Tuesday, 28 August 2018

ଗୀତା ପଣ୍ଡା କାହାଣୀ

ପ୍ରତିଦିନ ସକାଳୁ ଗିତା ପଣ୍ଡା ଗୀତା ବହିର ୧୮ଅଧ୍ୟାୟପଢି ସାରି, ଗାଁକୁ ଭିକ୍ଷା କରିବାକୁ ବାହାରେ । ଭିକ୍ଷାରେ ଯାହା ମିଳେ ତାହା ପରିବାର ଭରଣ ପୋଷଣ ହୁଏ । ସେଇ ବର୍ଷ ଦୁର୍ଭିକ୍ଷ ପଡିଥାଏ ।୩ ଦିନ ହେଲାଭିକ୍ଷାରେ କିଛି ରୋଜଗାର ନାହିଁ । ପିଲାମାନେ ଭୋକରେ ଆଉଟୁ ପାଉଟୁ। ସକାଳୁ ସକାଳୁ ଠାକୁର ଘର ବନ୍ଦ କରି ଗୀତା ପାଠଆରମ୍ଭ ଚାଲିଥାଏ ପଣ୍ଡାଙ୍କର । ଏଣେ ପଣ୍ଡଉଣୀ ରାଗିକି ନିଆଁ। ପିଲାମାନେ ଖାଇବାକୁ ମା ପାଖରେ କାନ୍ଦୁଛନ୍ତି । ପଣ୍ଡାଙ୍କ ସ୍ତ୍ରୀଯାଇ ପଣ୍ଡାଙ୍କୁ କହିଲେ ହଇଏ ତୁମ ଗିତା ପାଠ ସେତିକିଥାଉ । ଗାଁକୁ ଯlଅ ଯାହା କିଛି ଭିକ୍ଷା ମିଳିବ ପିଲାଏ ଖାଇବେ | ପଣ୍ଡାଏ ତାଙ୍କ କଥା ଶୁଣି କହିଲେ ମୋର ସମ୍ପୁର୍ଣ୍ଣ ଗିତା ପାଠ ନ ସରିବା ଯାକେ ମୁଁଯିବିନି । ପଣ୍ଡଉଣୀ ରାଗିଗଲେ ଓ ତାଙ୍କୁ ଗାଳି ଗୁଲଜ କଲେ ।ଏଣେ ଭୋକରେ ଛୁଆ କାନ୍ଦି ଘରେ ଗଡ଼ୁଛନ୍ତି । ୟାଙ୍କର ଗୀତା ଜ୍ଞାନ ଚାଲିଛି । ଲଜ୍ୟାମାଡ଼ୁନି ବେଲଜ୍ୟା। ପଣ୍ଡାଏ ନ ରାଗିକରି କହିଲେ ତାଙ୍କ ଉପରେ ଯିଏ ବିଶ୍ଵାସ ରଖେ ସେ ତାର ଭାର ବହନ କରନ୍ତି ।ଏ ପଦଟିକୁ ତୁ କାଟି ଦବୁ । ପଣ୍ଡଉଣୀ ହାଁ କହି ଲେଖନ ଆଣି ତାଳପତ୍ର ପୋଥିକୁ କାଟି ଦେଲା। ପଣ୍ଡା ଘରୁ ରାଗ ଅଭିମାନ ରେ ଯାଇ ଗାଁ ମୁଣ୍ଡ ବରଗଛ ମୁଳେ ଶୋଇଲା
ଏଣେ ଜଣେ ଗଉଡପିଲା ସରୁ ଚାଉଳ, ମୁଗ , ଘିଅ , ପନିପରିବା ଆଦି ଭାରରେ ଆଣି ପହଞ୍ଚି ଗଲା । ପଣ୍ଡଉଣୀକୁ କହିଲା ୟାକୁ ରଖ ପଣ୍ଡା ଏ ମୋ ହାତରେ ପଠାଇଛନ୍ତି । ପଣ୍ଡଉଣୀ ସବୁ ରଖିଲା ତାର ଘର ଦ୍ଵାରସବୁପରିପୁର୍ଣ୍ଣ ହୋଇଗଲା ।ପିଲାଟି କହିଲା ମୁଁ ଯାଉଛି । ପଣ୍ଡଉଣୀ କହିଲା କଣ ପଖାଳ ପାଣି ଟୋପେ ପିଇକିଯା, ପିଲାଟି କହିଲା ମୋ ଜିଭକଟିଯାଇଛି ମୁଁ ଖାଇ ପାରିବିନି କହି ପଳାଇଲା,| ତା ପରେ ପଣ୍ଡଉଣୀ ରୋଷେଇ ସାରି ପିଲାଙ୍କୁ ଖାଇବାକୁ ଦେଇ ନିଜେ ବସିଛି ପଣ୍ଡା ଆସିଲେ ଦୁହେଁଖାଇବେ ।କିଛି ସମୟ ପରେ ପଣ୍ଡା ଆସିଲେ ଦୁଃଖରେ ଠାକୁର ଘରେ ବସିଲେ। ସ୍ତ୍ରୀ ତାଙ୍କୁ ଯାଇ କହିଲେ ଖାଇବାକୁ ଆସ। ପଣ୍ଡା ପଚାରିଲେ କଣ ଖାଇବି ତମେ ଯୋଉ ପିଲା ହାତରେ ଭାର ଦେଇଥିଲ ମୁଁ ତାକୁ ୭ତିଅଣ ଆO ଭଜା କରି କ୍ଷିରି ପୁରୀ ଅନ୍ନ ବ୍ୟଞ୍ଜନ ସବୁ କରିଛି । ପଣ୍ଡାଏ କିଛି ବୁଝି ପାରିଲେ ନାହିଁ । ଏ ସବୁ କିଏ ଦେଲା, ମୁଁ ଜାଣିନି ।ସ୍ତ୍ରୀ କହିଲେ ଜଣେ ଗଉଡପିଲା ଏ ସବୁ ଦେଲା ଘର ସବୁ ପରିପୁର୍ଣ୍ଣ । ତୁମ ନାଁ କହିଲା ତୁମେ ଏ ସବୁ ଜିନିଷ ଦେଇଛ ମୁଁ କହିଲି ତୋରାଣି ମୁଣ୍ଡେ ପିକି ଯାଆ, ସେ କହିଲା ମୋ ଜିଭ ତିନି ଗାର କାଟି ହୋଇ ରକ୍ତ ବାହାରୁଛି। ପଣ୍ଡା କହିଲେ ଚାଣ୍ଡାଳି ବୁଝିଲୁ ସେ ସେଇ ଜଗନ୍ନାଥ ତୁ ଯାହା ଜିଭ କାଟିଛୁ । ତାପରେ ଦୁହେଁ ଶ୍ରୀମନ୍ଦିର ଯାଇ ପ୍ରଭୂଙ୍କ ଶରଣ ପଶିଲେ । ପଣ୍ଡା କହିଲେ ପ୍ରଭୁ ଙ୍କ ଉପରେ ଭରଷା କଲେ ସେ ଭକ୍ତର ସମସ୍ତ ଭାର ବହନ କରିବେ ।

No comments:

Post a Comment