Saturday, 21 April 2018

ଅଧର୍ମ ବିତ୍ତ ବଢେ ବହୁତ୍ ଯେତେବେଳେ ଯାଏ ମୂଳ ସହିତ

ଥରେ ରାଜା ଯଶଚନ୍ଦ୍ର ତାଙ୍କ ମନ୍ତ୍ରୀଙ୍କୁ ଡାକି କହିଲେ,ମନ୍ତ୍ରୀ ମହାଶୟ ମୋ ରାଜ୍ୟରେ ଏକ ବ୍ରାହ୍ମଣ ଶାସନ ଗଢିବା ପାଇଁକି ମୋର ଇଛା ହେଉଛି,ସେଥିପାଇଁ ଆପଣ ୧୦୮ ବ୍ରାହ୍ମଣ ଡାକି ତାଙ୍କର ବସତି ସ୍ଥାପନ କରନ୍ତୁ।ତାଙ୍କ କଥା ଅନୁସାରେ ମନ୍ତ୍ରୀ ଗଲେ ଏବଂ ୧୦୮ ବ୍ରାହ୍ମଣ ଙ୍କୁ ଡାକିଲେ ଏବଂ ସେମାନଙ୍କ ପାଇଁ ଗୋଟିଏ ଗ୍ରାମ ଗଢାହେଲା,ସମସ୍ତଙ୍କ ପାଇଁ ଘର ଦିଆଗଲା,ତାହା ସହିତ ସ୍ନାନ ପାଇଁ ଜଳାଶୟ ଦିଆଗଲା,କୂଅ ମଧ୍ୟ ଦିଆଗଲା,ଘରେ ନାନା ପ୍ରକାର ଆସବାବ ପତ୍ର ଖଞ୍ଜା ହେଇଗଲା,ବ୍ରାହ୍ମଣ ମାନେ ରହିବା ପାଇଁ,ସେମାନେ ରାଜାଙ୍କ କଥା ଅନୁସାରେ ରହିଲେ,ରାଜା କୈଣସି ଥିରେ ଅଭାବ ରଖିଲେ ନାହିଁ।ସେମାନଙ୍କ ଖାଦ୍ୟ ପାନିୟ ସବୁକିଛି ମିଳିଲା,କିନ୍ତୁ ରାଜା ତାଙ୍କୁ
ରଖିଥିବା ହେତୁ,ଆମେ ରାଜ୍ୟରେ ଆମେ ସବୁଦିନ ସକାଳୁ ଯଜ୍ଞକରିବା,ରାଜାଙ୍କ ମଙ୍ଗଳ କାମନାର୍ଥେ ଏବଂ ରାଜ୍ୟର ମଙ୍ଗଳ କାମନାର୍ଥେ କିଛି ବିଷ୍ଣୁଙ୍କୁ ପ୍ରିତାର୍ଥେ ଯଜ୍ଞ କରିବା।ସମସ୍ତେ ଜଜ୍ଞ କଲେ,ସମସ୍ତଙ୍କ ଦ୍ଵାର ସମୁଖରେ ଯଜ୍ଞକୁଣ୍ଡ କରାଗଲା,ଏବଂ ତଦା ଅନୁସାରେ ଯଜ୍ଞ କଲେ,ରାଜା ସପ୍ତାହକେ ଥରେ ବୁଲିବାକୁ ଆସନ୍ତି,ଜଳ ତୁଳସୀ ପାଇ ଯାଆନ୍ତି।ଦିନକର କଥା ରାଜା ସୈନ୍ୟ ସାମନ୍ତ ଧରି ବୁଲିବାପାଇଁ ଆସିଛନ୍ତି,ସେହି ସମୟରେ ଚାରିଆଡେ ଜନ ସମାଗମ ,ସେନା ଛାଉଣି,ସେହି ସମୟରେ ଜଣେ ବ୍ରାହ୍ମଣ ସ୍ତ୍ରୀ କୁ ପରିସ୍ରା ଲାଗିଲା,ସେ କୁଆଡେ ଯାଇ ପାରିଲେନି ଚାରିଆଡେ ଲୋକ ବାକ ଦେଖି ଯଜ୍ଞ କୁଣ୍ଡରେ ପରିସ୍ରା କରିଦେଲା।ତା ପରଦିନ ବ୍ରାହ୍ମଣ ଜାଣିନି ହୋମ କଲା,ହୋମ କରିବା ଭିତରେ,ଯଜ୍ଞ କୁଣ୍ଡ ରୁ ସୁବର୍ଣ୍ଣର ଗରା ପାଇଲା,ତା ପରେ ତାର ଲୋଭ ବଢିଲା,ଏତେ ସୁବର୍ଣ୍ଣ କୁଆଡୁ ଆସିଲା।ସେ ଘରେ ପଚାରିଲା କ'ଣ ଏହାର ରହସ୍ୟ,ତା ସ୍ତ୍ରୀ କହିଲା ମୁଁ ପରିସ୍ରା କରିଦେଇଥିଲି।ବ୍ରାହ୍ମଣ କହିଲା ତୁ ସବୁଦିନ ପରିସ୍ରା କରିବୁ,ସେ ସବୁଦିନ ପରିସ୍ରା କଲା,ସବୁଦିନ ଗରା,ଗରା ,ସୁନା ବାହାରିଲା,ତାକୁ ରଖିଲା ବହୁଧନି ହେଲା,ତା ପାଖ ବ୍ରାହ୍ମଣି ମାନେ ଅନୁଧ୍ୟାନ କଲେ,ଏହାର ଏତେ ଧନ ଆସିଲା କୁଆଡୁ,ଏତେ ସୁବର୍ଣ୍ଣ ଆସିଲା କୁଆଡୁ।ଅନୁଧ୍ୟାନ କରି ଫୁଟ୍ ଫାଟ୍ ହୋଇ ସ୍ତ୍ରୀ ଲୋକ ମାନେ ତ ଆସ୍ତେ ଆସ୍ତେ କହି ସମସ୍ତେ ସେହି କାମ କଲେ।କରିବା ଭିତରେ ୧୦୮ ବ୍ରାହ୍ମଣ ମଧ୍ୟରୁ ୧୦୭ ବ୍ରାହ୍ମଣ ସେହି କାମ କରି ବଡ଼ଲୋକ ହେବାକୁ ଲାଗିଲେ,ରାଜାଙ୍କ ଠାରୁ ଆହୁରି ଧନ ଶାଳି ହେବାରେ ଲାଗିଲେ।ତା ପରେ ୧୦୮ ତମ ବ୍ରାହ୍ମଣ ସ୍ତ୍ରୀ କହିଲା ସେମାନେ ଏହିପରି ସୁନା ଅର୍ଜନ କରୁଛନ୍ତି,ତେଣୁ ମୁଁ ସେହିଆ କରିବି,ସେ ବ୍ରାହ୍ମଣ ତା ସ୍ତ୍ରୀ କଥା ଶୁଣି ତାକୁ ଧିକାର କରିବାକୁ ଲାଗିଲା,କହିଲା ଯିଏ ଆମର ଇଷ୍ଟ,ଯାହାକୁ ଆମେ ଡାକୁଛେ ବିଶ୍ଵ କଲ୍ୟାଣ ପାଇଁ,ଆମେ ଯଦି ତାଙ୍କୁ ଅପରିସ୍କାର କରିବା ବା ଅନିତି କାମ କରିବା।ସେ ଗୁଡା ଠିକ୍ ନୁହେଁ, ମୁଁ ତାହା କରି ପାରିବି ନାହିଁ,ସମସ୍ତେ ବଡ଼ ଲୋକ ହେବେ ତମେ ଗୋଟିଏ ଲୋକ ରହିଗଲେ କ'ଣ ହେବ।ଏଗୁଡା ଠିକ୍ ନୁହଁ ।୧୦୮ ତମ ବ୍ରାହ୍ମଣ କହିଲା ମୋ ଘେନି ରାଜ୍ୟ ଅଛି,ମୁଁ ରାଜ୍ୟ ଛାଡିଲେ ରାଜ୍ୟ ରସାତଳଗାମି ହେବ। ପରିକ୍ଷା କରିବୁ,ତା ସ୍ତ୍ରୀ କହିଲା ହଁ ,ଦେଖେ ହଉ ଠିକ୍ ଅଛି,ସେହି ତଦାନୁସାରେ ପୁଅ,ସ୍ତ୍ରୀ କୁ ଆଗରେ ପଠେଇଦେଲା ରାଜ୍ୟ ବାହାରକୁ,ସେ ନିଜେ ରାଜ୍ୟ ବାହାରକୁ ଯିବାକୁ ଉଦ୍ୟନ୍ତ ହୁଅନ୍ତେ।ଏହାର ଗୋଟିଏ ଗୋଡ଼ ରାଜ୍ୟ ବାହାରେ ଏବଂ ଆଉଗୋଟେ ଗୋଡ ରାଜ୍ୟରୁ ଉଠାଇବା ବେଳକୁ ରାଜ୍ୟ ଚଡ଼ ଚଡ଼ ହୋଇ ଦୁଇ ହାତ ତଳକୁ ଖସିଗଲା,ରସାତଳ ଗାମି ହେବା ଭିତରେ ସେ ଧାଇଁ କିନା ଶୋଇକି ଶ୍ରୁବ ଟା ଲଗେଇଦେଲା।ତେଣୁ ରାଜ୍ୟ ଯେଉଁଠି ରହିଲା ସେଇଠି,ତା ପରେ ରାଜା ଆସିଲେ,ଏହାର କାରଣ ପଚାରିଲେ, ଏବଂ ଚାରିଆଡେ ବୁଲି ଦେଖିଲେ।ବ୍ରାହ୍ମଣ ମାନଙ୍କ କୁଢ଼ କୁଢ଼ ଟଙ୍କା,ସୁନା,କିନ୍ତୁ ଗୋଟିଏ ବ୍ରାହ୍ମଣ ନାହିଁ,ଖୋଜି ଖୋଜି ଗଲେ ଶେଷ ପର୍ଯ୍ୟାୟରେ,ସେହି ବ୍ରାହ୍ମଣ ଟିକୁ ପଚାରିଲେ ତୁମେ କାହିଁକି ଆସିଲ ଏବଂ ବ୍ରାହ୍ମଣ ସବୁକିଛି କହିଲା ତାପରେ ରାଜା ସବୁକିଛି ଶୁଣି ୧୦୭ ବ୍ରାହ୍ମଣ ଙ୍କୁ କାରାଗାର ରେ ନିକ୍ଷେପ କଲେ, ତାଙ୍କର ସବୁ ଧନ ନେଇଗଲେ ଏବଂ ସେହି ଗୋଟିଏ ବ୍ରାହ୍ମଣକୁ  ରାଜ୍ୟରେ ଉପଯୁକ୍ତ ସମ୍ମାନ ସହ ,ଉପଯୁକ୍ତ ମର୍ଯ୍ୟଦା ସହ ରଖିଲେ,ଏବଂ ଯଜ୍ଞ କରାଇଲେ।

No comments:

Post a Comment