Tuesday, 10 July 2018

ଝୁଲିଆ କବିର

ଅନେକ ଦିନ ତଳର କଥା ଏକ ବସ୍ତିରେ ଗରିବ ମୁସଲମାନ ପରିବାର ଟିଏ ବାସ କରୁଥିଲା । ପରିବାର ବୋଲି ୨ ଜଣ ମାଆଟିଏ ଓ ପୁଅଟିଏ । ସେମାନେ ନିଇତି ଲୁଗା ବୁଣି ଗାଁ ଗଣ୍ଡାରେ ବୁଲି ବିକି ଯାହା ଦୁଇ ପଇସା ହେଲା ଗୁଜୁରାଣ ମେଣ୍ଟାନ୍ତି । ପିଲାଟି ବହୁ ଧାର୍ମିକ ,ଦାନୀ ଓ ଇଶ୍ଵର ବିଶ୍ଵାସି । ବିଶେଷ କରି ସେ ଶ୍ରୀକ୍ଷେତ୍ରାଧିଶ୍ଵର ଶ୍ରୀଜଗନ୍ନାଥଙ୍କୁ ଭକ୍ତିପୁତ ଆରଧନା କରେ। ଯେଉଁ ଦିନ ଯାହା ମିଳେ ସେଥିରେ ଖୁସି ହୁଅନ୍ତି । ନ ମିଳିଲେ ମଧ୍ୟ ଇଶ୍ଵରଙ୍କ ଦାନଭାବି ଖୁସି ହୁଅନ୍ତି । ତା ଘରକୁ ଯିଏ ବି ଆସେ ସେକେବେ ଖାଲି ହାତରେ ଫେରେନି ।ଦିନକର କଥା ସେ ଭକ୍ତି ଜଗନ୍ନାଥଙ୍କ କଥା ଧ୍ୟାନ କରୁ କରୁ,ପ୍ରଭୃଙ୍କ ସୁନ୍ଦର ରୂପରେ ଆତ୍ମହରା ହୋଇଥିଲା ଓ ଶ୍ରୀକ୍ଷେତ୍ର ପୁରୀକୁ ଯାଇ ଦର୍ଶନ କରିବାକୁ ମନସ୍ତ କଲା,ଏକ ରେ ଅଭାବ ପଇସା ନାହିଁ,ପ୍ରଭୃଙ୍କ ଯେତେବେଳେ ଡୋରି ଲାଗିବ ସେ ଯିବ ବୋଲି ମନସ୍ଥ କଲା ଓ ନିଜ କର୍ତ୍ତବ୍ୟ କଲା।ବର୍ଷାଦିନ ଆସିଛି ଝଡବର୍ଷା ଲାଗି ରହିଛି । ଘରେ ୭ ଦିନ ଚୁଲି ଅଜଳା ଖାଇବେକଣ କିଛି ଉପାୟ ନପାଇ ଘରେ ଥିବା ଲୁଗା ଦୁଇଟି ନେଇ ଗାଁକୁ ଯାଇଛି । ଭାବୁଛି କାହାକୁ ଦେଲେ ସେ ଆଜିର ଗୁଜୁରାଣ ମେଣ୍ଟାଇବ । ଗାଁ ମୁଣ୍ଡ ବରଗଛ ମୁଳେ ବସିଛି । ଏହି ସମୟରେ ଜଣେ ଗରିବ ବ୍ରାହ୍ମଣ ଆସି ପହଞ୍ଚିଲା  ଓ କହିଲା ବାପ ମୋର ଲୁଗାପଟା ନାହିଁ ଚିରାଲୁଗା ପିନ୍ଧୁଛି ମତେ ଖଣ୍ଡେ ଲୁଗା ଦିଅନ୍ତୁନି । ଗରିବ ବ୍ରାହ୍ମଣକୁ ଦେଲେ ବହୁ ପୁଣ୍ୟ ହେବ । ଏହା ଶୁଣି ବିଚରା କବିର କଣ କରିବ ଯାହା କଷ୍ଟ ହେଉପଛକେ ସେ ଖଣ୍ଡେଲୁଗା ବ୍ରାହ୍ମଣକୁ ଦେଲା । ଅନ୍ୟ ଲୁଗା ଖଣ୍ଡିକ ରଖିଛି, ତାକୁ ବିକି ଯାହା ହେବ ଜିନିଷପତ୍ର କଣି ଘରକୁ ନେବ। ଏହି ସମୟରେ ବ୍ରାହ୍ମଣ ସେ ଲୁଗା କୁପିନ୍ଧି ସାରି କହିଲା ବାପ ପିନ୍ଧିବାକୁ ଦେଲୁ ହେଲେ କାନ୍ଧରେ ପକାଇବାକୁ ନ ଦେଲେ ଶୁଭ ନାହିଁ । ଆଉ ଖଣ୍ଡେ ଯଦି ଅଛି ଦେ । ବ୍ରାହ୍ମଣ ରକଥା ଶୁଣି କବିର ଆଉ ଖଣ୍ଡେ ଲୁଗା ଦେଇ ଦେଲେ। ତାପରେ ବ୍ରାହ୍ମଣ ଚା ଲିଗଲା । ବଚରା କବିର ଭାବୁଛି ଆଜି କିପରି କିଛି ନ ନେଇ ଘରକୁ ଯିବ । କଣ ଖାଇବେ | ଏହି ସମୟରେ କବିରଙ୍କ ଘରକୁ ଏକ ଗୌଡ ପିଲା ଭାର ଆଣି କବାଟ ବାଡାଇ ଡାକୁଛି ।ଏହି ସମୟରେ କବିର ମା କବାଟ ଖୋଲି ଦେଲେ ।ତକ୍ଷଣାତ୍ ପିଲାଟି କହିଲା ଏ ଭାର ରଖେ ମୋତେ ଆପଣଙ୍କ ପୁଅଏ ଭାର ଦେଇପଠାଇଛନ୍ତି । ସେ ଗାଁରେ ଅଛନ୍ତି | ଶିଘ୍ର ରଖନ୍ତୁ ମୋର ତେଣେ ଅନେକ କାମ ଅଛି । ମୁଁ ଯାଉଛି।ସେ କହିଲେ ବାପା କ'ଣ ଖାଇକି ଯାଉନ,ମୋର ଅନେକ କାମ ଅଛି,ମୋର କେହି ନାହାଁନ୍ତି,ଭାର ବୋହି ମୁଁ ଗୁଜୁରାଣ ମେଣ୍ଟାଏ କହି ଚାଲିଗଲେ।ବୁଢି ସବୁ ଜିନିଷ ରଖିଲା ଘରପୂର୍ଣ୍ଣ ହୋଇଗଲା ଚାଉଳ,ଡାଲି,ପରିବା , ଘିଅ ନ ବାତ ଇତ୍ୟାଦି।ବୁଢି ରୋଷେଇ କଲା ପୁଅ ଆସି ଖାଇବ । ଏହି ସମୟରେ ପୁଅ ଆସି ପହଞ୍ଚିଲା ଦୁଃଖ ମନ ବୁଢି କହିଲ ଆ ଖାଇବୁ ଆ ସାତ ଆଠ ପ୍ରକାର ଖାଇବା ବାଢିଦେଲା,ପୁଅ ଦେଖି ଚମକି ପଡିଲା,କହିଲା ଜିନିଷ କେଉଁଠି ଥିଲା।ବୁଢି କହିଲା ତୁ ପଠେଇଥିଲୁ ପରା ଗୋଟେ ଗଉଡ ପିଲା ଭାର କାନ୍ଧେଇ ତୋ ନାଁ କହିଲା ତୁ ପଠାଇଛୁ ବୋଲି।ମୁଁ ରଖିଲି ଘର ଦ୍ଵାର ସବୁ ପୂର୍ଣ୍ଣ। ପୁଅ ବୁଲି ଦେଖୁଛି ଓ କହିଲା ମା ମୁଁ ଏ ଜିନିଷ କିଛି ପଠେଇନି,ଆଜି ମୁଁ ନେଇଥିବା ଲୁଗା ଗୋଟେ ଦରିଦ୍ର ବ୍ରାହ୍ମଣକୁ ଦାନ ଦେଇଛି।ପଇସା ଟିଏ ରୋଜଗାର ନାହିଁ।ଏ ଜିନିଷ ପ୍ରଭୃ ଜଗନ୍ନାଥଙ୍କ ଦାନ ଚାଲ ପ୍ରଭୃ ଜଗନ୍ନାଥଙ୍କ ପାଖକୁ ଯିବା। ଭାବଗଦଗଦ୍ ହୋଇ ଦଉଡ଼ିଲେ ଓ ଗରୁଡ଼ ସ୍ତମ୍ଭ ନିକଟରେ ପହଞ୍ଚି ଲମ୍ବ ହୋଇ ହାତ ଯୋଡ଼ି ଶୋଇ ପଡ଼ିଲେ । କାନ୍ଦି କାନ୍ଦି କହୁଛନ୍ତି ଧନ୍ୟରେ କାଳିଆ ତୋ ଲିଳା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ତୁ ସମସ୍ତଙ୍କର । ଜୟ ବିଶ୍ଵର ଠାକୁର ଶ୍ରୀଜଗନ୍ନାଥ

No comments:

Post a Comment