Thursday, 5 July 2018

ଇଶ୍ଵର ନିକଟତ୍ତର ଓ ଦୂର ଭକ୍ତଙ୍କ ମଧ୍ୟରେ ପାର୍ଥକ୍ଯ

ମନୁଷ୍ୟ ମରଣ ଶିଳ  । ଜନ୍ମ ହେବା ମାତ୍ରେ ତାର ଆୟୁ ସରିବାକୁ ଲାଗେ । ଏହି ସମୟ ମଧ୍ୟରେ ତାର ଜୀବନ ର ସାର୍ଥକତା ପାଇଁ ସେ ଧର୍ମ ଅର୍ଜନ କରିବା ଉଚିତ । ତା ମଧ୍ୟରେ ଭାଗବତ ଆରାଧନା କରିବା ସହ ଭଗବାନଙ୍କ ନିକଟତ୍ତର ହେବାକୁ ଚେଷ୍ଟାକରିବା ଉଚିତ । ଭଗବାନଙ୍କ ନିକଟରେ ଥିଲେ କୌଣସି ଦୁଷ୍ଟ ଶକ୍ତି ବା କାଳ କିଛି କ୍ଷତି କରି ପାରନ୍ତି ନି। ଆୟୁଶେଷ ପର୍ଯ୍ୟନ୍ତ ଭଲରେ ବଞ୍ଚି ରୁହେ । ଯେ ଦୂରରେ ଥାଏ ଅର୍ଥାତ ଭଗବାନଙ୍କ ବିରୁଦ୍ଧରେ ବା ଇଛା ବିରୁଦ୍ଧରେ କାର୍ଯ୍ୟ କରେ ସେ ଆଗମୃତ୍ୟୁମୁଖ ରେ ପଡ଼େ। ଯେପରି ପେଶଣା ବା ଚକିରେ ଚୁନା ଚୁରା ହେଲା ବେଳେ ପେଶଣା ଦଣ୍ଡ ନିକଟରେ ଥିବା ପଦାର୍ଥ ଚୁରି ହୁଏ ନି ଦୂରରେ ଥିବା ପଦାର୍ଥ ଶିଘ୍ର ଚୁନାହୋଇଯାଏ । ତେଣୁ ସତ୍ କାର୍ଯ୍ୟ ସାହାର୍ଯ୍ୟରେ ଆମେ ସୁସ୍ଥ ସମାଜ ଗଢ଼ିପାରିବା କାଳ ଦ୍ଵାରା କ୍ଷୟ ହେବାକୁ ରୋକିପାରିବ ।

No comments:

Post a Comment