନ ଦନ୍ତ ପଂକ୍ତି, କେଶ ଗୁଡିକ ସୁନ୍ଦର ଚାଲି ଭତ୍ତମ ଶାନ୍ତି ସ୍ଵଭାବର ହୋଇଥିବ ଏପରି କନ୍ୟା ନିଚ କୁଳରେ ଥିଲେ ମଧ୍ୟ ବିବାହ କରିବା ଉଚିତ
୨ - ସ୍ନିଗ୍ଧୋନ୍ମତୋଗ୍ର ତନୁତାମ୍ରନଖୌ କୁମାର୍ଯ୍ୟା
ପାଦୌସଯୋପଚିତଚାରୁ   ନିଗୁଢ ଗୁଳ ଫେ।
ଶ୍ଳୀଷ୍ଟାଙ୍ଗୁଳି ନଳିନ କାନ୍ତିତଳୌଚ ଯସ୍ୟା
ସ୍ତାମୁଦ୍ ବହେଦ ଯଦି ଭୁବଽଧିପତିତ୍ଵମି ଛେତ

ଯେଉଁ କନ୍ୟା ଶରୀର ଉଚ୍ଚ ଓ କୋମଳ , ନ ଖ ଗୁଡିକ ତମ୍ବାପରି ଦୁଇ ପାଦ ସମାନ.ଦୁଇଗୋଇଠି ସମାନ ହାତ ପା ଦ ଆଙ୍ଗୁଠି ଗୁଡିକ ଲାଗି ଲାପରି ଦେଖାଯାଉଥିବ, ପାଦ ତଳ ଓ ହାତ ପାପୁଲି ପଦ୍ମପୁଂଲବର୍ଣ୍ଣ ହୋଇଥିବ, ଏପରି କନ୍ୟା ଅତି ସୁଲକ୍ଷଣା ଅଟନ୍ତି ଏକ ନ୍ୟାକୁ ବିବାହ କଲେ ବହୁତ ଐଶ୍ଵର୍ଯ୍ୟ ଭୋଗ କରନ୍ତି

Wednesday, 13 June 2018

ମାଧ୍ୟଦିନ ରେଖା ର କେତେ ଦୂରରେ ନିଳାଞ୍ଚଳକ୍ଷେତ୍ର

ଯେଉଁ ପରମାତ୍ମା ନିଳାଞ୍ଚଳର ଶିଖର ଦେଶରେ ନିତ୍ୟ ବିରା ଜିତ ତାଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ଏହି ନିଳାଞ୍ଚଳକ୍ଷେତ୍ର ଭାରତୀୟ ମାଧ୍ୟମାନ ରେଖା ର ୧୮୪ ଜୋଜନ ପୂର୍ବରେ ଏବଂ ବିଷୁବ ରେଖା ର ୨୮୪ ଯୋଜନ ଊତ୍ତରରେ ସମୁଦ୍ରକୁଳରେ ଅବସ୍ଥିତ । ପୁରୀ ବଡ ଦେଉଳ ନିଳାଞ୍ଚଳ ପର୍ବତ ଉପରେ ଅବସ୍ଥାନ କରୁଛି । ଭାରତୀୟ ମାଧ୍ୟ ନ୍ଦିନ ରେଖା ଉତ୍ତର ମେରୁ ଓ ଦକ୍ଷିଣୁ ମରୁକୁ ଦେଇଯାଇଛି । ଉତ୍ତର ମେରୁ ରେ ସୁନା ଓ ଦକ୍ଷିଣମେରୁ ରେ ଅସୁର ମାନେ ବାସ କରନ୍ତି ।

ରଜ ପର୍ବ

ସୃଷ୍ଟିର ସମସ୍ତ ଜୀବ ପ୍ରକୃତିର ନିୟମରେ ବନ୍ଧା । ପୃଥିବୀ ରାଣୀ ଋତୁ ଚକ୍ରରେ ବାନ୍ଧି ହେଇଅଛି । ସ୍ତ୍ରୀ ଲୋକମାନେ ପ୍ରତି ମାସରେ ରଜସ୍ଵଳା ହୋଇଥାନ୍ତି । ପୃଥିବୀ ରାଣୀ ବର୍ଷକରେ ଥରେ ରଜସ୍ଵଳା ହୋଇଥାଏ । ତା ଗର୍ଭରୁ ଯାହାଶଷ୍ୟ, ଫଳ 'ଫୁଲ ଆଦି ଅମ୍ବୃତ ରସ ରୁପକ ଜଳ ଆମକୁ ମିଳେ ସମସ୍ତ ଜୀବ ତାକୁ ଖାଇ ବଞ୍ଚି ରହେ। ସତ୍ୟରେ ପ୍ରଥିବୀ ତାର ଜୀବମାନଙ୍କ ପାଇ ଆହାର ଯୋଗାଇ ଆସୁଛି । ବିନା ସ୍ଵାର୍ଥରେ ପରୋପ କାରାୟ ସ୍ଵର୍ଗାୟ । ସେଥିପାଇଁ ପୃଥିବୀର ଲୋକମାନେ ତାକୁ ରଜ ପର୍ବ ହିସାବରେ ପାଳୁଛନ୍ତି । ଏହି ୩ ଦିନ ତାକୁ ଆଘାତ ଦିଆଯାଏନି ଶେଷ ଦିନ ବସ୍ତୁ ମାତା ଗାଧୁଆ ହୁଏ । ୠତୁ ସ୍ନାନ ପରେ ଯେ ପରି ସ୍ତ୍ରୀ ମାନେ ୭ ଦିନ ପରେ ସ୍ନାନ କରିଥାନ୍ତି । ସମସ୍ତ ଜୀବ ର ମଙ୍ଗଳ କାମନା କରି ପୁଜା ପାଠ କରାଯାଏ । ସାସ୍ତ୍ର ଅନୁଶାରେ ୫ ଜଣ ଦେବୀଙ୍କର ଋତୁ ଶ୍ରାବ ହୁଏ ନି। ଯଦି ହେବ ତେବେ ଶୃଷ୍ଟି ଜଳ ମଗ୍ନ ହୋଇ ବିଶ୍ଵ ଧ୍ବଂସ ହେବ । ସେମାନଙ୍କୁ ପରମ ବୈଷ୍ଣ ମି କୁହାଯାଏ । ସେମାନେ ହେଲେ ୧-ଲକ୍ଷ୍ମୀ
୨-ସରସ୍ଵତୀ
୩ ବୃନ୍ଦାବତୀ
୪ ପାର୍ବତୀ
୫ ଗଙ୍ଗା ମାତା

Tuesday, 12 June 2018

ରତ୍ନ ଭଣ୍ଡାର ଚାବି ସମ୍ବନ୍ଧରେ

ବହୁ ପୁରାତନ କାଳର କଥା
ଥରେ ବଙ୍ଗର ସୁଲତାନ ସଙ୍କ ରାଚାର୍ଯ୍ୟଙ୍କୁ ପରୀକ୍ଷା କଲେ
କହିଲେ ଏହି ଦୁଇ ମାଠିଆ ରେ କଣ ଅଛି । ଉତ୍ତରରେ ଶଙ୍କରାଚାର୍ଯ୍ୟ କହିଲେ ପ୍ରଥମ ମାଠିଆ ରେ ପାଉଁଶ ଓ୨ୟ ମାଠିଆ ରେ ମାଟି ଅଛି। ତାପରେ ମାଠିଆ ଖୋଲା ହେଲା ଯେଉଁମାଠିଆ ରେ ସାପ ଥିଲା ସେଥିରେ ପାଉଁଶ ଓ ଯେଉଁଥିରେ ସୁନା ଥିଲା ସେଥିରେ ମାଟି ଅଛି। ତାପରେ ସୁଲତାନ୍ ଉତ୍କଳ ହିନ୍ଦୁ ଧର୍ମ ଓ ଜଗନ୍ନାଥଙ୍କୁ ବିଶ୍ୱାସ କରିବା ସହ ସଙ୍କରାଚାର୍ଯ୍ୟଙ୍କ ପାଣ୍ଡିତ୍ୱ କୁ ପ୍ରସଂସା କଲେ। ବର୍ତ୍ତମାନ ମୁକ୍ତି ମଣ୍ଡପର ପଣ୍ଡିତ ମଣ୍ଡଳି ଓ ସଙ୍କରାଚାର୍ଯ୍ୟ ତାଙ୍କର ଦିବ୍ୟ ଜ୍ଞାନ ଦ୍ବାରା କହି ଦେଇପାରିବେ କେଉଁଠି ରତ୍ନ ଭଣ୍ଡାର ଚାବି ଅଛି। ରାଜାଓ ବଡ ପଣ୍ଡା ମଧ୍ୟ ଯୋଗରେ ବସି କହି ପାରିବେ କେଉଁଠି ଚାବି ଅଛି। ସେତବେଳେ ର ଶଙ୍କରାଚାର୍ଯ୍ୟଙ୍କ ଆଖିରୁ ଜ୍ୟୋତି ବାହାରୁଥିଲା ବର୍ତ୍ତମାନ ସମସ୍ତେ ନିଜର ବଡି ମା କୁ ଦେଖାଇ ହେଉଛନ୍ତି

କିଛି ଶବ୍ଦକୁ ଗାଣିତିକ ଅଂକ ରେ ପ୍ରୟୋଗ କରାଯାଏ


କେତେକ ଶବ୍ଦ ଗାଣିତିକ ଅଂକ ରେ ପ୍ରକାଶ
୧ - ଭୂମି, ଭୂ ,ଚନ୍ଦ୍ର, ଇନ୍ଦୁ
୨ - ଅଶ୍ଵି, କର , ଦସ, ନେତ୍ର, ଲୋଚନ, ବାହୁ ,ଯମ
୩ - ଅଗ୍ନି, ଗୁଣ, ରାମ
୪ ଅବ୍ ଧି, ବେଜ, ଯୁଗ, କୃତ
୫ - ଇଷୁ , ଶର, ପ୍ରାଣ, ବାଣ, ଶାୟକ
୬ - ଅଙ୍ଗ, ୠତୁ, ରସ
୭ - ଅଦ୍ରି, ଅଗ, ଅଶ୍ଵ , ଶୈଳ, ଭୂଭୃତ୍, ବାଜି, ନଗ
୮-ଅହି, ଗଜ, ଦ୍ଵୀପ, ନାଗ
୯-ଅଙ୍କ, ଗୋ ,କୁ, ଛିଦ୍ର,ନନ୍ଦ, ଭୁଜଙ୍ଗ
୧୦-ଜିକ, ଗଗନେନ୍ଦୁ
୧୧- ରୁଦ୍ର , ଭବ, ଇଶ
୧୨ - ଅର୍କ, ରବି, ସୂର୍ଯ୍ୟ
୧୩- ବିଶ୍ଵ
୧୪-ଇନ୍ଦ୍ର, ଭୂବନ , ବ୍ରହ୍ମାଣ୍ଡ
୧୫-ତିଥି, ଶରେନ୍ଦୁ
୧୬- ଅଷ୍ଟି, ଅଙ୍ଗେନ୍ଦୁ
୧୭- ନଗେନ୍ଦୁ, ସପ୍ତାଗ
୨୦ - ନଖ
କିପରି ହିସାବ ବୁଝିବେ
ଉଦାହରଣ -ଶରେନ୍ଦୁ= ଶର+ଇନ୍ଦୁ ।
ଏଥିରେ ଦକ୍ଷୀଣ ସଂଖ୍ୟା ଆଗ ଲେଖା ହୁଏ ଇନ୍ଦୁ ଶର ୧୫ଏହି ପରି ହିସାବ ହୁଏ

Monday, 11 June 2018

ବିଚାରକ ଜଗନ୍ନାଥ

ଷେଇ|ବହୁତଳର କଥା ଘଟଣାଟି ସତ୍ୟ
ନିଳ ପର୍ବତର ଶ୍ରୀନିଳାଞ୍ଚଳ ଧାମ ପୁଣ୍ୟ ନିଳଚକ୍ର ଓ ନିଳ କନ୍ଦରାଧିଶ୍ଵରକୁ ବ୍ରହ୍ମାଦି ଦେବତାମାନଙ୍କ ସହ ଯକ୍ଷ ରକ୍ଷ ଗନ୍ଧର୍ବ କିନ୍ନର, ସମସ୍ତ ଦେବୀ ତାଙ୍କର ସହଚରୀଙ୍କ ସହ ଆସି ସବୁ ଦିନ ଭେଟିସହ ଦର୍ଶନ କରିଥାନ୍ତି । ତାଙ୍କଠାରୁ ନିର୍ଦ୍ଦେଶ ଗ୍ରହଣ କରିଥାନ୍ତି । ସେଥିପାଇଁ ଉତ୍ତର ଦ୍ଵାର ସନ୍ଧ୍ୟାଠାରୁ ବନ୍ଦରୁହେ । ଦିନକର କଥା ବଡ ପଣ୍ଡାଙ୍କୁ ଜ୍ଵର ହୋଇଥାଏ ସେଦିନ ଏକାଦଶୀ ମହାଦୀପ ଉଠିବ ପୁଅକୁ କହିଲେ ବାବୁ ତୁ ଆଜି ଠାକୁରଙ୍କ ମହାଦୀପ ଉଠାଇବୁ ନିତି କାନ୍ତି କରିବୁ। ପୁଅ ନିଷ୍ଠାର ସହ ନିତି କାନ୍ତିକଲା। ମହାଦୀପ ଉଠାଇ ଫେରୁଥାଏ ସେଇ ସମୟରେ ଦେଖିଲା ସୁନ୍ଦରୀ ସ୍ତ୍ରିଟିଏ ତାର ସହଚରୀ ଗହଣରେ ମନ୍ଦିରେ ପ୍ରବେଶ କରୁଥାଏ । ଏହାର ଯୁବକ ଅବସ୍ଥା ତେଣୁ ତାଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ତାଙ୍କ ପଛେ ପଛେ ଗଲେ। ପଛରେ ଥିବା ସହଚରୀ ମାନେ ଜାଣି ପାରି ତାକୁ ସେଇଠୁ ଟେକି ଫୋପଡାଇ ଦେଲେ ସେ ବଡ଼ଦାଣ୍ଡରେ ପଡ଼ିଲା ଓ ମରିଗଲା। ତାପରେ ବଡ ପଣ୍ଡା ଆସି ଠାକୁରଙ୍କୁ କୈଫତ ମାଗିଲେ ମୋ ପୁଅ ତୋର ସେବାପୁଜା କଲା ତୁ କଣ ପାଇଁ ତାକୁମାରିଲୁ ତୋ ପୁଜା ମୁଁ କାଇଁ ଆଉ କରିବି। ମୋତେ ମୋତେ ରୋସେଇ କରି କଏ ଦବ। ସେ ଦିନ ରାତିରେ ବଡ ପଣ୍ଡା କୁ ସୋପ୍ନ ରେ କହିଲେ ଯିଏ କାଲିଦିନ ୧୦ଟା ରେତୋ ଦୁଆର ମୁହଁରେ ଡାକିବେ ମୋତେ କିଛି କାମ ମିଳୁ ମୁଁ ରୋଷେଇ କାମ ଜାଣିଛି। ତାକୁ ରଖିବୁ । ଏଣେ ଜଗନ୍ନାଥ ଦେବୀଙ୍କୁ କହିଲେ ମୋ ମନ୍ଦିରରେ ତୁମେ କିଏ ମୋ ପୁଜାପଣ୍ଡାକୁ ଦଣ୍ଡିବାକୁ ଯଦି ତୁମକୁ ଅସଦାଚରଣ କଲା ମୋତେ ଜଣାଇ ପାରିଥାନ୍ତ, ଠାକୁରାଣୀ କ୍ଷମା ମାଗିବାରୁ ପ୍ରଭୃକହିଲେ ତୁମକୁ ଦଣ୍ଡ ଭୋଗିବାକୁ ପଡିବ । ତୁମେ ତାକୁ ରୋଷେଇ କରି ଖାଇବାକୁ ଦେବାକୁ ପଡ଼ିବ ଯେତେ ଦିନ ପର୍ଯ୍ୟନ୍ତ ତୁମଦଣ୍ଡ ନସରିଛି ତୁମେ ମୋତେ ଦର୍ଶନ କରିପାରିବ ନାହିଁ । ତାପରେ ଠାକୁରାଣୀ ଗଲେ ଏକ ବୃଦ୍ଧା ବେଶରେ ବଡ଼ ପଣ୍ଡା ଘର ଆଗ ରେ ଡାକିଲେ ମୋତେ କିଛି କାମ ଦିଅ ମୋର କେହି ନାହିଁ । ବଡପଣ୍ଡା ପଚାରିଲେ ତୁ କି କାମ କରି ପାରିବୁ ବୃଦ୍ଧା କହିଲେ ମୁଁ କେବଳ ରୋଷେଇ କରି ପାରିବି। ବାଢି କରି ଦେବି ଅଇଁଠା ବାସନ ମାଜି ପାରିବିନି । ସର୍ତ୍ତଅନୁସାରେ କାର୍ଯ୍ୟ କଲେ। କାର୍ତ୍ତିକ ମାସହୋଇଥାଏ ମହାଦୀପ ଉଠାଇ ପଣ୍ଡା ଏ ଫେରୁଥାନ୍ତି । ହଠାତ ଝଡ଼ ବର୍ଷା ହେଲା ବଡ଼ଦାଣ୍ଡ ସାରା ଅନ୍ଧକାର, ସେଇ ବର୍ଷା ଭିଜା ଅନ୍ଧକାର ରାତିରେ ଆସି ଘରେ ପହଞ୍ଚି ଦେଖିଲେ ଘରେ ଆଲୁଅ ନାହିଁ । ପଣ୍ଡାଏ ପଚାରିଲେ ଆଜି ବର୍ଷା ଅନ୍ଧକାର । ମୁଁ ଯାଉଛି ସେଇମିତି ସୋଇ ପଡୁଛି । ବୃଦ୍ଧା କହିଲେ ନା ରାତିରେ ଉପବାସ ଭଲ ନୁହେଁ । ରୁହ ମୁଁ ଆଲୁଅ ଲଗାଉଛି କହି ହାତ ବଢ଼ାଇ ଦେଲେ ଶ୍ରୀମନ୍ଦିର ନିଳଚକ୍ର ନିକଟକୁ ସେଠାରୁ ମହାଦୀପ ରୁ ଆଲୁଅ ଲଗାଇ ଆଣିଲେ ଓ କହିଲେ ପଣ୍ଡାଙ୍କୁ ଖାଇବାକୁ । ବଡ଼ ପଣ୍ଡା କହିଲେ ତୁ କହ ତୁ କିଏ। ମୁଁ ମଙ୍ଗଳା  ମୋର କାର୍ଯ୍ୟ ଆଜିସରି ଯାଇଛି । ଜଗନ୍ନାଥଙ୍କ ନିର୍ଦ୍ଦେଶ ଅନୁଶାରେ ମୁଁ ଦଣ୍ଡ ଭୋଗୁଥିଲି। ତୋ ପୁଅକୁ ମୋ ଯୋଗ୍ନି ମାନେ ମାରିଥି ରେ ରୁ । ମୁଁ ଏବେ ଯାଉଛି । ସେଇ ଦିନଠାରୁ ଦେବୀ ଦର୍ଶନ କରି ଠାକୁରଙ୍କ ନିର୍ଦ୍ଦେଶ ରେ କାର୍ଯ୍ୟ କରନ୍ତି ।ଫେରି ମଙ୍ଗଳା ମନ୍ଦିର ପଦ୍ମ ଶିଳାରେ କିଛି ସମୟ ବିଶ୍ରାମ ନିଅନ୍ତି,