Monday, 6 November 2017

କଞ୍ଜୁସ୍ ରାଧୁଆ

ଏକଦା ଗୋଟିଏ ଗ୍ରାମରେ ରାଧୁ ଓ ସାଧୁ ନାମରେ ଦୁଇ ଭାଇ ବାସକରୁଥିଲେ ।ସେମାନେ ଏତେ କଞ୍ଜୁସ୍ ଥିଲେ ଯେ ଘରେ ଲୁଣଟିପାମାରି ଭାତ ଖାଆନ୍ତି। ଗାଁ ଦାଣ୍ଡରେ ଦାନ୍ତଖୁଣ୍ଟି କଥାହୁଅନ୍ତି ଭାଇ ମାଂସ ତରକାରୀଟା ବଢିଆ ହେଇଥିଲା।ଏହିପରି ଚଳୁଥଲେ,ଥରେ ତାଙ୍କର ପଟେ ବଳଦ ଦରକାର ପଡିଲା ସେମାନେ ସ୍ଥିରକଲେ ବଳଦଟିଏ କିଣିବା।ସେଥିପାଇଁ ବଡଭାଇ କହିଲା କାଲି ବଡିଭୋରୁମୁଁ ଯିବି।ସେଥିପାଇଁ ରାତିରୁ ଗାଧା ପାଧା କରି ହାଟକୁ ବାହାରି ପଡିଲା।ଦୁଇ ମାଇଲ୍ ବାଟ ଗଲାପରେ ମନେ ପଡିଲା ଘରେ ଡିବି ନ ଲିଭେଇ ଆସିଛି ସେଇଥିପାଇଁ ସେ ଘରକୁ ଫେରିଲା ସାନ ଭାଇ ସାଧୁଆ ପଚାରିଲା ଭାଇ ଫେରିଲ କାହିଁକି?ବଡ଼ ଭାଇ ରାଧୁ କହିଲା ଘରେ ଡିବି ଲଗେଇ ଆସିଥିଲି,ସେଥିପାଇଁ ଫେରିଲି।ସାଧୁ କହିଲା,ଚପଲ କେତେ ଘୋରି ନଷ୍ଟ ହେଲା।ନଷ୍ଟ କାଇଁ ହବ ମୁଁ ଚପଲ କାଖରେ ଜାକି ଆସିଛି ପରା,ସାଧୁ କହିଲା ମୋତେ କ'ଣ ଏତେ ବୋକା ଭାଭିଛ,ମୁଁ ଡିବି ଲିଭେଇ ଦେଇଛି।

No comments:

Post a Comment