Wednesday, 20 June 2018

ନାମ ମହାତ୍ମ୍ୟ

ଥରେ ଜଣେ ଲୋକ ସାଧୁଙ୍କ ନିକଟକୁ ଯାଇ କହିଲା, ସାଧୁ ମହାରାଜା ମୁ ଜୀବନ ତମାମ ଅନେକ ପାପ କରିଛି, ଚୋରି କରିଛି,ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛି,ଯେତେ ପାପ ସବୁ କରିଛି।ଏବେ ମୁଁ ଚାହୁଁଛି ପାପରୁ ମୁକ୍ତି ପାଇବା ପାଇଁ କ'ଣ କରିବି।ଲୋକଟିର କଥା ଶୁଣିସାଧୁ ମହାରାଜା କହିଲେ ଆରେ ବାପା ତୁ ରାମ ନାମ ଉଚ୍ଚାରଣ କର,ସାଧୁଙ୍କ କଥା ଶୁଣି ଲୋକଟି କହିଲା ଆଜ୍ଞା ମୋତେ ରାମ ନାମକୁ ଛାଡି ଯାହା କହିବେ କରିବି।ଗୁରୁ କହିଲେ ରାମ ନାମକୁ ଧରିଲେ ହିଁ ଏଥିରୁ ମୁକ୍ତି ମିଳିବ, କିନ୍ତୁ ଲୋକଟି କହିଲା ମୁଁ କେତେ ବଡ଼ ଆଷା ନେଇ ଆସିଛି ଆପଣ ଚାହିଁଲେ ମୋର ପାପସବୁ ଧୋଇଯିବ କିନ୍ତୁ ରାମ ନାମ ମୋର କଣ କରିବ।ଆରେ ବାପା ରାମ ନାମ ଜପ କଲେ ହିଁ ତୋର ପାପ ସବୁ ଖଣ୍ଡନ ହେବ।ନାଁ ଆଜ୍ଞା ମୁଁ ରାମ ନାମ ଧରିବିନି କି ଆପଣଙ୍କ ଆଶ୍ରମ ରେ ରହିବିନି କହି ଚାଲିଗଲା।କଛି ଦିନ ପରେ ଲୋକଟିର ମହାପ୍ରୟାଣ ହେଲା,ଯମଗଣ ଅସି ଲୋକଟିର ଆତ୍ମାକୁ ନେଇଗଲେ,ଯମ ଦରବାରରେ ଲୋକଟିର ପାପ,ପୁଣ୍ୟ ହିସାବ ହେଲା।ସେଠାରେ ଦେଖିଲେ ପାପ ଜୀବନ ତମାମ କରିଛି,ତିନି ଥର ରାମ ନାମ ଉଚ୍ଚାରଣ କରିଛି,ଏହି ତିନି ଥର ରାମ ନାମର ଉଚ୍ଚାରଣର ପୁଣ୍ୟ କେତେ ଚିତ୍ରଗୁପ୍ତ କୁ ପଚାରିଲେ,ଚିତ୍ରଗୁପ୍ତ କହିଲା ମୁଁ କହିପାରିବିନି ଆଜ୍ଞା ଆପଣ ବ୍ରହ୍ମାଙ୍କୁ ପଚାରନ୍ତୁ।ଯମ ବ୍ରହ୍ମାଙ୍କ ପାଖକୁ ଗଲେ ଓ ତିନି ଥର ରାମ ନାମ ଉଚ୍ଚାରଣର ପୁଣ୍ୟ କେତେ ପଚାରିଲେ,ବ୍ରହ୍ମା କହିଲେ ମୁଁ ତାକୁ ବୁଝାଇପାରିବିନି ମୋ ପୁଅ ନାରବ ସବୁବେଳେ ସେ ନାମ କୁ ଘୋସୁଛି ତା ପାଖକୁ ଚାଲ।ଯମ,ବ୍ରହ୍ମା ସେ ଲୋକକୁ ସାଙ୍ଗରେ ନେଇ ନାରଦଙ୍କ ପାଖକୁ ଗଲେ, ଏ ବିଷୟରେ ନାରଦକୁ ପଚାରିଲେ,ନାରଦ କହିଲେ ମୁଁ ଆଜ୍ଞା ମୁଁ କ'ଣ ବୁଝାଇବି ନାମ ର ମାହାତ୍ମ ଚାଲ ଶିବଙ୍କ ପାଖକୁ ଯିବା ସେ କଳ୍ପ କଳ୍ପ ବର୍ଷ ଧରି ତପସ୍ୟା କରୁଛନ୍ତି।ସେ ନାମର ମହାତ୍ମ୍ୟ ଭଲ ଭାବରେ ବର୍ଣ୍ଣନା କରିପାରିବେ।ବ୍ରହ୍ମା,ନାରଦ,ଯମ ଶିବଙ୍କ ପାଖକୁ ଗଲେ,ଶିବଙ୍କୁ ଏ ସବୁ ବିଷୟରେ ପଚାରିଲେ,ଶିବ କହିଲେ ସମୁଦ୍ର ପାଣିଙ୍କୁ ବିନ୍ଦୁ ବିନ୍ଦୁ କରି ଗଣି ହେବନି କି ନାମର ମହାତ୍ମ୍ୟ ବର୍ଣ୍ଣନା କରି ହେବନି।ଚାଲ ବିଷ୍ଣୁଙ୍କ ପାଖକୁ ଯିବା ସେ ତାଙ୍କ ନାମର ମହାତ୍ମ୍ୟ କହିବେ।ତେଣୁ ସେ ବିଷ୍ଣୁଙ୍କ ପାଖକୁ ଯିବାକୁ ବାହାରନ୍ତେ ଲୋକଟି କହିଲା ମୁଁ ଚାଲିକି ଯାଇ ପାରିବିନି,ମୋତେ ବିମାନରେ ବସାଇ କାନ୍ଧେଇକି ନିଅ,ତାହାହିଁ କରାଗଲା ବ୍ରହ୍ମା,ଯମ ଗୋଟେ ପଟେ ଏବଂ ଶିବ,ନାରଦ ଗୋଟେ ପଟେ କାନ୍ଧେଇକି ବୈକୁଣ୍ଠ ପୁରକୁ ନେଲେ ବୈକୁଣ୍ଠ ପୁରେ ପହଁଚିଲା କ୍ଷଣି ବିଷ୍ଣୁ ଆସି ଲମ୍ଵ ହୋଇ ତାଙ୍କୁ ଶାଷ୍ଟାଙ୍ଗ ପ୍ରଣାମ କଲେ ଶିବ କହିଲେ ପ୍ରଭୃ ରୁହନ୍ତୁ,ଏ ହେଉଛି ମହାପାପି ମାତ୍ର ତିନିଥର ରାମ ନାମ ଧରିଛି,ରାମ ନାମର ପୁଣ୍ୟ କେତେ ଜାଣିବା ପାଇଁ ଆସିଛୁ।ବିଷ୍ଣୁ କହିଲେ ଏ ଲୋକ ମୋ ନାମ ଇଚ୍ଚାରଣ କରିଛି,ସେଇଥିପାଇଁ ତୁମଭଳି ମହାନ ଦେବତା ମାନେ ତାକୁ ହାନ୍ଦୋଳାରେ ବସେଇ ଆଣି ବୈକୁଣ୍ଠ ପୁରେ ଛାଡିଲଣୀ ।ଆପଣ ମାନେ ନାମର ମହାତ୍ମ୍ୟ ବୁଝିସାରିଲେଣି।

No comments:

Post a Comment