Tuesday, 26 June 2018

ଇଶ୍ଵରଙ୍କ ଇଚ୍ଛା କୁ ସମ୍ମାନ

ଥରେ ଜଣେ ସାଧୁ ଜଳ ଯାତ୍ରା କରୁଥାନ୍ତି ପାଣିଜାହାଜରେ। ସମୁଦ୍ର ମଝିରେ ହଠାତ୍ ଏକ ପ୍ରଳୟଙ୍କରୀ ଝଡ଼ବର୍ଷା ହେଲା । ଜାହାଜରେ ପାଣି ପଶିବାକୁ ଲାଗିଲା ଲୋକମାନେ ଭୟ ରେ ଥରହର ହୋଇ ଇଶ୍ଵରଙ୍କୁ ଡାକୁଥାନ୍ତି । ଏହି ସମୟରେ ସାଧୁ ଡଙ୍ଗା ରୁ ପାଣିନିସ୍କାସନ ପରିବର୍ତ୍ତେ ପାଣି ଢାଳ ଢାଳ କରି ପୁରା ଉଥାନ୍ତି। ଲୋକମାନେ ସାଧୁଙ୍କୁ ଗାଳି କରୁଥାନ୍ତି । ଯେ ସେ ଜାହାଜରୁ ପାଣି କୁ ନିସ୍କାସନ ନକରି ପାଣି ଭରି କରୁଥିବା ରୁ ।କିଛି ସମୟ ପରେ ଝଡ଼ବର୍ଷା ଥମିଲା । ସାଧୁ ଡାହାଜରୁ ଜଳ ନିସ୍କାସନ କଲେ।ତାପରେ ସାଧୁଙ୍କୁ ଲୋକମାନେ ପଚାରିଲେ ଏପରି କାହିଁକି କରୁଛ। ଇଶ୍ଵର ଯଦି ଚାହୁଁଛନ୍ତି ଆମକୁ ବୁଡ଼ାଇ ମାରିବାକୁ ଆମେ ତାଙ୍କ ଇଛା କୁ ସମ୍ମାନ ଦେବା ପାଇଁ ମୁଁ ଡଙ୍ଗା ରେ ଜଳ ଭରି କଲି। ଯେତେବେଳେ ବଞ୍ଚାଇବାକୁ ଚେଷ୍ଟା କଲେ ମୁଁ ଜଳ ନିସ୍କାସନ କଲି। ତେଣୁ ତାଙ୍କ ଇଚ୍ଛା କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ

No comments:

Post a Comment