ଘନ ଅନ୍ଧକାର ରାତ୍ରୀ। ତୁହାକୁ ତୁହା କୁହୁଡି ବର୍ଷା ହେଉଥାଏ ।କିଟିମିଟି ଅନ୍ଧାର ,ଶୀତର କରାଳ ଦୃଷ୍ୟ ।ଏହି ସମୟରେ ରିବିନ୍ ଚାଲିଥାଏ ନିକାଞ୍ଚନ ଘଞ୍ଚ ଜଙ୍ଗଲ ରାସ୍ତାରେ ,ଦେହ ତାର ଥରି ଉଠୁଥାଏ ଶରୀରରେ ଶୀତ ବସ୍ତ୍ର ନଥାଏ ,ଯାଇ ଏକ ବୃକ୍ଷ ମୂଳରେ ବସିଲା ।ସେଇ ସମୟରେ ଏକ ଭୟଙ୍କର ଭାଲୁ ଦେଖାଦେଲା ବିଚରା ଭାଲୁ ମଧ୍ୟ ଶୀତରେ ଥର ଥର ହୋଇ ଆଶ୍ରୟ ଚାହୁଁଥାଏ।
ଦୁଇ ଜଣ ଉଭୟେ ବୃକ୍ଷ ମୂଳେ ଆଶ୍ରୟ ନେଲେ।କେହି କାହାକୁ ଦେଖିନାହାଁନ୍ତି କିନ୍ତୁ ବିଚରା ଭାଲୁ ଲୋକଟିର ଏଇ ଦୁର୍ଦଷା ଦେଖି ତା ପ୍ରତି ଦୟା ଭାବ କରି କିଛି ସାହାର୍ଯ୍ୟ କଲା ।ତାର ସେବା କଲା,ତାର ସେବା କରନ୍ତେ ଭାଲୁଟି ଏକ ଦିବ୍ୟ ସୁନ୍ଦର ପୁରୁଷରେ ପରିଣତ ହେଇଗଲା,ତାହା ଏକ ଅଭିଶପ୍ତ ଯକ୍ଷ,ସେ ତା ଅଭିଶପ୍ତ ଜୀବନ ରୁ ମୁକ୍ତି ପାଇଲା ଏବଂ ସେଇ ମାନବ ସେବା ଦ୍ଵାରା ହୋଇଥିବାରୁ ,ମାନବ ସେବା ଦ୍ଵାରା ଯକ୍ଷ ରୂପ ପାଇଥିବାରୁ ସେ ତାକୁ ବହୁ ସ୍ଵର୍ଣ୍ଣ ଅଳଙ୍କାର ଦେଲା ଲୋକଟି ଘରକୁ ଫେରିଲା,ଦରିଦ୍ର ଲୋକଟି ଘରେ କିଛି ନଥାଏ ଘର ଲୋକମାନେ ଏହାକୁ ଦେଖି ଦହୁ ଆନନ୍ଦିତ ହେଲେ।ଖୁସିର ସିମା କହିଲେ ନ ସରେ।
ତା ପର ଦିନ ତା ସ୍ତ୍ରୀ କହିଲା ହଇଏ ତମେ ଯାଉନ ଆଉ କିଛି ଜିନିଷ ଆଣିବ,ଆରେ ସିଏ କ'ଣ ଆଉ ଅଛନ୍ତି ଯେ ଦେବେ,ନା ନା ତମେ ଯାଅ ସେ ଜଙ୍ଗଲ ଭିତରକୁ ଗଲେ ଆଉ କିଛି ମିଳିବ,ଯିବା ଭିତରେ ଜଙ୍ଗଲରେ ସେଇ ଅନୁଶାରେ ସିତ ରାତିରେ ,ଭଗବାନଙ୍କୁ ପ୍ରାର୍ଥନା କରୁଥାଏ।ସେଇ ଗଛ ମୂଳେ ଆଶ୍ରୟ ନେଲା,ସେଇ ସମୟରେ ସେହି ଯକ୍ଷଙ୍କୁ ସ୍ମରଣ କଲା ଯକ୍ଷ ତାଙ୍କୁ ମନ୍ତ୍ର ଦେଇଥିଲେ,ଯକ୍ଷଙ୍କୁ ସ୍ମରଣ କରନ୍ତେ ଯକ୍ଷ ଆସିଲେ ତାକୁ ଆହୁରି କିଛି ସ୍ଵର୍ଣ୍ଣ ଅଳଙ୍କାର ସହ ବହୁ ଧନ ରତ୍ନ ଦେଲେ,ତାକୁ ଧରି ସେ ଘରକୁ ଆସିଲା,ତୃତୀୟ ଦିନ ତା ସ୍ତ୍ରୀ କହିଲା ହଇଏ ତମେ ତ ଏମିତି ଆଣୁଛ,ଆଉ ଆଣ ଆମେ ରାଜାଙ୍କ ଠାରୁ ଧନି ହୋଇଯିବା ,ତୃତୀୟ ଦିନରେ ସେ ଏମିତି କରନ୍ତେ,ଜଙ୍ଗଲ ମଧ୍ୟରେ ପହଞ୍ଚିଲ ଶୀତରେ ଥୁରୁ ଥୁରୁ ସେଇ ଗଛ ମୂଳେ ଆଶ୍ରୟ ନେଇଛି,ଆଶ୍ରୟ ନେବା ଭିତରେ ସେ ଯକ୍ଷ କୁ ଡାକୁଛି,ସେହି ସମୟରେ କାହୁଁ ଥିଲା ବିରାଟ କାୟ ମହାବଳ ବାଘ ଆସି ତା ନିକଟରେ ପହଞ୍ଚିଲା ଏବଂ ଝାମ୍ପ ପ୍ରଦାନ କରି ତାକୁ ନେଇ ଚାଲିଗଲା ,
ବାଘ ଝାମ୍ପ ପ୍ରଦାନ କରି ନିଅନ୍ତେ ଲୋକଟି ବହୁ କାକୁତି ମିନତି କଲା,ବାଘ ତାକୁ ନ ମାରିବା ପାଇଁ,ବାଘ ମନରେ ଦୟା ଆସିଲା,ବାଘ କହିଲା ଯଦି ତୋତେ ମୁଁ ନ ମାରିବି ତୋ ପରିବାରକୁ ଡାକେ ଯଦି ତୋ ପରିବାରରୁ କିଏ ଜୀବନ ଦେବ ତାହେଲେ,ମୁଁ ତୋତେ ଛାଡିଦେବି ,ତେଣୁ ସେଇ ଅନୁସାରେ ସତ୍ୟ କରି ବାଘଠାରୁ ପରିବାର ପାଖକୁ ଗଲା ଏବଂ ପରିବାରକୁ ଡାକିଲା,ପରିବାର ଲୋକ କେହି ତା କଥା ଶୁଣିଲେନି, କେହିହେଲେ ଆସିଲେନି,ଲୋକଟି ସତ୍ୟ କରିଥିବାରୁ ବାଘ ନିକଟକୁ ଆସିଲା ଏବଂ ସବୁ ସତ କଥା କହିଲା ତା ପରେ ବାଘ ତାକୁ ଛାଡିଦେଲା ଏବଂ ସିଏ ପାଇଥିବା ସବୁ ଧନ ହରଣ କରି ନେଇଗଲା ,
କହିଲା ତମେ ମାନେ ସମସ୍ତେ କର୍ତ୍ତବ୍ୟ କର କର୍ମକର ଓ କର୍ମରେ ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ହୋଇଚଳ ,ପରିବାରର ସମସ୍ତ ଲୋକ ବାଘ କଥା ମାନି ନିଜର କର୍ତ୍ତବ୍ୟ କଲେ ଓ ଖୁସି ରେ ରହିଲେ।

Bahut badhia galpa, pandite. Bhala lagila.
ReplyDeleteThanks
ReplyDelete