ଥରେ ହିମାଳୟରେ ଏକ ଋଷି ସମ୍ମିଳନୀ ଚାଲିଥାଏ। ସେଠାକୁ ଦେଶ ଦେଶାନ୍ତରୁ ବହୁ ସାଧୁ ସନ୍ଥ ଆସିଥାନ୍ତି। ଏହି ମହାସଭା କୁ ଏକ ୠଷି ଆସିଥାନ୍ତି ତାଙ୍କର କୌଣସି ସନ୍ତାନ ସନ୍ତତି ନଥାଏ । ଅନ୍ୟ ୠଷି ମାନେ ତାଙ୍କୁ ସମ୍ମିଳନୀକୁ ଆସିବାକୁ ବାସନ୍ଦ କଲେ । ତାଙ୍କୁ ଅପୁତ୍ରିକ ବା ଆଣ୍ଠୁକୁଡ଼ା କହି ବିଦା କରିଦେଲେ।ନାନା କଟୁ କଥା ମଧ୍ୟ କହିଲେ ତାଙ୍କ ମୁହଁକୁ ଦେଖିଲେ ପାପ ହେବ । ୠଷି ବହୁ ଦୁଃଖରେ ଫେରିଲେ ସ୍ତ୍ରୀଙ୍କୁ ସବୁ କଥା କହିଲେ । ସ୍ତ୍ରୀଙ୍କ ପରାମର୍ଶ ରେ ଭଗବାନ ଶଙ୍କରଙ୍କୁ ଆରାଧନା କଲେ। ବହୁ ଦିନ ଅଧିଆ ପଡ଼ିଆନ୍ତି, ମହାଦେବ କିଛି ବର ଦେଉ ନ ଥାନ୍ତି । ଏହି ସମୟରେ ନାରଦ ମହର୍ଷି ଆସି ଶିବାଳୟରେ ପହଞ୍ଚିଥାନ୍ତି । ଋଷିଙ୍କର ତପସ୍ୟା ଦେଖି ମହାଦେବଙ୍କୁ କହିଲେ ପ୍ରଭୃ ଋଷିଙ୍କୁ ଏକ ବରଦେଉନାହାନ୍ତି ମହାଦେବ କହିଲେ ତାର କପାଳରେ ପୁଅ ନାହିଁ । ନାରଦ
କହିଲେ ପ୍ରଭୃ ଆପଣ ଅକର୍ମ କର୍ମଦାୟକ ଆପଣଙ୍କ ଭକ୍ତ ଆପଣଙ୍କ ଦୁଆ ରୁ ଫେରିଗଲେ ଆପଣଙ୍କ ନାମରେ କଳଙ୍କ ଲାଗିବ ତେଣୁ ଆପଣ ପୁଅଟିଏ ଦିଅନ୍ତୁ ତାର ଅଳ୍ପ ବୟସ ହେଇଥିବ । ଆପଣଙ୍କ ବାନା ନିନ୍ଦା ହେବନି ତାର ଅପୁତ୍ରିକ ଦୋଷରୁ ମୁକ୍ତ ହେବ । ନାରଦଙ୍କ କଥାରେ ରାଜି ହୋଇ ମହଦେବ ରୁସିଙ୍କୁ ଏକ ବର ଦେଲେ ଯେ ତାଙ୍କର ଏକ ଅଳ୍ପାୟୁ ପୁତ୍ର ଜନ୍ମ ହେଉ। ତାର ବୟସ ୩ ବର୍ଷ। ଋଷିଙ୍କୁ ବର ଦେବାପରେ ୠଷି ଖୁସିରେ ଘରକୁ ଫେରି ସ୍ତ୍ରୀଙ୍କୁ ସବୁ କହିଲେ ।ଉଭୟ ଖୁସି ହେଲେ କିଛି ଦିନ ପରେ ଋଷିଙ୍କର ପୁତ୍ର ଟିଏ ଜନ୍ମ ହେଲା ଉଭୟତାକୁ ଖୁସିରେ ଲାଳନ ପାଳନ କଲେ ନମ୍ର, ବିନୟୀ, ଗୁରଜନ ମାନଙ୍କୁ ଦଣ୍ଡ ପ୍ରଣାମ ଆଦି ଶିକ୍ଷା ଋଷି ତାଙ୍କୁ ଦେଲେ । ଥରେ ପିଲାଟି ଜଙ୍ଗଲରେ ଖେଳୁଥିବା ସମୟରେ ୠଷି ନାରଦ ସେହି ବାଟ ଦେଇ ଯାଉଥିଲେ।ପିଲାଟି ତାଙ୍କୁ ଦେଖିବା ମାତ୍ରେ ଦଣ୍ଡ ପ୍ରଣାମ କଲା। ନାରଦ ପିଲାଟିକୁ ଆଣିବାଦ ଦେଲେ ଦିର୍ଘାୟୁ ଭବ। କହି ସାରିବା ପରେ ମନେ ପଡ଼ିଲା ଆରେ ଏପିଲାଟା ଅଳ୍ପାୟୁ ମୁଁ ତ ଭୂଲ କରିଦେଲି ।ସେଠୁ ଗଲେ ବ୍ରହ୍ମାଙ୍କ ପାଖକୁ । ବ୍ରହ୍ମାଙ୍କୁ କହିଲେ ପିତା ଚାଲ ବିଷ୍ଣୁଙ୍କୁ ନେଇ ମର୍ତ୍ତପୁର ବୁଲିବାକୁ ଯିବା କାହିଁକି ଏପରି ନିଷ୍ପତି ନେଲ ପୁତ୍ର ମର୍ତ୍ତ ଲୋକ କିପରି ଇଶ୍ଵର ଭକ୍ତି କରୁଛନ୍ତି । ତାହା ଦେଖିବା ତାପରେ ବ୍ରହ୍ମା ନାରଦ ବିଷ୍ଣୁଙ୍କ ପାଖକୁ ଗଲେ ବିଷ୍ଣୁଙ୍କୁ ମର୍ତ୍ତ୍ୟ କୁ ବୁଲିବାକୁ ଯିବାକୁ ନିବେଦନ କଲେ | ବିଷ୍ଣୁ ରାଜି ହେଲେ । ସେମାନେ ମର୍ତ୍ତା ଭିମୁଖେ ଯାତ୍ରା କଲେ। ନାରଦ କହିଲେ ପ୍ରଭୂ ଏବେଷରେନ ନୂହେଁ, ଛଦ୍ମ ବେଷ ରେ ଆପଣ ବୁଢ଼ା ବ୍ରାହ୍ମଣ ବେଷ ରେ ଯିବା । ସେଇ ଅନୁସାରେ ସେମାନେ ଗଲେ। ବ୍ରହ୍ମା ଅନ୍ୟବାଟରେ ଗଲାବେଳେ ନାରଦ କହିଲେ ଏ ପଟେ ଆସନ୍ତୁ ହିମାଳୟପଟେ ଯିବା । ତାଙ୍କ କଥା ଅନୁଶାରେ ସେମାନେ ହିମାଳୟ ବାଟେ ଗଲେ ସେହି ଜଙ୍ଗଲ ରେ ପ୍ରବେଶ କରନ୍ତେ ପିଲାଟା ସାଧୁ ବ୍ରାହ୍ମଣମାନଙ୍କୁ ଦେଖି ଧାଇଁ ଆସି ପ୍ରଣାମ କଲା ବ୍ରହ୍ମା କହିଲେ ଦୀର୍ଘାୟୁ ହୁଅ। ବିଷ୍ଣୁ କହିଲେ ଦିର୍ଘାୟୁ ହୁଅ, ' ନାରଦଙ୍କ ପାଖରେ ପହଞ୍ଚିବାରୁ ନାରଦ କହିଲେ ବାପା ରହ ରହ ମୁଁ ଆଗରୁ ଦେଇଛି।ନାରଦ ବ୍ରହ୍ମା ଓ ବିଷ୍ଣୁଙ୍କୁ କହିଲେ ଏ ପିଲାଟିର ଆୟୁ ଆଉ ନାହିଁ, ଆପଣ ତାକୁ ଦିର୍ଘାୟୁ ବରଦାନ ଦେଲେ କଣ ହେବ ଆପଣଙ୍କବରଦାନ କାମରେ ନ ଲାଗିଲେ ଲୋକେ ଆପଣଙ୍କୁ ପୁଜାକରିବେନି । ବାନା ନିନ୍ଦା ହେବ ।କଣ ବିଚାର କରନ୍ତୁ । ଏଣେ ଯମ ଆସିବା ସମୟ ଉପସ୍ଥିତ ବିଚାର ତୁରନ୍ତ କରନ୍ତୁ । ବିଷ୍ଣୁ ନାରଦଙ୍କୁ ପଠାଇଲେ ମହାଦେବଙ୍କୁ ଆଣିବାକୁ ସେ କିଛି ବାଟ ବାହାର କରିବେ ।ନାରଦ ଯାଇଛନ୍ତି ଶିବଙ୍କ ନିକଟକୁ ଶିବଙ୍କୁ ଭେଟି ବ୍ରହ୍ମା ଓ ବିଷ୍ଣତାକ ଥିବା କଥା କହିଛନ୍ତି ' ଶିବ ନାରଦଙ୍କ ସହ ଆସୁଛନ୍ତି ।ଏଣେ ଜମ ଆସୁଛନ୍ତି ପିଲାଟି ଯମଙ୍କୁ ଦେଖି ବିକ ଟାଳ ମୁର୍ତ୍ତି ଦେଖି ଦଉଡୁଛି ଶିବ ଏଣେ ଆସୁଛନ୍ତି ପିଲାଟା ଶିବଙ୍କ ପାଦ ଧରି ମୁଣ୍ଡିଆ ମାରୁଛି ରକ୍ଷା କରନ୍ତୁ ଭଗବାନ।ଭଗବାନ ଶିବ ତାକୁ ଦିର୍ଘାୟୁ ହୁଅ କହି ଦେଲେ। ଯମ ମନା କରୁଛନ୍ତି ପ୍ରଭୃ ଏ ପିଲା ଟି ର ଆୟୁ ଆପଣ୩ ବର୍ଷ ଦେଇଥିଲେ ସରିଯାଇଛି । ମୁଁ ନବାକୁ ଆସିଛି, ଆପଣ ଏକଣକଲେ
ତାପରେ ବ୍ରହ୍ମା ବିଷ୍ଣୁ ଶିବ ନାରଦଙ୍କୁ ପଚାରିଲେ ଏ କାମ କା ହାର ତମେ ନିଶ୍ଚୟ ବର ଦେଇଥିବ, ନାରଦ କହିଲେ ହଁ ପ୍ରଭୁ । ନାଟ ଲଗେ ଇଛ ତୁମେ ଦୋଷ ଦେଲ ଆମ୍ଭଙ୍କୁ ହଊ ଯାହାହେଲାଣି ହେଉ ଆମ୍ଭର ନାମରେ କଳଙ୍କ ନଲାଗୁ ସୁର୍ଯ୍ୟଙ୍କୁ ଡାକ ଏ ପିଲା ର ଘର ଉପରେ ଲାଲ ରଙ୍ଗ ର ସୂର୍ଯ୍ୟ କରଣ ପତୁ ରାତି ନ ହେଉ ପିଲାଟି ବଞ୍ଚିବ । ତାହା କରାଗଲା ରାତ୍ର ହେଲା ନି ପିଲାଟି ଦିର୍ଘାୟୁ ହେଲେ। ତେଣୁ ବାଳ ସୂର୍ଯ୍ୟର କିରଣ ଯାହା ଉପରେ ପଡ଼େ ସେ ଦିର୍ଘାୟୁ ହୁଏ । ସ୍କର୍ଯ୍ୟଙ୍କୁ ଦେବତାମାନେ ବର ମଧ୍ୟ ଦେଲେ,
Saturday, 7 July 2018
ବିନୟୀ ଓ ନମ୍ର କିପରି ବିଜୟ ଆଣେ
Subscribe to:
Post Comments (Atom)
No comments:
Post a Comment