ପ୍ରତିଦିନ ସକାଳୁ ଗିତା ପଣ୍ଡା ଗୀତା ବହିର ୧୮ଅଧ୍ୟାୟପଢି ସାରି, ଗାଁକୁ ଭିକ୍ଷା କରିବାକୁ ବାହାରେ । ଭିକ୍ଷାରେ ଯାହା ମିଳେ ତାହା ପରିବାର ଭରଣ ପୋଷଣ ହୁଏ । ସେଇ ବର୍ଷ ଦୁର୍ଭିକ୍ଷ ପଡିଥାଏ ।୩ ଦିନ ହେଲାଭିକ୍ଷାରେ କିଛି ରୋଜଗାର ନାହିଁ । ପିଲାମାନେ ଭୋକରେ ଆଉଟୁ ପାଉଟୁ। ସକାଳୁ ସକାଳୁ ଠାକୁର ଘର ବନ୍ଦ କରି ଗୀତା ପାଠଆରମ୍ଭ ଚାଲିଥାଏ ପଣ୍ଡାଙ୍କର । ଏଣେ ପଣ୍ଡଉଣୀ ରାଗିକି ନିଆଁ। ପିଲାମାନେ ଖାଇବାକୁ ମା ପାଖରେ କାନ୍ଦୁଛନ୍ତି । ପଣ୍ଡାଙ୍କ ସ୍ତ୍ରୀଯାଇ ପଣ୍ଡାଙ୍କୁ କହିଲେ ହଇଏ ତୁମ ଗିତା ପାଠ ସେତିକିଥାଉ । ଗାଁକୁ ଯlଅ ଯାହା କିଛି ଭିକ୍ଷା ମିଳିବ ପିଲାଏ ଖାଇବେ | ପଣ୍ଡାଏ ତାଙ୍କ କଥା ଶୁଣି କହିଲେ ମୋର ସମ୍ପୁର୍ଣ୍ଣ ଗିତା ପାଠ ନ ସରିବା ଯାକେ ମୁଁଯିବିନି । ପଣ୍ଡଉଣୀ ରାଗିଗଲେ ଓ ତାଙ୍କୁ ଗାଳି ଗୁଲଜ କଲେ ।ଏଣେ ଭୋକରେ ଛୁଆ କାନ୍ଦି ଘରେ ଗଡ଼ୁଛନ୍ତି । ୟାଙ୍କର ଗୀତା ଜ୍ଞାନ ଚାଲିଛି । ଲଜ୍ୟାମାଡ଼ୁନି ବେଲଜ୍ୟା। ପଣ୍ଡାଏ ନ ରାଗିକରି କହିଲେ ତାଙ୍କ ଉପରେ ଯିଏ ବିଶ୍ଵାସ ରଖେ ସେ ତାର ଭାର ବହନ କରନ୍ତି ।ଏ ପଦଟିକୁ ତୁ କାଟି ଦବୁ । ପଣ୍ଡଉଣୀ ହାଁ କହି ଲେଖନ ଆଣି ତାଳପତ୍ର ପୋଥିକୁ କାଟି ଦେଲା। ପଣ୍ଡା ଘରୁ ରାଗ ଅଭିମାନ ରେ ଯାଇ ଗାଁ ମୁଣ୍ଡ ବରଗଛ ମୁଳେ ଶୋଇଲା
ଏଣେ ଜଣେ ଗଉଡପିଲା ସରୁ ଚାଉଳ, ମୁଗ , ଘିଅ , ପନିପରିବା ଆଦି ଭାରରେ ଆଣି ପହଞ୍ଚି ଗଲା । ପଣ୍ଡଉଣୀକୁ କହିଲା ୟାକୁ ରଖ ପଣ୍ଡା ଏ ମୋ ହାତରେ ପଠାଇଛନ୍ତି । ପଣ୍ଡଉଣୀ ସବୁ ରଖିଲା ତାର ଘର ଦ୍ଵାରସବୁପରିପୁର୍ଣ୍ଣ ହୋଇଗଲା ।ପିଲାଟି କହିଲା ମୁଁ ଯାଉଛି । ପଣ୍ଡଉଣୀ କହିଲା କଣ ପଖାଳ ପାଣି ଟୋପେ ପିଇକିଯା, ପିଲାଟି କହିଲା ମୋ ଜିଭକଟିଯାଇଛି ମୁଁ ଖାଇ ପାରିବିନି କହି ପଳାଇଲା,| ତା ପରେ ପଣ୍ଡଉଣୀ ରୋଷେଇ ସାରି ପିଲାଙ୍କୁ ଖାଇବାକୁ ଦେଇ ନିଜେ ବସିଛି ପଣ୍ଡା ଆସିଲେ ଦୁହେଁଖାଇବେ ।କିଛି ସମୟ ପରେ ପଣ୍ଡା ଆସିଲେ ଦୁଃଖରେ ଠାକୁର ଘରେ ବସିଲେ। ସ୍ତ୍ରୀ ତାଙ୍କୁ ଯାଇ କହିଲେ ଖାଇବାକୁ ଆସ। ପଣ୍ଡା ପଚାରିଲେ କଣ ଖାଇବି ତମେ ଯୋଉ ପିଲା ହାତରେ ଭାର ଦେଇଥିଲ ମୁଁ ତାକୁ ୭ତିଅଣ ଆO ଭଜା କରି କ୍ଷିରି ପୁରୀ ଅନ୍ନ ବ୍ୟଞ୍ଜନ ସବୁ କରିଛି । ପଣ୍ଡାଏ କିଛି ବୁଝି ପାରିଲେ ନାହିଁ । ଏ ସବୁ କିଏ ଦେଲା, ମୁଁ ଜାଣିନି ।ସ୍ତ୍ରୀ କହିଲେ ଜଣେ ଗଉଡପିଲା ଏ ସବୁ ଦେଲା ଘର ସବୁ ପରିପୁର୍ଣ୍ଣ । ତୁମ ନାଁ କହିଲା ତୁମେ ଏ ସବୁ ଜିନିଷ ଦେଇଛ ମୁଁ କହିଲି ତୋରାଣି ମୁଣ୍ଡେ ପିକି ଯାଆ, ସେ କହିଲା ମୋ ଜିଭ ତିନି ଗାର କାଟି ହୋଇ ରକ୍ତ ବାହାରୁଛି। ପଣ୍ଡା କହିଲେ ଚାଣ୍ଡାଳି ବୁଝିଲୁ ସେ ସେଇ ଜଗନ୍ନାଥ ତୁ ଯାହା ଜିଭ କାଟିଛୁ । ତାପରେ ଦୁହେଁ ଶ୍ରୀମନ୍ଦିର ଯାଇ ପ୍ରଭୂଙ୍କ ଶରଣ ପଶିଲେ । ପଣ୍ଡା କହିଲେ ପ୍ରଭୁ ଙ୍କ ଉପରେ ଭରଷା କଲେ ସେ ଭକ୍ତର ସମସ୍ତ ଭାର ବହନ କରିବେ ।
Tuesday, 28 August 2018
ଗୀତା ପଣ୍ଡା କାହାଣୀ
Sunday, 26 August 2018
ରାକ୍ଷି ଭାଇ
ସବୁ ବର୍ଷ ଭଳି ମାନି ଯାଇଛି ଘରକୁ । ଶାଶୁ ଶଶୁରଙ୍କୁ ବୁଝାସୁଝା କରି ବସନ୍ତ ଦୋକାନରୁ ରାକ୍ଷି ଟି କିଣି ମଧୁ ଦୋକାନରୁ ମିଠା କିଣି ଚାଲିଛି । ଘରେ ପହଞ୍ଚି ଲଥ କିନି ବସିଗଲା ଘରେ କାନ୍ଦ ବୋ ବାଳି | କୁଆଡେ ଗଲା ଏତେ ବଡ ଶୁଖ । ପାଣି ଫୋଟକା ଭଳି କ୍ଷଣକେ ମିଳାଇଗଲା। ଅଚାନକ ଘୁର୍ଣ୍ଣିଝଡ ପାଣିରେ ଭସାଇ ନେଇଗଲା ସବୁ ଶୁଖ । ସେ ଦିନ ଭଳି ଆଉ କାହା ମନରେନାହିଁ ଖୁସି, ମାଛ ଧରି ଫେରୁଥାଏ ଲିଟୁ ସବୁଦିନ ଭଳି ବଜାରରେବିକି ଗୁଜୁରାଣ ମେଣ୍ଟାଇବାକୁ କିନ୍ତୁ । ଏ କଣ ଡଙ୍ଗାଓଲିଟୁ ଆଉ ଫେରିଲେନି ପ୍ରକୃତିର କରାଳ ବିଭିଭିଷିକା ତାକୁ କୋଳେଇ ନେଲା ଚିଲିକା ଗର୍ଭକୁ । ବନ୍ଦ ରହିଲା ରାକ୍ଷି ବନ୍ଧା ପର୍ବ । ମାନି କାନ୍ଦି କାନ୍ଦି ଫେରିଛି ଶାଶୁ ଘରକୁ ।
Saturday, 18 August 2018
ଯୁଗେ ଯୁଗେ ଭଗବାନ ଭକ୍ତର
ନାହ୍ୟଂ ତିଷ୍ଠାମି ବୈକୁଣ୍ଠ ଯୋଗିନାଂ ହୃଦୟେ ନେ ଚ
ଯତ୍ର ତିଷ୍ଠାମି ମମଭକ୍ତ ତତ୍ର ତିଷ୍ଠାମି ନାରଦ
Friday, 10 August 2018
ଯାତ୍ରା କାଳରେ କିଛି ପକ୍ଷୀ ଦେଖିଲେ ଶୁଭ
ଯାତ୍ରା ସମୟରେ ଶଙ୍ଖଚିଲଦେଖିଲେ ଶୁଭ ।
୨ - ଗଙ୍ଗେଇ ଚଢେଇ ଦେଖିଲେ ଶୁଭ ।
୩ - ହଳଦୀ ବସନ୍ତ ଦେଖିଲେ ଶୁଭା
୪ - ମହୁମାଛି ଶରୀରରେ ବସିଲେ ଶୁଭ
୫- ପ୍ରଜାପତି ବସିଗଲେ ଶୁଭ
୬ - ମନ୍ଦିରର ଘଣ୍ଟ ପଖଜ ଶବ୍ଦ ଶୁଣିଲେ ଶୁଭ
୭ - ପୁଜା ପାଇଁ ପାଣି ଉଠାଇବା ଦୃଶ୍ୟ ଦେଖିଲେ ଶୁଭ
୮-ମା ତା ଛୁଆକୁ ସ୍ତନ୍ୟପାନ କରାଉଥିବାର ଦୃଶ୍ୟ ଦେଖିଲେ ଶୁଭ
୯- ଗାଇ ତା ଛୁଆକୁ ସ୍ନେହଁ ରେ ଚାଟୁଥିବାର ଦୃଶ୍ୟ ଦେଖିଲେ ଶୁଭ ।
୧୦ - ମଙ୍ଗଳ ରାତି ବୁଧ ପାହାନ୍ତି
ଯେଣେ ଯାଆନ୍ତି ତେଣେ ଜିତନ୍ତି ।
ତା ଅର୍ଥ ମଙ୍ଗଳବାର ରାତି ପାହି ନ ଥିବ ବୁଧବାର ସକାଳ ହେଇ ନ ଥିବ ସେ ସମୟରେ ଯେ ଯାତ୍ରା କରିବ ଶୁଭ ଫଳ ପାଇବହିଁ ପାଇବେ
Thursday, 9 August 2018
ଯାତ୍ରାର ଶୁଭାଶୁଭ ଜାଣନ୍ତୁ ।
ଘରୁ ବାହାରିଲା ବେଳେ ଯଦି ମା ପଛରୁ ଡାକନ୍ତି ତେବେ ଶୁଭ ଫଳ ନିଶ୍ଚୟ ପାଇବେ |
୨ - ଘରୁ ବାହାରିବା ସମୟରେ ସଧବା ସ୍ତ୍ରୀ ମୁଣ୍ଡ କୁଣ୍ଡାଉଥିବାର ଦେଖିଲେ ଶୁଭ ।
୩ - ଗୋରୁ ଗାଇଙ୍କ ଉପରେ କାଉ ବସି ଖୁମ୍ପୁଥିବାର ଦେଖିଲେ ଯାତ୍ରା ଶୁଭ
୪ - ନେହୁଳ ବା ନକୁଳ ଦେଖିଲେ ଶୁଭ ।
୫-ସଧବା ସ୍ତ୍ରୀ ପାଣି ମାଠିଆ କାଖେଇ ଯାଉଥିବାର ଦୃଶ୍ୟ ଦେଖିଲେ ଶୁଭ ।
୬- କେଉଟୁଣି ସଦ୍ୟ ମାଛବିକୁଥିବା ଦୃଶ୍ୟ ଦେଖି ଗଲେ ଶୁଭ ।
୭ - ଦଳେ ଲୋକ ଧ୍ବଜା ଧରୀ ନାମ କିର୍ତ୍ତନ କରି ଯାଉଥିବାର ଦୃଶ୍ୟ ଦେଖିେ6ଲ ଶୁଭ ।
୮-ହସ୍ତୀ ଦେଖିଲେ ଶୁଭ ।
୯- ବୃଶଭ ଦେଖିଲେ ଶୁଭ ।
୧୦- ନାକ ପୁଡ଼ା ରେ ହାତ ଦେବ ଯେଉଁ ପୁଡା ରୁ ଆଗପବନ ବାହାରିବ ସେଇ ଗୋଡ ଆଗ ବାହାର କରି ଯାତ୍ରା କରିବାଶୁଭ ।୧୧ - ତିଳକ ଲଗା ଗୋରା ବ୍ରାହ୍ମଣ କୁ ଦେଖିଲେ ଶୁଭ ।
୧୨ - କସରା ଘୋଡା ଦେଖିଲେ ଶୁଭ ।
୧୩ - ଶଙ୍ଖ ହୁଳହୁଳି ପଡୁଥିବା ସମୟରେ ଯାତ୍ରା ଶୁଭ।
୧୪- ଦକ୍ଷୀଣ ପଟେ ଶବ ଦେଖିଲେ ଶୁଭ ।
Wednesday, 8 August 2018
ସନ୍ଥ କବି ଭୀମ ଭୋଇ
ସନ୍ଥ କବି ଭୀମ ଭୋଇ ଆଜନ୍ମ ଅନ୍ଧ। ଅନ୍ଧ ହେଲେ ମଧ୍ୟ ସରଳ ନିସ୍କପଟ ସାନ୍ତ ଶୁଷିଳ ଭକ୍ତ ଟିଏ ପ୍ରଭୃଙ୍କର ସିଏ । ଥରେ ଘଞ୍ଚ ବିପିନ ମଧ୍ୟରେ ଯାତ୍ରା କରୁଥାନ୍ତି । ଏହି ସମୟରେ ତାଙ୍କର ଇଛା ହେଲା, ପ୍ରଭୁଙ୍କର ସୁନ୍ଦର ସୃଷ୍ଟି କୁ ଥରେ ଦେଖିବାକୁ । ବସିଲା ସେଠାରେ ନିଶ୍ଚଳ ଯୋଗଧ୍ୟାନ ରେ । କାୟମନ ବାକ୍ଯ ରେ କଲା ଆରଧନା । ପ୍ରଭୁଙ୍କ ଆସନ ଥରିଲା । ଦେଇ ଦେଲେ ତାକୁ ଚକ୍ଷୁ । ଠିକ ଏହି ସମୟରେ ଚକ୍ଷୁ ଖୋଲନ୍ତେ ଦେଖିଲା ସୁନ୍ଦର ଅରଣ୍ୟ ମଧ୍ୟରେ ବାଘମାଡ଼ି ବସିଛି ନିରିହ ହରିଣୀଟିକୁ । ପିଇ ଯାଉଛି ତାର ରକ୍ତ । ନିରିହ ପ୍ରାଣି କୁ ବଳଶାଳି ଖାଇ ଯାଉଛି । ମଣିଷ ମଣିଷକୁ ସ୍ଵାର୍ଥ ପାଇଁ ହାଣି ପକାଉଛି । ଅନ୍ୟାୟ ଅତ୍ୟାଚାର ବଢି ଚାଲିଛି । ତକ୍ଷଣାତ୍ ଚକ୍ଷୁ ବୁଜିଦେଲେ ପ୍ରଭୁଙ୍କୁ କହିଲେ ମୋ ଆଖି ନେଇଯାଅ ପ୍ରଭୁ । ମୋତେ ଅନ୍ଧ କରିଦିଅ ମୁଁ ଏ ଅନ୍ୟାୟ ଦେଖିପାରିବି ନାହିଁ । ଠାକୁର ତାକୁ ଅନ୍ଧ କରିଦେଲେ।
ସେହି ସମୟରେ ସେ ଲେଖିଲେ
ମୋ ଜିବନ ପଛେ ନର୍କେ ପଡ଼ିଥାଉ
ଡଗତ ଉଦ୍ଧାର ହେଉ।
Sunday, 5 August 2018
ବନ୍ଧୁତ୍ଵ ର ବର୍ଣ୍ଣନା
ଉତ୍ସବେ ବ୍ୟସନେଚୈବ ଦୁଃର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ
ରାଜଦ୍ଵାରେ ଶ୍ମଶାନେଚ ଯଃ ତିଷ୍ଟତି ସଃବାନ୍ଧବାଃ
ଊତ୍ସବ ସମୟରେ, ବିଳାଶ ବ୍ଯସନ ସମୟରେ, ଦୁର୍ଭିକ୍ଷ ସମୟରେ ଶବଶ୍ମସାନ କୁ ଯିବା ସମୟରେ ,ରାଷ୍ଟ୍ର ବିପ୍ଳବ ରେ ଏକ ଘରିଆ ସମୟରେ ଯେଉଁ ମଙ୍ଗଳାକାଙ୍ଖି ଉପସ୍ଥିତ ରହି ସାହାର୍ଯ୍ୟ କରନ୍ତି ସେହି ବନ୍ଧୁ
