ଷେଇ|ବହୁତଳର କଥା ଘଟଣାଟି ସତ୍ୟ
ନିଳ ପର୍ବତର ଶ୍ରୀନିଳାଞ୍ଚଳ ଧାମ ପୁଣ୍ୟ ନିଳଚକ୍ର ଓ ନିଳ କନ୍ଦରାଧିଶ୍ଵରକୁ ବ୍ରହ୍ମାଦି ଦେବତାମାନଙ୍କ ସହ ଯକ୍ଷ ରକ୍ଷ ଗନ୍ଧର୍ବ କିନ୍ନର, ସମସ୍ତ ଦେବୀ ତାଙ୍କର ସହଚରୀଙ୍କ ସହ ଆସି ସବୁ ଦିନ ଭେଟିସହ ଦର୍ଶନ କରିଥାନ୍ତି । ତାଙ୍କଠାରୁ ନିର୍ଦ୍ଦେଶ ଗ୍ରହଣ କରିଥାନ୍ତି । ସେଥିପାଇଁ ଉତ୍ତର ଦ୍ଵାର ସନ୍ଧ୍ୟାଠାରୁ ବନ୍ଦରୁହେ । ଦିନକର କଥା ବଡ ପଣ୍ଡାଙ୍କୁ ଜ୍ଵର ହୋଇଥାଏ ସେଦିନ ଏକାଦଶୀ ମହାଦୀପ ଉଠିବ ପୁଅକୁ କହିଲେ ବାବୁ ତୁ ଆଜି ଠାକୁରଙ୍କ ମହାଦୀପ ଉଠାଇବୁ ନିତି କାନ୍ତି କରିବୁ। ପୁଅ ନିଷ୍ଠାର ସହ ନିତି କାନ୍ତିକଲା। ମହାଦୀପ ଉଠାଇ ଫେରୁଥାଏ ସେଇ ସମୟରେ ଦେଖିଲା ସୁନ୍ଦରୀ ସ୍ତ୍ରିଟିଏ ତାର ସହଚରୀ ଗହଣରେ ମନ୍ଦିରେ ପ୍ରବେଶ କରୁଥାଏ । ଏହାର ଯୁବକ ଅବସ୍ଥା ତେଣୁ ତାଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ତାଙ୍କ ପଛେ ପଛେ ଗଲେ। ପଛରେ ଥିବା ସହଚରୀ ମାନେ ଜାଣି ପାରି ତାକୁ ସେଇଠୁ ଟେକି ଫୋପଡାଇ ଦେଲେ ସେ ବଡ଼ଦାଣ୍ଡରେ ପଡ଼ିଲା ଓ ମରିଗଲା। ତାପରେ ବଡ ପଣ୍ଡା ଆସି ଠାକୁରଙ୍କୁ କୈଫତ ମାଗିଲେ ମୋ ପୁଅ ତୋର ସେବାପୁଜା କଲା ତୁ କଣ ପାଇଁ ତାକୁମାରିଲୁ ତୋ ପୁଜା ମୁଁ କାଇଁ ଆଉ କରିବି। ମୋତେ ମୋତେ ରୋସେଇ କରି କଏ ଦବ। ସେ ଦିନ ରାତିରେ ବଡ ପଣ୍ଡା କୁ ସୋପ୍ନ ରେ କହିଲେ ଯିଏ କାଲିଦିନ ୧୦ଟା ରେତୋ ଦୁଆର ମୁହଁରେ ଡାକିବେ ମୋତେ କିଛି କାମ ମିଳୁ ମୁଁ ରୋଷେଇ କାମ ଜାଣିଛି। ତାକୁ ରଖିବୁ । ଏଣେ ଜଗନ୍ନାଥ ଦେବୀଙ୍କୁ କହିଲେ ମୋ ମନ୍ଦିରରେ ତୁମେ କିଏ ମୋ ପୁଜାପଣ୍ଡାକୁ ଦଣ୍ଡିବାକୁ ଯଦି ତୁମକୁ ଅସଦାଚରଣ କଲା ମୋତେ ଜଣାଇ ପାରିଥାନ୍ତ, ଠାକୁରାଣୀ କ୍ଷମା ମାଗିବାରୁ ପ୍ରଭୃକହିଲେ ତୁମକୁ ଦଣ୍ଡ ଭୋଗିବାକୁ ପଡିବ । ତୁମେ ତାକୁ ରୋଷେଇ କରି ଖାଇବାକୁ ଦେବାକୁ ପଡ଼ିବ ଯେତେ ଦିନ ପର୍ଯ୍ୟନ୍ତ ତୁମଦଣ୍ଡ ନସରିଛି ତୁମେ ମୋତେ ଦର୍ଶନ କରିପାରିବ ନାହିଁ । ତାପରେ ଠାକୁରାଣୀ ଗଲେ ଏକ ବୃଦ୍ଧା ବେଶରେ ବଡ଼ ପଣ୍ଡା ଘର ଆଗ ରେ ଡାକିଲେ ମୋତେ କିଛି କାମ ଦିଅ ମୋର କେହି ନାହିଁ । ବଡପଣ୍ଡା ପଚାରିଲେ ତୁ କି କାମ କରି ପାରିବୁ ବୃଦ୍ଧା କହିଲେ ମୁଁ କେବଳ ରୋଷେଇ କରି ପାରିବି। ବାଢି କରି ଦେବି ଅଇଁଠା ବାସନ ମାଜି ପାରିବିନି । ସର୍ତ୍ତଅନୁସାରେ କାର୍ଯ୍ୟ କଲେ। କାର୍ତ୍ତିକ ମାସହୋଇଥାଏ ମହାଦୀପ ଉଠାଇ ପଣ୍ଡା ଏ ଫେରୁଥାନ୍ତି । ହଠାତ ଝଡ଼ ବର୍ଷା ହେଲା ବଡ଼ଦାଣ୍ଡ ସାରା ଅନ୍ଧକାର, ସେଇ ବର୍ଷା ଭିଜା ଅନ୍ଧକାର ରାତିରେ ଆସି ଘରେ ପହଞ୍ଚି ଦେଖିଲେ ଘରେ ଆଲୁଅ ନାହିଁ । ପଣ୍ଡାଏ ପଚାରିଲେ ଆଜି ବର୍ଷା ଅନ୍ଧକାର । ମୁଁ ଯାଉଛି ସେଇମିତି ସୋଇ ପଡୁଛି । ବୃଦ୍ଧା କହିଲେ ନା ରାତିରେ ଉପବାସ ଭଲ ନୁହେଁ । ରୁହ ମୁଁ ଆଲୁଅ ଲଗାଉଛି କହି ହାତ ବଢ଼ାଇ ଦେଲେ ଶ୍ରୀମନ୍ଦିର ନିଳଚକ୍ର ନିକଟକୁ ସେଠାରୁ ମହାଦୀପ ରୁ ଆଲୁଅ ଲଗାଇ ଆଣିଲେ ଓ କହିଲେ ପଣ୍ଡାଙ୍କୁ ଖାଇବାକୁ । ବଡ଼ ପଣ୍ଡା କହିଲେ ତୁ କହ ତୁ କିଏ। ମୁଁ ମଙ୍ଗଳା ମୋର କାର୍ଯ୍ୟ ଆଜିସରି ଯାଇଛି । ଜଗନ୍ନାଥଙ୍କ ନିର୍ଦ୍ଦେଶ ଅନୁଶାରେ ମୁଁ ଦଣ୍ଡ ଭୋଗୁଥିଲି। ତୋ ପୁଅକୁ ମୋ ଯୋଗ୍ନି ମାନେ ମାରିଥି ରେ ରୁ । ମୁଁ ଏବେ ଯାଉଛି । ସେଇ ଦିନଠାରୁ ଦେବୀ ଦର୍ଶନ କରି ଠାକୁରଙ୍କ ନିର୍ଦ୍ଦେଶ ରେ କାର୍ଯ୍ୟ କରନ୍ତି ।ଫେରି ମଙ୍ଗଳା ମନ୍ଦିର ପଦ୍ମ ଶିଳାରେ କିଛି ସମୟ ବିଶ୍ରାମ ନିଅନ୍ତି,
Monday, 11 June 2018
ବିଚାରକ ଜଗନ୍ନାଥ
Subscribe to:
Post Comments (Atom)
No comments:
Post a Comment